ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ହୋଇ ପାରିବେ ଏହି ଖେଳାଳି, ବଡ ବୟାନ ଦଲେେ ଭାରତୀୟ କୋଚ୍

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨।୦୫:  ଯେବେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେଲା ତେବେ ଅନେକ କ୍ରିକେଟ୍  ବିଶେଷଜ୍ଞ ଓ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଯେ, ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ ପାଇଁ ସ୍ଥାନ ମିଳିଲା ନାହିଁ। ବୁଧବାର ଦଳର ବୋଲିଂ କୋଚ୍ ଭରତ ଅରୁଣ କହିଛନ୍ତି, ଶାର୍ଦ୍ଦୁଳ ଠାକୁରଙ୍କ ଠାରେ ଅଲରାଉଣ୍ଡର ହେବାର ଦକ୍ଷତା ରହିଛି। ସେ ଏହାକୁ ପ୍ରମାଣିତ ମଧ୍ୟ କରି ସାରିଛନ୍ତି। ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ତାଙ୍କ ବିକଳ୍ପ ସନ୍ଧାନରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଥିପାଇଁ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସାମିଲ୍ କରାଯାଇ ନାହିଁ, କାରଣ ସେ ବୋଲିଂ କରୁ ନାହାନ୍ତି।

ପିଟିଆଇ ସହ ସ୍ଵତନ୍ତ୍ର ଆଲୋଚନା ବେଳେ ଭରତ ଅରୁଣ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କିଏ ବିକଳ୍ପ ହେବ ତାହା ଚୟନକର୍ତ୍ତା ନିଷ୍ପତ୍ତି ନେବେ। ମାତ୍ର ଠାକୁର ନିଜକୁ ସାବ୍ୟସ୍ତ କରିଛନ୍ତି ସେ, ଅଲରାଉଣ୍ଡର ହୋଇ ପାରିବେ। ଅଷ୍ଟ୍ରେଲିଆ ଗସ୍ତରେ ସେ ଟେଷ୍ଟ ସିରିଜ୍‌ର ବଲ୍ ସହ ବ୍ୟାଟିଂରେ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ।

ଭରଣ ଅରୁଣଙ୍କ ମତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଅଲରାଉଣ୍ଡର ଖୋଜିବା ବହୁତ ମୁସ୍କିଲ। ଉଲ୍ଲେଖଯୋଗ୍ୟ, ପାଣ୍ଡ୍ୟା ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ଏହା ପରେ ୨୦୧୯ରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଆଇପିଏଲ୍ ୨୦୨୧ରେ ତାଙ୍କ ଅଣ୍ଟାରେ ମଧ୍ୟ ଆଘାତ ଲାଗିଥିଲା। ଭରତ ଅରୁଣ କହିଛନ୍ତି, ଆପଣ ବୋଲରଙ୍କୁ ପାଣ୍ଡ୍ୟା ପରି କରିପାରିବେ। ହାର୍ଦ୍ଦିକ ଜଣେ ଗଜବ ପ୍ରତିଭା। ତାଙ୍କ ଅଣ୍ଟାର ଅସ୍ତ୍ରୋପ୍ରଚାର ହୋଇଛି, ଏମିତିରେ ପ୍ରତ୍ୟାବର୍ତ୍ତନ କରିବା ବହୁତ ମୁସ୍କିଲ ବୋଲି  ବୋଲିଂ କୋଚ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.