Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ : ଶଙ୍କର ମହାଦେବନ, ଆଶା ଭୋସ୍‌ଲେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

31/05/2020 at 2:33 PM

ଭୁବନେଶ୍ବର ୩୧।୦୫: ବନ୍ଦେ ଉତ୍କଳ ଜନନୀ ଗାଇଲେ ପ୍ରସିଦ୍ଧ ସଙ୍ଗୀତକାର ଶଙ୍କର ମହାଦେବନ ଓ ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସ୍‌ଲେ । କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅନୁରୋଧ କରିଥିଲେ ତାହା ସଫଳ ହୋଇଛି । ଖାଲି ଓଡ଼ିଆ ନୁହଁନ୍ତି ସମସ୍ତେ ଏକ ସ୍ୱରରେ ଗାଇଛନ୍ତି ଏହି ସଙ୍ଗୀତ । ଏହାରି ମାଧ୍ୟମରେ ସେମାନେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ଏହି ଅବସରରେ ଭାରତ ବର୍ଷର ସଙ୍ଗୀତ ଜଗତର ଦୁଇ ମହାନ ପ୍ରତିଭା ସଙ୍ଗୀତ ଗାନ କରି ତାକୁ ନିଜ ଟ୍ୱିଟ୍‌ର ପେଜ୍‌ରେ ଅପ୍‌ଲୋଡ୍‌ କରିଛନ୍ତି । ଆଶା ଭୋସ୍‌ଲେ କହିଛନ୍ତି, ଯଦିଓ ଗୀତର ଭାଷା ଓଡ଼ିଆ କିନ୍ତୁ ଭାବନା ଭାରତୀୟ । ଏହା କେଉଁ ଭାଷାରେ ହେଉନା କାହିଁକି ଆମର ଏକମାତ୍ର ଉଦ୍ଦେଶ୍ୟ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିବା । ଏହି ଗୀତଟି ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଉତ୍ସର୍ଗୀକୃତ । ଶଙ୍କର ମହାଦେବନ୍‌ କହିଛନ୍ତି, ଅତି ସୁନ୍ଦର ଭାବେ ଗୀତଟିକୁ ଗାନ କରାଯାଇଛି। ଏହାରି ମାଧ୍ୟମରେ ଆମେ ସେହି ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଛୁ । ଏହି ଦୁଇ ସଙ୍ଗୀତ ମହାରଥୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି ।

ବନ୍ଦେ ଉତ୍କଳ ଜନନୀକୁ ନେଇ ଏକ ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଆଶା ଭୋସ୍‌ଲେ, ଶଙ୍କର ମହାଦେବନ କଣ୍ଠଦାନ କରିଛନ୍ତି । ତାଙ୍କ ସହିତ କଣ୍ଠରେ ଆଶାଙ୍କ ନାତୁଣୀ ଜାନାୟା ଭୋସ୍‌ଲେ ଏବଂ ସ୍ନିତି ମିଶ୍ର ସହଯୋଗ କରିଛନ୍ତି । ଏହାର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱନାମଧନ୍ୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା । ସଙ୍ଗୀତର ସଂଯୋଜନା କରିଛନ୍ତି ଶଙ୍କର-ଏହସାନ୍‌-ଲୟ । ଗୀତ ଏଡିଟିଂରେ ଅଭୟ ପରିଡ଼ା, ସୌମ୍ୟପ୍ରିୟଦର୍ଶିନୀ ମିଶ୍ର, ଲିପ୍ସା ମଲ୍ଲିକ, ଜୁମର ନାଥ, ସୌମ୍ୟ ବେହେରା, ସଞ୍ଜୟ ବେହେରା, ସଂଗ୍ରାମ କିଶୋର ଲେଙ୍କା ସହଯୋଗ କରିଛନ୍ତି ।

   Related Posts