Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସେୟାର ସ୍ୱାପ୍‌ରେ TATAରୁ ଅଲଗା ହେବାକୁ ଚାହାନ୍ତି ସପୁରଜୀ ପାଲୋନଜୀ ଗ୍ରୁପ, ସୁପ୍ରିମକୋର୍ଟଙ୍କୁ ଦେଲେ ୧୭୫ ହଜାର କୋଟି ଟଙ୍କାର ପ୍ରସ୍ତାବ

30/10/2020 at 6:19 PM

ନୂଆଦିଲ୍ଲୀ ୩୦।୧୦:  ସପୁରଜୀ ପାଲୋନଜୀ ଗ୍ରୁପ ଟାଟା ଗ୍ରୁପରୁ ପୃଥକ ହେବା ଲାଗି ସୁପ୍ରିମକୋର୍ଟଙ୍କୁ ନିଜ ଯୋଜନା ପ୍ରଦାନ କରିଛନ୍ତି। ସପୁରଜୀ ପାଲୋଜୀ ଗ୍ରୁପ ସାଇରସ ମିସ୍ତ୍ରୀଙ୍କ ପରିବାରର ଏକ ବ୍ୟବସାୟୀକ ସମୂହ ଓ ଗତ ୭୦ ବର୍ଷ ହେଲା ଟଟା ଗ୍ରୁପ ସହ ମିସି ବ୍ୟବସାୟ କରୁଛନ୍ତି। ତେବେ ଗତ ସେପ୍ଟେମ୍ବରରେ ସପୁରଜୀ ପାଲୋନଜୀ ଟାଟାରୁ ପୃଥକ ହେବାକୁ ଘୋଷଣା କରିଥିଲେ।

ସପୁରଜୀ ପାଲୋନଜୀ ସୁପ୍ରିମକୋର୍ଟଙ୍କୁ ଦେଇଥିବା ସୂଚନାରେ ଟାଟା ଗ୍ରୁପରେ ସେମାନଙ୍କ ୧.୭୫ କୋଟି ଟଙ୍କାର ଭାଗିଦାରୀ ଥିବାର କହିଛନ୍ତି। ଏନେଇ କୋର୍ଟଙ୍କୁ କମ୍ପାନୀ ଦେଇଥିବା ବୟାନରେ ଟାଟା ସନ୍ସ ବାସ୍ତବରେ ଦୁଇଟି କମ୍ପାନୀ ଗ୍ରୁପ। ଟାଟା ଟ୍ରଷ୍ଟ, ଟାଟା ପରିବାରର ସଦସ୍ୟ ଓ ଟାଟା କମ୍ପାନୀ ନିକଟରେ ଏହାର ୮୧.୬ ପ୍ରତିଶତ ସେୟାର କ୍ୟାପିଟାଲ ରହିଛି। ବାକି ୧୮.୬ ପ୍ରତିଶତ ସପୁରଜୀ ପାଲୋନଜୀଙ୍କର ରହିଛି।

ଟାଟା ସନ୍ସ ଏକ କୋର ଇନଭେଷ୍ଟମେଣ୍ଟ କମ୍ପାନୀ ଓ ଟାଟା ଗ୍ରୁପ ଲାଗି ହୋଲ୍ଡିଂ କମ୍ପାନୀ। ଟାଟା ସନ୍ସର ଭାଲ୍ୟୁ ଲିଷ୍ଟେଡ ଇକ୍ୱିଟିଜ୍, ନନ୍ ଲିଷ୍ଟେଡ୍ ଇକ୍ୱିଟିଜ୍, ବ୍ରାଣ୍ଡ, କ୍ୟାସ୍‌ ବାଲାନ୍ସ ଓ ଅଚଳ ସମ୍ପତ୍ତି ରହିଛି। ଏଣୁ ସପୁରଜୀ ପାଲୋନଜୀ ଗ୍ରୁପର ୧୮.୩୭ ପ୍ରତିଶତ ଅନୁସାରେ ଭାଗିଦାରୀ ମୂଲ୍ୟ ଅନୁନ୍ୟ ୧,୭୫,୦୦୦ କୋଟି ଟଙ୍କାର ମଧ୍ୟ ଅଧିକ ହେବ ବୋଲି ସୁପ୍ରିମକୋର୍ଟଙ୍କୁ ସୂଚିତ କରିଛନ୍ତି।

ତେବେ ଟାଟା ଗ୍ରୁପରୁ ପୃଥକ ହେବା ଲାଗି ସପୁରଜୀ ପଲୋନଜୀ କୋର୍ଟଙ୍କୁ ଏକ ବିସ୍ତୃତ ଯୋଜନା ପ୍ରଦାନ କରିଛନ୍ତି। ଯେଉଁଥିରେ ମୂଲ୍ୟାୟନ ବିବାଦକୁ ସୂଚୀ ଆସେଟସ୍‌ର ପ୍ରୋ ରାଟା ସ୍ପ୍ଲିଟ ଓ ବ୍ରାଣ୍ଡ ଏବଂ ପ୍ରୋ ରାଟା ସେୟାର ମାଧ୍ୟମରେ ଦୂର କରାଯାଇ ପାରିବ ବୋଲି କହିଛନ୍ତି। ସେହିପରି ନେଟ୍‌ ଡେଟ୍ ଲାଗି ଆଡଜଷ୍ଟ ହୋଇଥିବା ଅଣ ସୂଚୀବଦ୍ଧ ଆସେଟସର ଥାର୍ଟ ପାର୍ଟି ମୂଲ୍ୟାୟନ କରାଯାଇପାରେ।

ନନ୍ କ୍ୟାସ୍ ସେଟେଲମେଣ୍ଟ ଲାଗି ସପୁରଜୀ ପାଲୋନଜୀ ଗ୍ରୁପ ସୂଚୀଭୁକ୍ତ ଟାଟା ଏଣ୍ଟିଟିଜ୍‌ରେ ପ୍ରୋରାଟା ସେୟାର ଦାବି କରିଛନ୍ତି, ଯେଉଁଥିରେ ଟାଟା ସନ୍ସର ଭାଗିଦାରୀ ରହିଛି। ଉଦାହରଣ ଭାବେ ଟିସିଏସ୍‌ରେ ଟାଟା ଗ୍ରୁପର ଭାଗିଦାରୀ ୭୨ ପ୍ରତିଶତ ରହିଛି। ଟାଟା ସନ୍ସରେ ସପୁରଜୀ ପାଲୋନଜୀର ୧୮.୩୭ ପ୍ରତିଶତ ଭାଗିଦାରୀ ରହିଛି। ସେହି ହିସାବରେ ଟିସିଏସର ୧୩.୨୨ ପ୍ରତିଶତ ଭାଗିଦାରୀ ସପୁରଜୀ ପାଲୋନଜୀକୁ ଟ୍ରାନ୍ସଲେଟ୍ ହେଉଛି।  

   Related Posts