ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମାରେ କ୍ଷୀରି ଖାଇବାର ମହତ୍ତ୍ବ ବିଷୟରେ ଜାଣିଛନ୍ତି କି?

Published By : Prameya-News7 Bureau | October 10, 2019 IST

ଉଜ୍ଜୈନ ୧୦/୧୦: ଏବର୍ଷ ଅକ୍ଟୋବର ୧୩ତାରିଖରେ ଶରତ ପୂର୍ଣ୍ଣିମା ପଡ଼ୁଛି। ଧର୍ମ ଶାସ୍ତ୍ର ଅନୁସାରେ,ଯେଉଁ ବ୍ୟକ୍ତି ଶରତ ପୂର୍ଣ୍ଣିମା ବ୍ରତ ବିଧି-ବିଧାନର ସହ ଏବଂ ପୂର୍ଣ୍ଣ ଶ୍ରଦ୍ଧା ସହକାରେ କରନ୍ତି ତାଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ହୋଇଥାଏ ଏବଂ ସେମାନେ ଦୀର୍ଘାୟୁ ହୋଇଥାଆନ୍ତି।

ଏହି ବିଧିରେ କରନ୍ତୁ ଶରତ ପୂର୍ଣ୍ଣିମା ବ୍ରତ :

wp:list
  • ଶରତ ପୂର୍ଣ୍ଣିମା ସକାଳେ ସ୍ନାନ କରିବା ପରେ ନିଜ ଆରାଧ୍ୟ ଦେବତାଙ୍କ ପୂଜା କରନ୍ତୁ। ଯଦି ଆପଣ ନିଜେ କରିପାରୁ ନାହାନ୍ତି ତେବେ ଯୋଗ୍ୟ ବ୍ରାହ୍ମଣଙ୍କ ଦ୍ବାରା କରନ୍ତୁ।
  • ମଧ୍ୟରାତ୍ରିରେ ଗାଈ କ୍ଷୀରରୁ ପ୍ରସ୍ତୁତ କ୍ଷୀରି ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତୁ। କ୍ଷୀରି ପାତ୍ରକୁ ରାତିରେ ଜହ୍ନ ଆଲୁଅରେ ରଖିବା ଉଚିତ୍।
  • ଏଥିରେ ରାତିରେ ଜହ୍ନ କିରଣରୁ ଅମୃତ ପଡ଼ିଥାଏ ବୋଲି ବିଶ୍ବାସ ରହିଛି। ପୂର୍ଣ୍ଣ ଚନ୍ଦ୍ରର ମଧ୍ୟାକାଶରେ ରହିବାଦ୍ବାରା ଏହାକୁ ପୂଜା କରି ଅର୍ଘ୍ୟ ପ୍ରଦାନ କରିବା ଉଚିତ୍।
  • ଏହି ଦିନ କଂସା ବାସନରେ ଘିଅ ଭର୍ତ୍ତି କରି ସୁନା ସହିତ ବ୍ରାହ୍ମଣକୁ ଦାନ କରିବା ଦ୍ବାରା ବ୍ୟକ୍ତି ଓଜସ୍ବୀ ହୋଇଥାଆନ୍ତି। ଏପରି ଧର୍ମ ଶାସ୍ତ୍ରରେ ଲେଖାଯାଇଛି।
/wp:list

କ୍ଷୀରି ଖାଇବାର ମହତ୍ତ୍ବ :

wp:list
  • ଶରତ ପୂର୍ଣ୍ଣିମା ରାତିରେ କ୍ଷୀରି ଖାଇବାର ପରମ୍ପରା ରହିଛି। ଶରତ ପୂର୍ଣ୍ଣିମା ରାତିରେ ଜହ୍ନର ସୌନ୍ଦର୍ଯ୍ୟ ଅଦ୍ବିତୀୟ ହୋଇଥାଏ। ଏହି ରାତିରେ ଜହ୍ନଙ୍କଠୁ ବାହାରୁଥିବା ଶୀତଳ କିରଣ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।
  • ଧାର୍ମିକ ବିଶ୍ବାସ ରହିଛି ଯେ ଏହି ରାତିରେ ଜହ୍ନରୁ ଅମୃତ ବର୍ଷା ହୋଇଥାଏ। ଏହି ରାତିରେ ଖୋଲା ଆକାଶ ତଳେ କ୍ଷୀରି ପ୍ରସ୍ତୁତ କରାଯାଏ। ଜହ୍ନରୁ ବାହାରୁଥିବା କିରଣ ସିଧା କ୍ଷୀରି ଉପରେ ପଡ଼ିଥାଏ।
  • ଜହ୍ନ କିରଣ ପ୍ରଭାବରେ କ୍ଷୀରିରେ ଔଷଧୀୟ ଗୁଣ ସାମିଲ ହୋଇଥାଏ। ଏହି କ୍ଷୀରିକୁ ଖାଇବା ଦ୍ବାରା ଶ୍ବାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ।
  • ଶ୍ବାସରୋଗୀଙ୍କ ପାଇଁ ଏହି କ୍ଷୀରି ଅମୃତ ସମାନ ହୋଇଥାଏ। ଏଥିପାଇଁ ଅନେକ ସାମାଜିକ ସଂସ୍ଥାରେ ଶ୍ବାସ ରୋଗୀଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରାଯାଇଥାଏ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.