Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ସର୍ତ୍ତକୁ ସ୍ବାଗତ କଲେ ସେବାୟତ, ଅକ୍ଟୋବର ୨୨ରେ ହେବ ପରବର୍ତ୍ତୀ ଶୁଣାଣି

3/10/2019 at 6:02 PM

ପୁରୀ ୩|୧୦: ସ୍ବାଗତ କରିଛନ୍ତି ସେବାୟତ । ଉଚ୍ଛେଦ ଓ ଥଇଥାନ ସଂପର୍କରେ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତଙ୍କ ମତାମତ ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିବାରୁ ଏହାଦ୍ବାରା ରାଜ୍ୟ ସରକାରଙ୍କ କାର୍ଯ୍ୟରେ ସ୍ବଚ୍ଛତା ଆସିବ ବୋଲି ସେମାନେ ଅନୁଭବ କରୁଛନ୍ତି ।

ସେପଟେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେଉଥିବା ଉଚ୍ଛେଦ ଓ ଜମି ଅଧିଗ୍ରହଣ ପାଇଁ ସ୍ଥାନୀୟ ବାସିନ୍ଦା ଆଗ୍ରହର ସହ ଆବେଦନ କରୁଥିବା କହିଛନ୍ତି ଜିଲ୍ଲାପାଳ । ସେହିଭଳି ଯେଉଁମାନେ ନିଜ ଆଡ଼ୁ ଜମି ଦେବାକୁ ଆସୁଛନ୍ତି ସେମାନଙ୍କ ପାଇଁ କ୍ଷତିପୂରଣ ରାଶିରେ ଅଧିକ ୧୦ ପ୍ରତିଶତ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଶ୍ରୀମନ୍ଦିର ମାମଲାରେ ସୁପ୍ରିମ୍‌ ଶୁଣାଣିକୁ ସେବାୟତଙ୍କ ସ୍ବାଗତ । ମିଶନ ୭୫ମିଟରକୁ ନେଇ ଉଚ୍ଛେଦ ପ୍ରକ୍ରିୟାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଧର୍ମଗୁରୁ ଏବଂ ବରିଷ୍ଠ ସେବାୟତଙ୍କ  ମତାମତ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ବାରା ରାଜ୍ୟ ସରକାରଙ୍କ କାର୍ଯ୍ୟରେ ସ୍ବଚ୍ଛତା ଆସିବ ବୋଲି ସେବାୟତମାନେ ଅନୁଭବ କରୁଛନ୍ତି । ଏଭଳି କରାଗଲେ ପ୍ରଶାସନର କାର୍ଯ୍ୟରେ ସେମାନେ ସମ୍ପୂ୍ର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

ଏଥି ସହ ମନ୍ଦିର ଚାରିପାଖ ୭୫ ମିଟର ଉଛେଦ ପ୍ରକ୍ରିୟା କେମିତି ହୋଇଛି, କଣ ପଦକ୍ଷେପ ନିଆଯାଇଛି ସେନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରଭାବିତଙ୍କୁ କ୍ଷତିପୂରଣ ରାଶି କିଭଳି ଓ କେତେ ଦିଆଯାଉଛି ତାହା ଜଣାଇବାକୁ କହିଛନ୍ତି କୋର୍ଟ । ଆମିକସ କ୍ୟୁରୀ ପୁରୀ ଆସି ସ୍ଥିତି ପରଖିବା ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ଉଛେଦ ପ୍ରକ୍ରିୟାରେ ତଦାରଖ ପାଇଁ ହାଇ ଲେବଲ କମିଟି ଗଠନ କରିବାକୁ ଆମିକସ କ୍ୟୁରୀ ପ୍ରସ୍ତାବ ଦେଇଥିଲେ । ଅକ୍ଟୋବର ୨୨ରେ ପରବର୍ତ୍ତୀ ଶୁଣାଣି ହେବ ।

   Related Posts