Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ରାମମନ୍ଦିର ଭୂମିପୂଜନକୁ ନେଇ ବିବାଦ : ନିର୍ଣ୍ଣୟ ମୁହୂର୍ତ୍ତକୁ ଅଶୁଭ ମୁହୂର୍ତ୍ତ ବୋଲି କହିଲେ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ବତୀ

23/07/2020 at 12:34 PM

ଅଯୋଧ୍ୟା ୨୩/୦୭ : ବହୁ ବର୍ଷର ଅପେକ୍ଷା ପରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବାକୁ ତାରିଖ ନିର୍ଣ୍ଣୟ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଭୂମିପୂଜନ କରିବେ | କିନ୍ତୁ ଭୂମିପୂଜନ ତାରିଖ ଓ ମୁହୂର୍ତ୍ତକୁ ନେଇ ବିବାଦ ଛିଡା ହୋଇଛି | ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ବତୀ ଭୂମିପୂଜନ ପାଇଁ ନିର୍ଣ୍ଣୟ ମୁହୂର୍ତ୍ତକୁ ଅଶୁଭ ବୋଲି କହିଛନ୍ତି | ସେ କହିଛନ୍ତି ଯେ ଅଗଷ୍ଟ ୫ ତାରିଖରେ ଦକ୍ଷିଣାୟନ ଭାଦ୍ରପଦ ମାସ କୃଷ୍ଣପକ୍ଷ ଦ୍ୱିତୀୟ ତିଥି | ଶାସ୍ତ୍ରରେ ଭାଦ୍ରପଦ ମାସରେ ଗୃହ, ମନ୍ଦିର ଆରମ୍ଭ କାର୍ଯ୍ୟ ନିଷିଦ୍ଧ ରହିଛି | ସେ ବିଷ୍ଣୁ ଧର୍ମ ଶାସ୍ତ୍ର ଓ ନୈବଜ୍ଞ ବଲ୍ଲଭ ଗ୍ରନ୍ଥର ଉଦାହରଣ ଦେଇଛନ୍ତି | କାଶୀ ବିଦ୍ୱାନ ପରିଷଦ ଶଙ୍କରାଚାର୍ଯ୍ୟଙ୍କ ଯୁକ୍ତିକୁ ନିର୍ଧାର ଦର୍ଶାଇ କହିଛନ୍ତି ଯେ ବ୍ରହ୍ମାଣ୍ଡ ନାୟକ ଶ୍ରୀରାମଙ୍କ ମନ୍ଦିରକୁ ନେଇ ପ୍ରଶ୍ନ କିଭଳି ଉଠାଯାଇପାରୁଛି |

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ବତୀ କହିଛନ୍ତି ଯେ, ଆମେ ରାମ ଭକ୍ତ, ମନ୍ଦିର ଯିଏ ବି ନିର୍ମାଣ କରୁ ଆମେ ପ୍ରସନ୍ନ ହେବୁ, କିନ୍ତୁ ସେଥିପାଇଁ ଉଚିତ ତିଥି ଓ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ ହେବ ଉଚିତ | ସେ କହିଛନ୍ତି ଯଦି ମନ୍ଦିର ଜନତାଙ୍କ ଦାନରେ ତିଆରି ହେଉଛି ତାହେଲେ ଜନତାଙ୍କ ମତାମତ ମଧ୍ୟ ନେବା ଉଚିତ |

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଳ ନୟନ ଦାସ କହିଛନ୍ତି ଯେ ଶ୍ରୀରାମଙ୍କ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ୩ ଦିନ ଯାଏଁ ଚାଲିବ | ଭୂମିପୂଜନ କାର୍ଯ୍ୟକ୍ରମ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ | ଅଗଷ୍ଟ ୩ ତାରିଖରେ ପ୍ରଥମ ଦିନ ଗଣେଶ ପୂଜା, ୪ ତାରିଖରେ ରାମର୍ଚନ, ୫ ତାରିଖ ୧୨ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରର ଆଧାରଶିଳା ସ୍ଥାପନା କରିବେ | ଏହି ସମୟରେ କାଶୀ, ପ୍ରୟାଗରାଜ ଓ ଅଯୋଧ୍ୟାର ବୈଦିକ ବିଦ୍ୱାନ ଓ ଆଚାର୍ଯ୍ୟ ପଣ୍ଡିତଙ୍କ ଦ୍ୱାରା ମନ୍ଦିରର ଭୂମିପୂଜନ କରାଯିବ | 

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଟ୍ରଷ୍ଟ ଗଠନ ହୋଇଥିଲା ଓ ରାସ୍ତ ରାମ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମି ପରିସରରେ ପ୍ରସ୍ତୁତି ଆରମ୍ଭ କରିଥିଲେ | ସେହି ଆଧାରରେ ମାର୍ଚ୍ଚ ୨୫ ତାରିଖରେ ଶ୍ରୀରାମଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାନାନ୍ତର କରାଯାଇଥିଲା | ଭଗବାନଙ୍କୁ ସ୍ଥାନାନ୍ତର କରିବା ପରେ ଜମି ସାମନ୍ତରୀକରଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା | ଭଗବାନଙ୍କ ଗର୍ଭଗୃହ ୨.୭୭ ଏକର ଭିତରେ ହିଁ ରହିବ ଯେଉଁଥିରେ ସମ୍ପୂର୍ଣ ବୈଦିକ ରୀତି-ନୀତି ସହ କାଶୀର ବିଦ୍ୱାନ ଓ ଅଯୋଧ୍ୟାର ପୁରୋହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଭୂମିପୂଜନ କରିବେ | 

   Related Posts