Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଶରଦ ପାଓ୍ଵାରଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ୩ ଘଣ୍ଟା ଧରି ଆଲୋଚନାରେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ

11/06/2021 at 7:05 PM

ମୁମ୍ବାଇ ୧୧।୦୬: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନସିପି ପ୍ରମୁଖ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନର ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା ହୋଇଛି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଗୋଟିଏ ପଟେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକାକୀ ଭେଟିବା ଏବଂ ଅନ୍ୟପଟେ ପାଓ୍ଵାର ଓ କିଶୋରଙ୍କ ସାକ୍ଷାତ ମହାରାଷ୍ଟ୍ର ସହ ଦେଶ ରାଜନୀତିକୁ ନୂଆ ଖୁରାକ ଯୋଗାଇଛି। ଗୋଟିଏ ପଟେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଦେଶର ଶୀର୍ଷ ନେତା କହିଥିଲେ।

ଏନସିପି ସୂତ୍ର ଅନୁଯାୟୀ, ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା  ବ୍ୟତୀତ ପାଓ୍ଵାର କିଶୋରଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ପିକେ  ଓ ପାଓ୍ଵାରଙ୍କ ମଧ୍ୟରେ ବୈଠକ ଅପରାହ୍ନ ପ୍ରାୟ ୨ଟାରେ ଶେଷ ହୋଇଥିଲା। ହେଲେ ନା ପାଓ୍ଵାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି ନା ପ୍ରଶାନ୍ତ କିଶୋର। କିନ୍ତୁ ମହାରାଷ୍ଟ୍ର ରାଜନୀତି ପାଇଁ ଏହି ସାକ୍ଷାତ ଗୁରୁତ୍ଵ ବହନ କରୁଥିବା କୁହାଯାଉଛି।

ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନ ପରେ ଡିଏମକେ ଏବଂ ଟିଏମସିକୁ ନିଜ ନିଜ ରାଜ୍ୟରେ ସଫଳତା ମିଳିବା ପରେ ପ୍ରଶାନ୍ତ କିଶୋର ଓ ପାଓ୍ଵାରଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏହି ଦୁଇ ପାର୍ଟି ପାଇଁ କିଶୋର ହିଁ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ବିଜୟରେ ତାଙ୍କର ଯୋଗଦାନ ଗୁରୁତ୍ଵପୂର୍ଣ୍ଣ ଥିବା କୁହାଯାଏ। କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ ପରେ ପିକେ ନିର୍ବାଚନୀ ରଣନୀତିଜ୍ଞ କାମରୁ ଅବସର ନେଇ ସାରିଛନ୍ତି।

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ଵାର ଏହି ବୈଠକକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତ କିଶୋର ପୂର୍ବରୁ ହିଁ କହି ସାରିଛନ୍ତି ଯେ, ସେ ଆଗକୁ କୌଣସି ଦଳ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବେ ନାହିଁ। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଅନେକ ନେତା କିଶୋରଙ୍କ ସଂପର୍କରେ ଅଛନ୍ତି। କିନ୍ତୁ ଏନସିପି ନେତା ଛଗନ ଭୁଜବଲ ପାଓ୍ଵାର-କିଶୋର  ବୈଠକ ବିଷୟରେ ତାଙ୍କୁ କିଛି ଜଣା ନଥିବା କହିଛନ୍ତି। କିନ୍ତୁ ସେ ଏତିକି କହିଛନ୍ତି, ପିକେ ଜଣେ ସଫଳ ରଣନୀତିଜ୍ଞ ଏବଂ ପାଓ୍ଵାର ନିଶ୍ଚିତଭାବେ ତାଙ୍କ ପରାମର୍ଶ ଉପରେ ବିଚାର କରିବେ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୨୦୧୯ରେ ପିକେଙ୍କୁ ଭେଟିଥିଲେ।

   Related Posts