ସରକାର ଦୋଷଦେବା ଆଗରୁ ଚାଷୀ ନିଜ ଗାଁକୁ ଫେରିଯିବା ଦରକାର: ଶରଦ ପାୱାର

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୧: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଚାଷୀଙ୍କ ଟ୍ରାକ୍ଟ ର ପରେଡ ବେଳେ ଉପୁଜିଥିବା ପରିସ୍ଥିତିକୁ ଏବେ କେନ୍ଦ୍ର ଗୃହମନ୍ତ୍ରାଳୟ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ବିଶିଷ୍ଟ କୃଷକନେତା ତଥା ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ଚାଷୀମାନେ ଏବେ ନିଜନିଜ ଗାଁକୁ ଫେରିଯାଆନ୍ତୁ ବୋଲି ପାୱାର ନିବେଦନ କରିଛନ୍ତି।

ପ୍ରସଙ୍ଗରେ ପାୱାର ଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ପରେଡ ନାମରେ ଯାହା ହେଲା ତାକୁ କେହିବି ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ଆଇନ ବିରୋଧରେ ପାଖାପାଖି ୨ ମାସ ହେଲା ଚାଷୀ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଆସିଥିଲେ। ଆଇନ ବାତିଲ କରି ଘରକୁ ଫେରିବେ ବୋଲି ଦିନଦିନ ଥଣ୍ଡା କାକରରେ ପଡି ରହିଥିଲେ।

ହେଲେ ଆଜି ଯାହାସବୁ ଘଟିଗଲା ବାସ୍ତବିକ୍ ଶୋଚନୀୟ।  ଆମେ ସବୁ ବିରୋଧୀ ଦଳ କେବଳ ଚାଷୀଙ୍କ କାରଣରୁ ସମର୍ଥନ କରୁଛୁ। ହେଲେ ଯାହା ଘଟିଗଲା ଏଥିଲାଗି ସରକାର ଦୋଷ ଦେବା ପୂର୍ବରୁ ଚାଷୀମାନେ ନିଜ ଆଡୁ ଶାନ୍ତିର ସହ ନିଜ ନିଜ ଗାଁକୁ ଫେରିଯାଆନ୍ତୁ ବୋଲି କହିବାକୁ ବାଧ୍ୟ ହେଉଥିବା ପାୱାର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.