ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶାରଦୁଲ ଠାକୁର କଲେ ଟେଷ୍ଟ ଡେବ୍ୟୁ : ପ୍ରଥମ ଦିନରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | October 12, 2018 IST

ହାଇଦ୍ରାବାଦ ୧୨/୧୦ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି ଦ୍ରୁତ ବୋଲର ଶାରଦୁଲ ଠାକୁରଙ୍କୁ | ଦୀର୍ଘ ୨ ବର୍ଷର ଅପେକ୍ଷା ପରେ ଶାରଦୁଲ ଠାକୁରଙ୍କୁ ଏହି ସୁଯୋଗ ମିଳିଛି | ଶାରଦୁଲଙ୍କୁ ଭାରତୀୟ ଦଳରେ ସାମିଲ ହୋଇ ୫ଟି ଏକ ଦିବସୀୟ ଏବଂ ୭ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି | ରାଜକୋଟ ଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସେ ୧୨ ଜଣିଆ ତାଲିକାରେ ରହିଥିଲେ | ତେବେ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇନଥିଲେ | ଭାରତୀୟ କ୍ରିକେଟ ଦଳରେ ସାମିଲ ହେବା କ୍ଷେତ୍ରରେ ଶାରଦୁଲ ୨୯୪ ତମ ଖେଳାଳି | ତେବେ ଚଳିତ ବର୍ଷ ଟେଷ୍ଟରେ ଡେବ୍ୟୁ କରିଥିବା ୫ ଖେଳାଳି ଚଳିତ ବର୍ଷ ଯଶପ୍ରୀତ ବୁମରାହ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ | ସେହିଭଳି ଋଷଭ ପଂଥ ଏବଂ ହନୁମା ବିହାରୀ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି | ରାଜକୋଟ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ପୃଥ୍ଵୀ ସା ମଧ୍ୟ ତାଙ୍କ ଟେଷ୍ଟ ଡେବ୍ୟୁ କରିଛନ୍ତି | ସୂଚନାଯୋଗ୍ୟ ଯେ, ଗୋଟିଏ ବର୍ଷରେ ଏତେ ସଂଖ୍ୟକ ଖେଳାଳି ଡେବ୍ୟୁ କରିବାରେ ଏହା ହେଉଛି ପ୍ରଥମ ଘଟଣା | ଅବଶ୍ୟ ଏଥି ପୂର୍ବରୁ ୨୦୧୫ ମସିହାରେ ମଧ୍ୟ ୫ଜଣ ଖେଳାଳି ସେମାନଙ୍କ ଟେଷ୍ଟ ଡେବ୍ୟୁ କରିଥିଲେ | ୨୦୧୩ରେ ଟେଷ୍ଟ ଡେବ୍ୟୁ କରିଥିବା ଖେଳାଳିମାନେ ହେଲେ- ମହମ୍ମଦ ସାମୀ, ରହିତ ଶର୍ମା, ରାହାଣେ, ଶିଖର ଧୱନ ଏବଂ ଭୁବନେଶ୍ୱର କୁମାର | ନିଜ ଟେଷ୍ଟ ଡେବ୍ୟୁ କରିଥିବା ଶାରଦୁଲ କୁମାରଙ୍କ ପାଇଁ ଆଜିର ଦିନଟି କିନ୍ତୁ ଭଲନଥିଲା | ଖେଳ ଆରମ୍ଭରୁ ହିଁ ଶାରଦୁଲ ଠାକୁର ଆହତ ହୋଇ ଫିଲ୍ଡରୁ ବିଦାୟ ନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.