ଶାରଦୀୟ ନବରାତ୍ର-୨୦୨୧: ଏଥର ପାଲିଙ୍କିରେ ଆସିବେ ମା’, ଜାଣନ୍ତୁ ନବରାତ୍ର ଘଟ ସ୍ଥାପନାର ଶୁଭ ବେଳା

Published By : Prameya-News7 Bureau | October 06, 2021 IST

ମୋକ୍ଷଦାୟିନୀ ଅମାବାସ୍ୟା ସହ ବୁଧବାର ପିତୃପକ୍ଷ ସମାପ୍ତ ହୋଇଛି । ୭ ଅକ୍ଟୋବର ଗୁରୁବାର ସାରା ଦେଶରେ ଧୁମଧାମରେ ଆରମ୍ଭ ହେବ ଶାରଦୀୟ ନବରାତ୍ର ପର୍ବ । ମାଙ୍କ ଆଗମନରେ ଉଲ୍ଲସିତ ହେବ ଧରା। ଦେଶରେ ପାଳନ ହେବ ଦଶହରା ପର୍ବ । ଦେବୀଙ୍କ ଏହି ଆଗମନକୁ ଅନେକ କାରଣରୁ  ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ। ମାଙ୍କ ଆଗମନ ତାଙ୍କ ଭକ୍ତଙ୍କ ଲାଗି କେବଳ ଧାର୍ମିକ ଉତ୍ସାହ ଓ ଆନନ୍ଦ ନୁହେଁ ଭବିଷ୍ୟତରେ ହେବାକୁ ଥିବା ଅନେକ ଘଟଣାର ସଙ୍କେତ ମଧ୍ୟ ଦେଇଥାଏ। ଏଣୁ ମା ଯେଉଁ ବାହନରେ ଆସନ୍ତି ଓ ଯେଉଁ ବାହନରେ ଫେରନ୍ତି ସେଥିରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଦେଶଦୁନିଆ ଓ ଭକ୍ତଙ୍କ ଲାଗି କିପରି ରହେ ତାହାର ପୂର୍ବାନୁମାନ କରାଯାଏ।

{"id":523251,"sizeSlug":"full","linkDestination":"none"}

କିପରି ଜଣାପଡେ ମାତାଙ୍କ ବାହନ
ଦେବୀ ଦୁର୍ଗା କେଉଁ ବାହନରେ ଧରାବତରଣ କରିବେ ତାହା ନବରାତ୍ରିର ପ୍ରଥମ ଦିନରୁ ହିଁ ଜଣାପଡିଯାଏ। ଦେବୀ ଭାଗବତ ପୁରାଣ ଅନୁସାରେ ଯେଉଁ ଦିନ ମାଙ୍କ ପୂଜା ଆରମ୍ଭ ହୁଏ ସେହି ଦିନର ବାର ଅନୁସାରେ ବାହନ ନିର୍ଦ୍ଧାରିତ ହୋଇଥାଏ । ଏଥିରେ ଚଳିତ ଶାରଦୀୟ ନବରାତ୍ର ଗୁରୁବାର ଆରମ୍ଭ ହେଉଥିବାରୁ ଦେବୀ ଦୁର୍ଗା  ପାଲିଙ୍କିରେ ଧରାଗମନ କରିବେ। ଦେବୀ ଭାଗବତ ପୁରାଣ ଅନୁସାରେ
ଶଶିସୂର୍ଯ୍ୟ ଗଜାରୁଢା ଶନିଭୌମୈ ତୁରଙ୍ଗମେ
ଗୁରୁଶୁକ୍ରେଚ ଦୋଲାୟାଂ ବୁଦ୍ଧେ ନୌକା ପ୍ରକିର୍ତ୍ତତେ।।
ଅର୍ଥାତ ମାଙ୍କ ଆଗମନ ପାଲିଙ୍କିରେ ହେବ।

{"id":523253,"width":838,"height":442,"sizeSlug":"full","linkDestination":"none"}

ପାଲିଙ୍କିରେ ଆସିବାର ମହତ୍ୱ
ଶାସ୍ତ୍ରରେ ବର୍ଣ୍ଣିତାନୁସାରେ ମା ପାଲିଙ୍କିରେ ଆସିଲେ ରାଜନୀତିରେ ହଟଚମଟ ପରିସ୍ଥିତି ସୃଷ୍ଟି ହୁଏ। ସାରା ଦେଶ ଦୁନିଆ ରାଜନୀତିରେ ଏହି ପରିସ୍ଥିତି ସୃଷ୍ଟି କରିବ। ଏହା ଛଡା ପାଲିଙ୍କିରେ ଆସିବା ଅର୍ଥାତ ପ୍ରାକୃତିକ ଆପଦ ବିପଦର ମଧ୍ୟ ସଂକେତ। ମହାମାରୀ ବ୍ୟାପିବାର ଆଶଙ୍କା ମଧ୍ୟ କରାଯାଉଛି। ତେବେ ଭକ୍ତିର ସହ ମାଙ୍କ ଆରାଧନା କଲେ ଭକ୍ତ ନିଶ୍ଚିତ ବିପଦରୁ ମୁକ୍ତ ରହିବେ।

{"id":523255,"width":838,"height":629,"sizeSlug":"full","linkDestination":"none"}

ଏଥର ନବରାତ୍ର ୮ ଦିନିଆ
ବିଜୟା ଦଶମୀ ଦଶହରା ପୂର୍ବ ୯ ଦିନକୁ ନବରାତ୍ର ପାଳନ କରାଯାଏ। ଏଥିରେ ବକ୍ତମାନେ ଦେବୀଙ୍କ ଭିନ୍ନ ଭିନ୍ନ ୯ଟି ରୂପର ଆରାଧନା କରିଥାନ୍ତି। ଚଳିତବର୍ଷ ନବରାତ୍ର ୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ସରିବ। ତୃତୀୟା ଓ ଚତୁର୍ଥୀ ତିଥି ଗୋଟିଏ ଦିନରେ ପଡୁଥିବାରୁ ନବରାତ୍ର ଗୋଟିଏ ଦିନ କମି ଯାଉଛି। ଅକ୍ଟୋବର ୧୫ ତାରିଖରେ ଦଶହରା ବା ବିଜୟ ଦଶମୀ ପାଳିତ ହେବ।

{"id":523256,"width":838,"height":503,"sizeSlug":"full","linkDestination":"none"}

ନବରାତ୍ର ଘଟ ସ୍ଥାପନାର ଶୁଭବେଳା
ଶାରଦୀୟ ନବରାତ୍ରୀ ଉତ୍ସବର ପ୍ରାରମ୍ଭ କଳଶ ସ୍ଥାପନା ସହ ହୋଇଥାଏ। ଏହାକୁ ଘଟସ୍ଥାପନା ମଧ୍ୟ କୁହାଯାଏ। ଗୁରୁବାର ସକାଳ ୬ଟା ୧୭ ମିନିଟରୁ ୭ଟା ୭ ମିନିଟ ପର୍ଯ୍ୟନ୍ତ ଘଟ ସ୍ଥାପନା ନିମନ୍ତେ ଅତ୍ୟନ୍ତ ଶୁଭ ସମୟ ନିର୍ଦ୍ଧାରିତ ହୋଇଛି। ଏହା ପରେ ସକାଳ ୧୧ଟା ୪୫ରୁ ୧୨ଟା ୩୨ ପର୍ଯ୍ୟନ୍ତ ରହୁଥିବା ଅଭିଜିତ ମୁହୂର୍ତ୍ତରେ ମଧ୍ୟ ଘଟସ୍ଥାପନା କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.