Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଗାର୍ଲଫ୍ରେଣ୍ଡ ମିତାଲିଙ୍କ ସହ ନିର୍ବନ୍ଧ କଲେ ଶାର୍ଦୁଲ ଠାକୁର: ଖୁବ ଶୀଘ୍ର କରିବେ ବିବାହ

29/11/2021 at 2:42 PM

ନୂଆଦିଲ୍ଲୀ ୨୯/୧୧ : ଭାରତୀୟ କ୍ରିକେଟ ଟିମର ସ୍ପିଡ଼ ବୋଲର ଶାର୍ଦୁଲ ଠାକୁର ମୁମ୍ବାଇରେ ନିଜ ଗାର୍ଲଫ୍ରେଣ୍ଡ ମିତାଲି ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଭୟଙ୍କ ନିର୍ବନ୍ଧ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ନିର୍ବନ୍ଧ କାର୍ଯ୍ୟକ୍ରମ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ହୋଇଛି। ନିର୍ବନ୍ଧ କାର୍ଯ୍ୟକ୍ରମରେ କେବଳ ପରିବାରର ନିକଟ ସମ୍ପର୍କୀୟ ସାମିଲ ହୋଇଛନ୍ତି। ଶାର୍ଦୁଲଙ୍କ ଜଣେ ନିକଟ ସମ୍ପର୍କୀୟ ଟାଇମ୍ସ ଅଫ ଇଣ୍ଡିଆରେ ଖୁଲାସା କରିଛନ୍ତି ଯେ ଶାର୍ଦୁଲ ୨୦୨୨ରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ ପରେ ବିବାହ କରିବେ।

ୱାର୍କଲୋଡ୍ ମ୍ୟାନେଜମେଣ୍ଟ ଅନୁସାରେ ବିସିସିଆଇ ଶାର୍ଦୁଲ ଠାକୁରଙ୍କୁ ଆରାମ ଦେଇଛି। ଶାର୍ଦୁଲ ଠାକୁର ଟିମ ଇଣ୍ଡିଆ ପାଇଁ ୩ଟି ଫାର୍ମଟରେ ଖେଳି ସାରିଛନ୍ତି। ସେ ଭାରତ ପାଇଁ ଏବେ ସୁଦ୍ଧା ୪ଟି ଟେଷ୍ଟ, ୧୫ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ୩୦ ବର୍ଷୀୟ ଶାର୍ଦୁଲ ଠାକୁର ନିକଟରେ ଲୋଅର ଅର୍ଡରରେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ କରି ସେ ଜଣେ ବୋଲର ଭାବେ ନିଜ ସ୍ଥିତି ମଜବୁତ କରିଛନ୍ତି।

ଶାର୍ଦୁଲ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ ୨୦୨୧ର ଚମ୍ପିୟାନ କରିବାରେ ଗୁରୁତ୍ତ୍ୱପୂର୍ଣ ଭୂମିକା ନେଇଥିଲେ। ସେ ଟିମ ପାଇଁ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ୧୬ ମ୍ୟାଚରେ ୨୧ ୱିକେଟ୍ ନେଇଥିଲେ।

   Related Posts