Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସବୁଜ ସଙ୍କେତରେ ସେୟାର ବଜାର, ସେନସେକ୍ସ ୪୩୨ ଅଙ୍କ ବୃଦ୍ଧି

13/04/2021 at 2:35 PM

ନୂଆଦିଲ୍ଲୀ ୧୩/୦୪ : ସୋମବାର ସେୟାର ବଜାରରେ ନିରାଶ ଦେଖାଦେଇଥିବା ବେଳେ ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ ସବୁଜ ସଙ୍କେତରେ ରହିଛି । ମଙ୍ଗଳବାର କାରବାର ଆରମ୍ଭରୁ ବମ୍ଭେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୦୮ ଅଙ୍କ ବୃଦ୍ଧି ପାଇ ୪୭,୯୯୧.୫୩ରେ ଖୋଲିଥିଲା । ଦିନ ୧୦ଟା ୧୦ ସୁଦ୍ଧା ସେନସେକ୍ସ ପ୍ରାୟ ୪୩୨ ଅଙ୍କ ବୃଦ୍ଧି ପାଇ ୪୮,୩୧୫.୦୯ରେ ପହଞ୍ଚିଯାଇଥିଲା ।

ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ମଙ୍ଗଳବାର ୫୪ ଅଙ୍କ ବୃଦ୍ଧି ପାଇ ୧୪,୩୬୪.୯୦ରେ ଖୋଲିଥିଲା । କାରବାର ସମୟରେ ନିଫ୍ଟି ୧୪,୪୪୯.୦୫ରେ ପହଞ୍ଚିଯାଇଥିଲା । ଆଇଟି ଇଣ୍ଡେକ୍ସରେ ୩ ପ୍ରତିଶତ ଏବଂ ଫାର୍ମର ଇଣ୍ଡେକ୍ସରେ ଏକ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଏହା ସହିତ ଅଟୋ ଏବଂ ଏନର୍ଜୀ ସୂଚକାଙ୍କ ଏକ ପ୍ରତିଶତ ଲେଖାଏଁ ହ୍ରାସ ପାଇଛି । କାରବାର ଆରମ୍ଭରୁ ୮୪୮ଟି ସେୟାରରେ ବୃଦ୍ଧି ଏବଂ ୩୫୭ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି ।

ସୂଚନାଯୋଗ୍ୟ, ସୋମବାର ବିଏସଇ ସେନସେକ୍ସ ୪୭ ହଜାର ୮୮୩ ପଏଣ୍ଟରେ ବନ୍ଦ ହାଇଥିଲା। ସେପଟେ ନିଫ୍ଟି ୧୪ ହଜାର ୩୧୧ ପଏଣ୍ଟକୁ ଖସିଆସିଥିଲା । ବଜାରରେ କେବଳ ଡ. ରେଡିଜ ଲ୍ୟାବକୁ ଛାଡି ଦେଲେ ବାକି ସବୁ ସେୟାରରେ ହ୍ରାସ ଦେଖିବାକୁ ମିଳିଥିଲା । ଏଥିରେ ଟାଟା ମୋଟର୍ସ, ଆଦାନୀ ପୋର୍ଟସ୍‌, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ୟପିଏଲ, ଏସବିଆଇ, ହିଣ୍ଡାଲ କୋ ଓ ଶ୍ରୀ ସିମେଣ୍ଟ ସେୟାର ମୂଲ୍ୟରେ ୫.୬ ପ୍ରତିଶତରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ  ହ୍ରାସ ପାଇଥିଲା ।

   Related Posts