ସେୟାର ବଜାରରେ ସାମାନ୍ୟ ହ୍ରାସ : ବର୍ଷ ଶେଷରେ କାରବାର ଧିମା, ଅନ୍ତରାଷ୍ଟ୍ରୀୟ ବଜାରରେ ମିଶ୍ରିତ ସଙ୍କେତ

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧/୧୨ : ସେୟାର ବଜାର ପାଇଁ ବର୍ଷ ୨୦୨୦ ଉତ୍ଥାନ- ପତନ ଭରା ଥିଲା । ଜାନୁୟାରୀ ୨୦୨୦ରେ ସେୟାର ବଜାର ରେକର୍ଡ ସୃଷ୍ଟି କରିଥିଲା । ଏହା ବାଦ କରୋନା ମହାମାରୀ କାରଣରୁ ସେୟାର ବଜାର ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ଖସିଆସିଥିଲା । ନିଫ୍ଟି ୨୩ ମାର୍ଚ୍ଚ ୨୦୨୦ରେ ତାର ସର୍ବନିମ୍ନ ସ୍ତର ୭୬୦୦କୁ ଖସିଆସିଥିଲା । ଏହା ପରେ ବର୍ଷର ଶେଷ ଭାଗରେ ସେୟାର ବଜାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଥିଲା । ରେକର୍ଡ ସୃଷ୍ଟି କରିବା ସହ ପ୍ରତିଦିନ ଉଚ୍ଚତ୍ତମ ସ୍ତରକୁ ଊଠୁଥିଲା ସେୟାର ବଜାର ।

ଡିସେମ୍ବର ମାସରେ ସେୟାର ବଜାର ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିଛି । କିନ୍ତୁ ବର୍ଷର ଶେଷ ଦିନ ଅର୍ଥାତ ଗୁରୁବାର ସେୟାର ବଜାର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଗୁରୁବାର ସେନସେକ୍ସ ୧୦୬ ଅଙ୍କ ହ୍ରାସ ପାଇ ୪୭,୬୩୯ରେ ଖୋଲିଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧ ଅଙ୍କ ହ୍ରାସ ପାଇ ୧୩,୯୫୦ରେ ଖୋଲିଥିଲା ।

କାରବାର ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏହାରଟେଲ, ଆଇଏନଜିସି ଏବଂ ମାରୁତି ସେୟାରରେ କିଛି ମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହା ସହ ଅନେକ ସେୟାର ଲାଲ ସଙ୍କେତ ସହ ଖୋଲିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ମିଶ୍ରିତ ସଙ୍କେତ ଯୋଗୁ ବର୍ଷର ଶେଷ ଦିନରେ ଭାରତୀୟ ସେୟାର ବଜାରରେ ଏଭଳି ସ୍ଥିତି ଦେଖାଯାଇଛି ।

ଏହା ପୂର୍ବରୁ ବୁଧବାର ବମ୍ବେ ଷ୍ଟକ୍ ଲକ୍ସଚେଞ୍ଜର ସୁଚକାଙ୍କ ୧୩୩.୧୪ ଅଙ୍କ ବୃଦ୍ଧି ପାଇ ୪୭,୭୪୬.୨୨ରେ ବନ୍ଦ ହୋଇଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୯.୩୫ ଅଙ୍କ ବୃଦ୍ଧି ପାଇ ୧୩,୯୮୧.୯୫ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.