Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏପ୍ରିଲ ୩୦ ତାରିଖରୁ କ୍ରୁର ହେବ ଶନିଦେବଙ୍କ ନଜର : ଆପଣଙ୍କ ରାଶିରେ କ’ଣ ପଡିବ ପ୍ରଭାବ ଜାଣନ୍ତୁ

29/04/2019 at 1:48 PM

ଭୁବନେଶ୍ୱର ୨୯/୪ : ଏପ୍ରିଲ ୩୦ ତାରିଖରୁ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଗ୍ରହରେ ଶନିଦେବଙ୍କ ବକ୍ରୀ ଚଳନ ରହିବ | ଶନିଙ୍କ ବକ୍ରୀ ଚଳନ ଯୋଗୁଁ କିଛି ରାଶିରେ ଏହାର ଭଲ ପ୍ରଭାବ ପଡୁଥିବା ବେଳେ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡିବ | ଆସନ୍ତୁ ଜାଣିବା କେଉଁ ରାଶି ଉପରେ କଣ ପ୍ରଭାବ ପଡିବ :


ମେଷ : ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ସମୟ ସହିତ ଖାପ ଖୁଆଇ ଚାଲିବାକୁ ହେବ | ଜୁନ ମାସ ପର୍ଯ୍ୟନ୍ତ ଆପଣଙ୍କ କ୍ୟାରିଅର ଢିଲା ରହିବ | ଅକ୍ଟୋବର ମାସ ପରେ ପରିସ୍ଥିତିରେ ସୁଧାର ଆସିବ ଓ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ |


ବୃଷ : ବୃଷ ରାଶିରେ ଶନିଙ୍କ ଅଢେଇ ରହିବ | ବୈବାହିକ ଜୀବନ ଅବସାଦଗ୍ରସ୍ତ ରହିବ | ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି | ଘର ପରିବାରରେ ଅଶାନ୍ତି ଲାଗି ରହିବ |


ମିଥୁନ : ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଭଲ ରହିବ | ବିବାଦର ଅନ୍ତ ଘଟିବ | ଯଦି କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଉଚିତ ସମୟ |


କର୍କଟ : ଏହି ରାଶିର ବ୍ୟକ୍ତି ବିଶେଷ ବିବାଦରେ ଘେରି ହୋଇ ରହିପାରନ୍ତି | ବିବାଦରୁ ନିଜକୁ ଦୁରେଇ ରଖିବାକୁ ଚେଷ୍ଟା କରିବେ | କଟୁ ଭାଷା ପ୍ରୟୋଗ ନକରନ୍ତୁ | ମାନସିକ ଅବସାଦ ସାମ୍ନା କରିବାକୁ ପଡିପାରେ | ଅଯଥା କାମ କିମ୍ବା ବିବାଦରୁ ନିଜକୁ ଦୁରେଇ ରଖନ୍ତୁ |


ସିଂହ : ସିଂହ ରାଶି ବ୍ୟକ୍ତି ବିଶେଷ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ | ଚାକିରୀ କରୁଥିବା ଲୋକଙ୍କ ପଦୋନ୍ନତି ସମ୍ଭାବନା ରହିଛି | ନୂଆ ଚାକିରୀ ମିଳିବାର ସମ୍ଭାବନା ମଧ୍ୟ ରହିଛି | ଵିଧ୍ୟାର୍ଥୀଙ୍କୁ ସଫଳତା ମିଳିବ | ଅବିବାହିତଙ୍କ ବିବାହ ହେବାର ସମ୍ଭାବନା ଅଛି |


କନ୍ୟା : କନ୍ୟା ରାଶିରେ ଶନିଙ୍କ ଅଢେଇ ଯୋଗୁଁ ଏହି ବର୍ଷ ଚାକିରୀରେ ନୂଆ ଅବସର ମିଳିବ | ଧନସମ୍ପତ୍ତିରେ ଲାଭ ମିଳିବ | ଘରେ ଶାନ୍ତିର ବାତାବରଣ ରହିବ | କ୍ୟାରିଅରରେ ଉନ୍ନତି ଘଟିବ |


ତୁଳା : ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଭଲ ରହିବ | ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ | ବ୍ୟବସାୟ ବଢାଇବା କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିପାରନ୍ତି | ପୁଞ୍ଜି ବିନିଯୋଗ କଲେ ଭଲ ରିଟର୍ନ ମିଳିବ |


ବିଛା : ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଶନିଙ୍କ ସାଢ଼େସାତି ଯୋଗୁଁ ଧନ ଲାଭର ସମ୍ଭାବନା ରହିଛି | ଘର ପରିବାରରେ ସୁଖ ଶାନ୍ତି ବଜାୟ ରହିବ | ବହୁ ଦିନରୁ ଅଟକି ଯାଇଥିବା କାମ ସମ୍ପୂର୍ଣ ହେବ | କ୍ୟାରିଅରରେ ଭଲ ସୁଯୋଗ ମିଳିବ |


ଧନୁ : ଧନୁ ରାଶିରେ ଶନିଙ୍କ ସାଢ଼େସାତି ଚାଲିଛି | ଏହି ସମୟ ଧନୁ ରାଶି ପାଇଁ ଶୁଭ ରହିବ | ଭୂମି କିଣିବାର ସମ୍ଭାବନା ରହିଛି | ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବେ | ଶନି ଧନୁ ରାଶି ଚନ୍ଦ୍ରରେ ଗୋଚର କରୁଛନ୍ତି | ଧନୁ ରାଶିରେ ଏହାର ଗଭୀର ପ୍ରଭାବ ପଡିବ |


ମକର : ଶନିଙ୍କ ସାଢ଼େସାତି ମକର ରାଶି ପାଇଁ ଚିନ୍ତାର ବିଷୟ | ଧନ ସମ୍ବନ୍ଧୀୟ କାମରେ କ୍ଷତି ହୋଇପାରେ | ଯାତ୍ରାରେ ହାନି ହେବାର ସମ୍ଭାବନା ରହିଛି | ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ | ପରିବାରରେ ଅଶାନ୍ତି ଦେଖାଦେବ |


କୁମ୍ଭ : କୁମ୍ଭ ରାଶି ପାଇଁ ଶନି ଦ୍ୱାଦଶ ଭାବ ସ୍ୱାମୀ | କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟସ୍ଥଳରେ ଅନେକ ସୁଯୋଗ ମିଳିବ | ଏହି ସମୟ ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଶୁଭ | ଧନ ଲାଭର ସମ୍ଭାବନା ରହିଛି |


ମୀନ : ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଚାକିରୀ ପରିବର୍ତ୍ତନ କରିବା ଭଲ ପ୍ରମାଣିତ ହେବ | ଆୟ ତୁଳନାରେ ଖର୍ଚ୍ଚ ଅଧିକ ହୋଇପାରେ | ଜୀବନସାଥୀଙ୍କ ସହ ବାଦବିବାଦ ବଢିପାରେ | ବନ୍ଧୁ ପରିଜନଙ୍କ ସହ ଅବସର ସମୟ ବିତାଇ ପାରନ୍ତି |

   Related Posts