Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଫଡଣବିସ-ରାଓ୍ୱତଙ୍କ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ଶରଦ ପାଓ୍ଵାର, ବଢିଲା ସସପେନ୍ସ

27/09/2020 at 9:51 PM

ମୁମ୍ବାଇ ୨୭।୦୯: ମହାରାଷ୍ଟ୍ର ରାଜନୀତିରେ ଛକାପଞ୍ଝା ଜାରି ରହିଛି। ଗତକାଲି ଶବିସେନା ନେତା ସଞ୍ଜୟ ରାଉତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ହୋଟେଲ୍‌ରେ ସାକ୍ଷାତ କରିବା ପରେ  ରବିବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ପ୍ରମୁଖ ଶରଦ ପାଓ୍ଵାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ୨୪ ଘଣ୍ଟା ଭିତରେ ଏହି ଦୁଇ ନେତାଙ୍କ ସାକ୍ଷାତରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।  

ପାଓ୍ଵାର ଠାକରେଙ୍କୁ ତାଙ୍କ ଘରେ ସାକ୍ଷାତ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ୍ ଧରି ଆଲୋଚନା ହୋଇଛି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି। ସୂତ୍ର ଅନୁଯାୟୀ ଦୁଇ ନେତା ଭବିଷ୍ୟତର ଅନଲକ ପ୍ରକ୍ରିୟା ଓ ରାଜ୍ୟରେ କୋଭିଡ୍-୧୯ର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ ଶନିବାର ଫଡଣବିସ ଓ ରାଉତ ମୁମ୍ବାଇର ଏକ ହୋଟେଲ୍‌ରେ ଭେଟିଥିଲେ। ଏହି ଖବର ଗଣମାଧ୍ୟମରେ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଜୋର ଧରିଛି। ଦୁଇ ନେତା କହିଛନ୍ତି ସେମାନଙ୍କ ମଧ୍ୟରେ କୌଣସି ରାଜନୈତିକ କଥାବାର୍ତ୍ତା ହୋଇନାହିଁ। ସଞ୍ଜୟ ରାଉତ ଶିବସେନାର ମୁଖପତ୍ର ସାମନା ପାଇଁ ଏକ ସାକ୍ଷାତକାର ଦେବାକୁ ଫଡଣବିସଙ୍କୁ ଭେଟିବାକୁ ଯାଇଥିଲେ।

ବିଜେପି ନେତା ଦେବେନ୍ଦ୍ର ଫଡଣବିସ ରବିବାର ଜୋର ଦେଇ କହିଛନ୍ତି ଯେ, ଶିବସେନା ସହ ହାତ ମିଳାଇବାକୁ ବିଜେପିର କୌଣସି ରାଜନୈତିକ ଇଚ୍ଛା ନାହିଁ କି ଉଦ୍ଧବ ସରକାରକୁ ଭାଙ୍ଗିବାର ନାହିଁ। ସଞ୍ଜୟ ରାଉତ ଏହି ସାକ୍ଷାତ ଉପରେ ସଫେଇ ଦେଇ କହିଥିଲେ ଯେ, ଫଡଣବିସଙ୍କ ସହ ତାଙ୍କର ବୈଚାରିକ ମତଭେଦ ଥାଇପାରେ ମାତ୍ର ତାଙ୍କ ସହ ଶତ୍ରୁତା ନାହିଁ।

ବିଧାନସଭାରେ ବିରୋଧୀ ଦଳ ନେତା ଫଡଣବିସ କହିଛନ୍ତି ଯେବେ ମେଣ୍ଟ ସରକାର ନିଜେ ଆପେ ଆପେ ଭାଙ୍ଗିବ ତେବେ ଆମେ ଦେଖିବୁ। ରାଜ୍ୟ ବିଧାନସଭା ନିର୍ବାଚନରେ ଶିବସେନା-ବିଜେପି ମେଣ୍ଟ ଏକ ସଙ୍ଗେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ସିଟ୍ ବଣ୍ଟନ ଫର୍ମୁଲାରେ ଯେବେ ଦୁଇ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଲା ନାହିଁ  ତେବେ ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲା।

   Related Posts