Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସେୟାର ବଜାରରେ ଉତ୍ସାହ : ସେନସେକ୍ସ ୨୭୨ ପଏଣ୍ଟ ବୃଦ୍ଧି, ଇଣ୍ଡସଇଣ୍ଡ ବ୍ୟାଙ୍କ କାରବାର ହ୍ରାସ

3/06/2021 at 4:08 PM

ନୂଆଦିଲ୍ଲୀ ୦୩/ ୦୬ : ଭାରତୀୟ ସେୟାର ବଜାର ଗୁରୁବାର ସବୁଜ ସେଙ୍କତ ସହ ଖୋଲିଛି । ଲଗାତାର ୨ ଦିନ ଧରି ରେଡ୍‌ ମାର୍କରେ ରହୁଥିବା ସେୟାର ବଜାରରେ କାରବାର ବୃଦ୍ଧି ପାଇଛି । ଗୁରୁବାର ଦିନ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୨୭୨ ଅଙ୍କ ବୃଦ୍ଧି ପାଇ ୫୨,୧୨୧.୫୮ ରେ ଖୋଲିଥିଲା । ସକାଳ ୯ଟା ସୁଦ୍ଧା ସେନସେକ୍ସ ପୁଣି ୩୯୧ ଅଙ୍କ ବୃଦ୍ଧି ପାଇ ୫୨,୨୪୦.୬୧ରେ ପହଞ୍ଚିଯାଇଥିଲା ।
ସେହିଭଳି ନେସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୯ ପଏଣ୍ଟ ବୃଦ୍ଧି ପାଇ ୧୫,୬୫୫.୫୫ରେ ଖୋଲିଥିଲା । ସକାଳ ୯.୩୦ ସୁଦ୍ଧା ନିଫ୍ଟି ୧୧୭ ଅଙ୍କ ବୃଦ୍ଧି ପାଇ ୧୫,୬୯୩.୧୫କୁ ବୃଦ୍ଧି ପାଇଥିଲା । ଅନେକ ଗୁଡିଏ ସେୟାରରେ ବୃଦ୍ଧି ଘଟିଥିବା ବେଳେ ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର ୬ ପ୍ରତିଶତ ହ୍ରାସ ପାଇ ୯୬୪.୭୫ କୁ ଖସି ଆସିଛି ।
କରୋନା ମହାମାରୀରେ ଜୁଝୁଥିବା ଭାରତର ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି । ବ୍ୟବସାୟିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟାପକ କ୍ଷତି ସହୁଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗିରହିଥିବାରୁ କାରବାର ମଧ୍ୟ ଧିମା ପଡିଛି । କିନ୍ତୁ ସେୟାର ବଜାର ଉପରେ ଏହାର ପ୍ରଭାବ ସେଭଳି ପରିଲକ୍ଷିତ ହେଉନାହିଁ । ୨ ଦିନ ଧରି ବଜାର କାରବାର ସାମାନ୍ୟ ଧିମା ହୋଇଥିଲେ ମଧ୍ୟ ଗୁରୁବାର ବୃଦ୍ଧି ପାଇଛି ।

   Related Posts