ବର୍ଷ ସାରା ଏହି ୫ଟି ରାଶି ଉପରେ ରହିବ ଶନିଦେବଙ୍କ କୋପ ଦୃଷ୍ଟି : ସରଳ ଉପାୟରେ ଶନିଙ୍କୁ କରନ୍ତୁ ପ୍ରସନ୍ନ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ୱର ୧୪/୪ : ଶନିଦେବଙ୍କ କୋପଦୃଷ୍ଟି କିଛି ରାଶିକୁ ପ୍ରଭାବିତ କରିବ | ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ସନ୍ତରାମଙ୍କ ଅନୁସାରେ, କିଛି ରାଶିରେ ଶନିଙ୍କ ସାଢେସାତି ଏବଂ ଅଢେଇ ମଧ୍ୟ ରହିବ | ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଏହାର କଣ ପ୍ରଭାବ ପଡିବ :

{"id":103438}


ବୃଷ : ବୃଷ ରାଶିରେ ଚଳିତ ବର୍ଷ ଶନିଙ୍କ ଅଢେଇ ରହିବ | ବ୍ୟବସାୟରେ ଆପଣଙ୍କୁ ଅତ୍ୟନ୍ତ ସାବଧାନ ରହିବାକୁ ପଡିବ | କୌଣସି ପଦକ୍ଷେପ ନେବା ପୂର୍ବରୁ ୪ଥର ଭାବିବା ଦରକାର | ପାରିବାରିକ ଜୀବନ ମଧ୍ୟ ସୁରୁଖୁରୁରେ ନ କାଟି ପାରେ | ପାରିବାରିକ କଳହ ସୃଷ୍ଟି ହୋଇପାରେ | ବୁଝି ବିଚାରି କାମ କରିବାକୁ ହେବ |

{"id":103439}


କନ୍ୟା : ଏହି ବର୍ଷ କନ୍ୟା ରାଶିରେ ଶନିଙ୍କ ଅଢେଇ ରହିବ | ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସନ୍ତାନ ସମ୍ପର୍କିତ ସମସ୍ୟା ଦେଖାଦେବ | ଚାକିରିଆଙ୍କ ପାଇଁ ମଧ୍ୟ ଏହି ବର୍ଷ ଭଲ ରହିବ ନାହିଁ | ଚାକିରୀ କ୍ଷେତ୍ରରେ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରିବାକୁ ହେବ |

{"id":103440}


ବିଛା : ଏହି ବର୍ଷ ବୃଷ ରାଶିରେ ଶନିଙ୍କ ସାଢେ ସାତିଙ୍କ ପ୍ରକୋପ ରହିବ | ବ୍ୟବସାୟରେ କ୍ଷତି ହୋଇପାରେ | କିନ୍ତୁ ଅନ୍ୟ ଜାଗାରୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି | ତେବେ ଚଳିତବର୍ଷ ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏତେଟା ଶୁଭଫଳ ଦେବନାହିଁ |

{"id":103441,"width":567,"height":567}


ଧନୁ : ଏହି ବର୍ଷ ଆପଣଙ୍କ ରାଶିରେ ଶନିଙ୍କ ସାଢେ ସାତି ରହିବ ଯେଉଁଥିପାଇଁ ଶନିଦେବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ରହିବ | ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ |

{"id":103442,"width":566,"height":409}


ମକର : ମକର ରାଶିରେ ମଧ୍ୟ ଶନିଙ୍କ ସାଢେ ସାତି ରହିବ | ଆପଣଙ୍କ ସମସ୍ତ କାମରେ ବାଧା ଉପୁଜିପାରେ | ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇପାରେ |

{"id":103448}


ଆସନ୍ତୁ ଜାଣିବା ଏହି ସବୁ ସମସ୍ୟାରୁ କେମିତି ମୁକ୍ତି ପାଇବେ :
ଶନିଦେବଙ୍କ କୃପା ପାଇବା ପାଇଁ ବାପା ମା'ଙ୍କ ସମ୍ମାନ ଏବଂ ସେବା କରିବା ଉଚିତ | ଯଦି ଆପଣ ନିଜ ବାପା ମା'ଙ୍କ ଠାରୁ ଦୂରରେ ରହୁଛନ୍ତି ତା'ହେଲେ ମନରୁ ନହେଲେ ଫୋନରେ ପ୍ରତିଦିନ ପ୍ରଣାମ କରନ୍ତୁ | ବାପା ମା'ଙ୍କ ଫଟୋ ଯଦି ପର୍ସରେ ରଖୁଛନ୍ତି ତା'ହେଲେ ତାଙ୍କ ଶ୍ରୀ ଚରଣ ଫଟୋ ମଧ୍ୟ ରଖନ୍ତୁ | ଯଦି ଆପଣଙ୍କ ରାଶିରେ ଶନିଙ୍କ ସାଢେ ସାତି କିମ୍ବା ଅଢେଇ ଚାଲିଛି ତାହେଲେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସମୀ ବୃକ୍ଷର ଚେରକୁ କଳା କପଡାରେ ଗୁଡ଼ାଇ ଶନିବାର ସନ୍ଧ୍ୟାରେ ଡାହାଣ ହାତରେ ବାନ୍ଧିଦେବେ | ଏହାସହ ଓଁ ପ୍ରାଙ୍ଗ ପ୍ରିଙ୍ଗ ପ୍ରୋଙ୍ଗ ଶଃ ଶନିଶ୍ଚରାୟ ନମଃ ମନ୍ତ୍ର ୩ଟି ମାଳା ଜପ କରିବେ |

{"id":103449,"width":572,"height":324}


ଶନି ଦୋଷ ଦୂର କରିବା ପାଇଁ ଭଗବାନ ଶିବଙ୍କ ପୂଜା ଏକ ସିଦ୍ଧ ଉପାୟ | ନିୟମପୂର୍ବକ ଶିବ ସହସ୍ରନାମ ବା ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର ପାଠ କରିବା ଦ୍ୱାରା ଶନିଙ୍କ ପ୍ରକୋପ ଦୂର ହୋଇଥାଏ | କୁଣ୍ଡଳିରୁ ଶନି ଦୋଷ ଦୂର କରିବା ପାଇଁ ପ୍ରତିଦିନ ସୁନ୍ଦରକାଣ୍ଡ ପାଠ କରନ୍ତୁ ଏବଂ ହନୁମାନ ମନ୍ଦିର ଯାଇ ନିଜ କ୍ଷମତା ଅନୁସାରେ ଯେକୌଣସି ମିଠା ଭୋଗ କରନ୍ତୁ | ଏହିସବୁ ଉପାୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି |

{"id":103450,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.