ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ଶରଦ ପାଓ୍ଵାର, ପ୍ରଶାନ୍ତ କିଶୋରଙ୍କ ସହ ଚାଲିଥିଲା ବିଚାର ବିମର୍ଶ ?

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୦୪।୦୭:  ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ଵାର ଓ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଅନେକ କାରଣ ଏବଂ ନିଷ୍କର୍ସ ବାହାର କରାଯାଉଛି। କିନ୍ତୁ ରାଜନୈତିଜ୍ଞ ବିଶେଷଜ୍ଞଙ୍କ ମତରେ ଏହି ସାକ୍ଷାତ ବିଜେପି ବିରୋଧରେ ଏକ ମୋର୍ଚ୍ଚା ଗଠନ କରିବାର ଥିଲା। କିନ୍ତୁ ଗତ ଗୋଟିଏ ମାସରେ ଘଟିଥିବା ରାଜନୈତିକ ଘଟଣାକ୍ରମରେ ଶରଦ  ପାଓ୍ଵାର ନିଜକୁ ୨୦୨୨ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ  ଭାବେ ଦେଖୁଛନ୍ତି। କେବଳ ଏତିକି ନୁହେଁ ଅଲଗା ଅଲଗା ପାର୍ଟିରେ ନିଜର ଅସ୍ଥିତ୍ଵ ଜାହିର କରିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ବାସ୍ତବ ଏହା ଯେ, ସବୁ ରାଜନୈତିକ  ଦଳ ସହିତ ପାଓ୍ଵାରଙ୍କ ଭଲ ସଂପର୍କ ରହିଛି। ଏହାକୁ ପାଥେୟ କରି ସେ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛନ୍ତି।

ଉଲ୍ଲେଖଯେଗ୍ୟ, ଯେବେ ଗତ ମାସରେ ପିକେ ଓ ଶରଦ ପାଓ୍ଵାରଙ୍କ  ବୈଠକ ହୋଇଥିଲା, ତେବେଠୁ ଆଶା କରାଯାଉଥିଲା ଯେ, ବିଜେପି ବିରୋଧରେ ଏକ ମୋର୍ଚ୍ଚା ପାଇଁ ପ୍ରସ୍ତୁତ କରାଯାଉଛି। କିନ୍ତୁ ଗତ କିଛି ଦିନ ପୂର୍ବେ ଶରଦ ପାଓ୍ଵାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆୟୋଜିତ ବୈଠକରେ ଅନେକ ବିରୋଧୀ ପାର୍ଟି ଗାଏବ ରହିଥିଲେ। ଏଥିରୁ ସବୁଠୁ ବଡ ନାମ କଂଗ୍ରେସ ଥିଲା। ତଥାପି ଶରଦ ପାଓ୍ଵାର ଓ ପ୍ରଶାନ୍ତ କିଶୋର ଆଞ୍ଚଳିକଙ୍କ ଉତ୍ତମ ସଂପର୍କ ରଖି ବିଜେପିକୁ କାଉଣ୍ଟର ଆଟାକ କରିବାକୁ ଯୋଜନା କରିଥିଲେ।

କୁହାଯାଉଥିଲା ବିଜେପି ବିରୋଧରେ ତୃତୀୟ ମୋର୍ଚ୍ଚା ଗଠନ କରାଯିବ। କିନ୍ତୁ ରାଷ୍ଟ୍ର ମଞ୍ଚରେ ବିରୋଧୀଙ୍କୁ ଏକଜୁଟ ରଖିରା ପାଇଁ ଅସଫଳ ପ୍ରୟାସ ପରେ ପ୍ରଶାନ୍ତ କିଶୋର ନିଜେ କହିଥିଲେ ଯେ, ଏହା ସରକାର  ବିରୋଧରେ ତୃତୀୟ ମୋର୍ଚ୍ଚାର କୌଣସି ବିକଳ୍ପ ନାହିଁ। ପିକେ କହିଥିଲେ ଏହା ବିଶ୍ଵାସ କରାଯାଇ ପାରିବ ନାହିଁ ଯେ,  କୌଣସି, ତୃତୀୟ କିମ୍ବା ଚତୁର୍ଥ ମୋର୍ଚ୍ଚା ବିଜେପିକୁ ଦୃଢ ଭାବେ ଚ୍ୟାଲେଞ୍ଜ କରି ପାରିବ। ତୃତୀୟ ମୋର୍ଚ୍ଚା ମୋଡେଲ୍ ପୁରୁଣା ହୋଇ ସାରିଛି। ତୃତୀୟ ମୋର୍ଚ୍ଚା ଏବେ କୌଣସି ବିକଳ୍ପ ନୁହେଁ ବୋଲି ପିକେ କହିଥିଲେ।

ହେଲେ ନିଜକୁ ରାଷ୍ଟ୍ରପତି ଭାବେ ସ୍ଵପ୍ନ ଦେଖୁଥିବା ପାଓ୍ଵାର ସମସ୍ତ ଆଞ୍ଚଳିକ ଦଳ ସହ ସୁସଂପର୍କ ରଖିବାକୁ ପ୍ରୟାସ ଚଳାଇଛନ୍ତି। ସେ ଆଞ୍ଚଳିକ ଦଳ ଗୁଡିକର ସମର୍ଥନରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ସ୍ଵପ୍ନ ଦେଖିଛନ୍ତି। ଏହି ପଦ ପାଇଁ ଶରଦ ନିଜକୁ ଉପଯୁକ୍ତ ମଣିଛନ୍ତି। ଏହି କାମ ପାଇଁ ପ୍ରଶାନ୍ତ କିଶୋରଙ୍କ ସହ ତାଙ୍କର ଗୋଟିଏ ପରେ ଗୋଟିଏ ବୈଠକ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.