ମୋଦୀ ସରକାରଙ୍କୁ ଶରଦ ପାଓ୍ଵାରଙ୍କ ତାତ୍ସଲ୍ୟ, କିଛି ଲୋକ ଭାବୁଛନ୍ତି ମନ୍ଦିର ନିର୍ମାଣ ହେଲେ କରୋନା ଚାଲିଯିବ

Published By : Prameya-News7 Bureau | July 19, 2020 IST

ମୁମ୍ବାଇ ୧୯।୦୭: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନକୁ ନେଇ ଜାରି ପ୍ରସ୍ତୁତି ଉପରେ ଏନସିପି ପ୍ରମୁଖ ଶରଦ ପାଓ୍ଵାର କେନ୍ଦ୍ରର ମୋଦୀ ସରକାରକୁ ଶାଣିତ ସ୍ଵରରେ ନିଶାଣ କରିବା ସହିତ ତାତ୍ସଲ୍ୟ ମଧ୍ୟ କରିଛନ୍ତି। ସେ କହିଛନ୍ତି କିଛି ଲୋକଙ୍କୁ ଲାଗୁଛି ରାମ ମନ୍ଦିର ନିର୍ମାଣ ହେଲେ କରୋନା ସମାପ୍ତ ହୋଇଯିବ। ପ୍ରଥମେ କରୋନା ସମାପ୍ତ କରନ୍ତୁ। ଲକ୍‌ଡାଉନ୍ କାରଣରୁ ଆର୍ଥିକ କ୍ଷତି ଘଟୁଛି, ଏହା ଉପରେ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ  ବୋଲି ସେ କହିଛନ୍ତି।

ମୁମ୍ବାଇରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶରଦ ପାଓ୍ଵାର କହିଛନ୍ତି, କରୋନାରେ ଯେଉଁମାନେ ଫସି ରହିଛନ୍ତି, ସେମାନଙ୍କୁ କେମିତି ବାହାର କରାଯିବ ତାକୁ ଆମେ ବେଶ୍ ଭଲ ଭାବେ ବୁଝି ପାରୁଛୁ। କିଛି ଲୋକଙ୍କୁ ଲାଗୁଛି ମନ୍ଦିର ହୋଇଗଲେ ବୋଧହୁଏ କରୋନା ଚାଲିଯିବ। ସେଥିପାଇଁ ଏମିତି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

wp:html /wp:html

ଆମ ପାଇଁ କରୋନା ସଙ୍କଟ ବହୁତ ବଡ ପ୍ରସଙ୍ଗ। ଏହି କାରଣରୁ ହିଁ ଦେଶରେ ଲକ୍‌ଡାଉନ୍ ଲାଗୁ ହୋଇଛି। ଏଥିରେ ଛୋଟ ଛୋଟ ଉଦ୍ୟୋଗଙ୍କ ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏହା ଉପରେ ଦୃଷ୍ଟି ଦେବା ଉଚିତ୍। ଏହି ସପ୍ତାହରେ ଆମର ସାଥୀ ସାଂସଦ ଦିଲ୍ଲୀ ଯାଇ ସରକାରଙ୍କଠାରେ ନିଜର କଥା ରଖିବେ ବୋଲି ଶରଦ ପାଓ୍ଵାର କହିଛନ୍ତି।

ଶରଦ ପାଓ୍ଵାରଙ୍କ ଏପରି ପ୍ରତିକ୍ରିୟା  ଠିକ୍ ସେହି ସମୟରେ ଆସିଛି ଯେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜାରି ରହିଛି। ଗୋଟିଏ ଦିନ ପୂର୍ବେ ଶନିବାର ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟର ବୈଠକ ଆୟୋଜିତ ହୋଇଛି। ଭୂମି ପୂଜନ ଅଗଷ୍ଟ ୩ କିମ୍ବା ଅଗଷ୍ଟ ୫ରେ ହୋଇପାରେ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତ କରି ପାରନ୍ତି ଏବଂ ସେହି ଦିନ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ନେଇ ସନ୍ଥ ସମାଜରେ ଉତ୍ସାହର ମାହୋଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.