୭ ତାରିଖ ଗୁରୁବାର ସନ୍ଧ୍ୟାରେ ଅସ୍ତ ହେବେ ଶନିଦେବ: ବିଶେଷ ପ୍ରଭାବିତ ହେବେ ଏହି ୫ଟି ରାଶି

Published By : Prameya-News7 Bureau | January 07, 2021 IST

ଭୁବନେଶ୍ୱର ୦୭/୦୧ : ହିନ୍ଦୁ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ ସନ୍ଧ୍ୟା ୫ଟା ୩୮ ମିନିଟରେ ଶନିଦେବ ପଶ୍ଚିମ ଦିଗରେ ଅସ୍ତ ହେବେ। ଜ୍ୟୋତିଷ ଗଣନା ଅନୁସାରେ ଶନିଦେବ ଫେବୃଆରୀ ୯ ତାରିଖ ମଙ୍ଗଳବାର ରାତି ୧୨ଟା ୫୦ ମିନିଟରେ ପୂର୍ବ ଦିଗରେ ଉଦୟ ହେବେ। ଫେବୃଆରୀ ୯ ତାରିଖ ତ୍ରୟୋଦଶୀ ତିଥି ଏବଂ ଚନ୍ଦ୍ରମା ଧନୁ ରାଶିରେ ରହିବେ।

ଶନିଦେବଙ୍କ ଅସ୍ତ ହେବାକୁ ଶୁଭ ନୁହେଁ ବୋଲି କୁହାଯାଇଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ ନ୍ୟାୟ ଦେବତା ଓ ସୂର୍ଯ୍ୟ ପୁତ୍ର ଶନିଦେବ ଅସ୍ତ ହେଲେ ଜନତାଙ୍କୁ ପୀଡା ହୋଇଥାଏ। ଶନିଙ୍କ ଅସ୍ତ ଯୋଗୁଁ କ୍ରୋଧ, ବିରୋଧ ଭଳି ଘଟଣା ବୃଦ୍ଧି ପାଇବ। ଜନତା ଓ ସରକାର ମଧ୍ୟରେ ବିବାଦ ସୃଷ୍ଟି ହେବ ଶନିଦେବଙ୍କୁ ଜନତାଙ୍କ କାରକ ବୋଲି ମଧ୍ୟ କୁହାଯାଏ। କୌଣସି ଗ୍ରହ ଅସ୍ତ ହେଲେ ତାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡିଥାଏ।

ମିଥୁନ ରାଶି - ମିଥୁନ ରାଶିରେ ଶନିଙ୍କ ଢେୟା ଚାଲିଛି। ମିଥୁନ ରାଶିରେ ଶନି ଜନ୍ମ କୁଣ୍ଡଳୀର ଅଷ୍ଟମ ଭାବରେ ଅସ୍ତ ହେଉଛନ୍ତି। କୁଣ୍ଡଳୀର ଅଷ୍ଟମ ଭାବକୁ ମୃତ୍ୟୁର ଘର ବୋଲି ମଧ୍ୟ କୁହାଯାଇଛି। ମିଥୁନ ରାଶି ବ୍ୟକ୍ତିଙ୍କୁ ଶନିଙ୍କ ଅସ୍ତ ହେବା ଯୋଗୁଁ କିଛି ମାମଲାରେ ଲାଭ ମିଳିବ। ଯଦି ମିଥୁନ ରାଶି ବ୍ୟକ୍ତି କୌଣସି ରୋଗରେ ପୀଡିତ ତାହେଲେ ରୋଗରୁ ମୁକ୍ତି ମିଳିବ। ସମାଜରେ ଆପଣଙ୍କ କଥାକୁ ସମ୍ମାନ ମିଳିବ ଏବଂ ଲୋକେ ଆପଣଙ୍କ କଥା ମଧ୍ୟ ଶୁଣିବେ। ମାନସମ୍ମାନ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଏହା ଭଲ ସମୟ। ବ୍ୟବସାୟରେ ବୁଝି ବିଚାରି ନିବେଶ କରନ୍ତୁ।

ତୁଳା ରାଶି - ତୁଳା ରାଶିରେ ମଧ୍ୟ ଶନିଙ୍କ ଢେୟା ଚାଲିଛି। ତୁଳା ରାଶିରେ ଶନି କୁଣ୍ଡଳୀର ଚତୁର୍ଥ ଭାବରେ ଅସ୍ତ ହେଉଛନ୍ତି। ଚତୁର୍ଥ ଭାବକୁ ମା' ଓ ଜନତାଙ୍କର ବୋଲି କୁହାଯାଇଥାଏ। ମା'ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୃଷି ସମ୍ବନ୍ଧୀୟ ବ୍ୟବସାୟରେ ଲାଭ ମିଳିପାରେ। ଜମିଜମା ବିବାଦ ଦୂର ହେବାର ସମ୍ଭାବନା ରହିଛି। ଲୋକଙ୍କ ସହ ସମ୍ପର୍କ ସୁଦୃଢ ହେବ | ପ୍ରତିଯୋଗୀତାମୁଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭ ସମାଚାର ମିଳିପାରେ। କାର୍ଯ୍ୟକ୍ଷେତ୍ର ଓ କ୍ୟାରିଅରରେ କିଛି ପରିବର୍ତ୍ତନ ହୋଇପାରେ।

ଧନୁ ରାଶି - ଧନୁ ରାଶିରେ ଶନିଦେବଙ୍କ ସାଢେସାତି ଚାଲିଛି। ଧନୁ ରାଶିରେ ଶନି ଦ୍ୱିତୀୟ ଭାବରେ ଅସ୍ତ ହେଉଛନ୍ତି। ଜନ୍ମ କୁଣ୍ଡଳୀର ଦ୍ୱିତୀୟ ଭାବ ବାଣୀ ଓ ଧନର ହୋଇଥାଏ। ଶନି ଅସ୍ତ ହେବା କାରଣରୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ ମିଳିବ। ଋଣ ପାଇଁ ଯଦି ଚିନ୍ତିତ ତାହେଲେ ସମସ୍ୟା ଦୂର ହୋଇପାରେ। ବାଣୀ ଦୋଷ ଦୂର ହେବ। ଲୋକେ ଆପଣଙ୍କ ସହ ମିତ୍ରତା କରିବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ। ଶିକ୍ଷାରେ ସଫଳତା ମିଳିବ।

ମକର ରାଶି - ମକର ରାଶିରେ ଶନିଙ୍କ ସାଢେସାତି ଚାଲିଛି। ଶନି ଅସ୍ତ ହେବା କାରଣରୁ ମକର ରାଶି ପାଇଁ ଶୁଭ ପରିଣାମ ମିଳିବ ନାହିଁ। ଶନି ମକର ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଗୁରୁ ଓ ବୁଧ ମଧ୍ୟ ବିରାଜମାନ। ସେଥିପାଇଁ କିଛି ମାମଲାରେ ଅସଫଳତା ମିଳିପାରେ। ମକର ରାଶି ବ୍ୟକ୍ତି ଏହି ସମୟରେ ଅବସାଦ ଅନୁଭବ କରିପାରନ୍ତି। ଶତ୍ରୁ କ୍ଷତି ଘଟାଇ ପାରନ୍ତି। ଚାକିରୀ ଓ ବ୍ୟବସାୟରେ ହାନି ହୋଇପାରେ। ନିଜ ଯୋଜନାର ଖୁଲାସା କରନ୍ତୁନି ଏବଂ ଧାର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ବିଦ୍ୟାର୍ଥୀ କେବଳ ପାଠ ଉପରେ ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି - କୁମ୍ଭ ରାଶିରେ ମଧ୍ୟ ଶନିଙ୍କ ସାଢେସାତି ଚାଲିଛି। ଶନି ଅସ୍ତ ହେବା କାରଣରୁ କୁମ୍ଭ ରାଶି ପାଇଁ କିଛି ମାମଲାରେ ଶୁଭ ମିଳିବ ଏବଂ ଆଉ କିଛି ମାମଲାରେ ଅଶୁଭ ଫଳ ମିଳିବ। ଏହି ସମୟରେ କାହାର ଅପମାନ କରନ୍ତୁନାହିଁ। ପିତାଙ୍କ ସହ ମନମାଳିନ୍ୟ ଘଟିପାରେ। ବିଦ୍ୟାର୍ଥୀଙ୍କୁ ସଂଘର୍ଷ କରିବାକୁ ପଡିପାରେ। ଚାକିରୀରେ ସମସ୍ୟା ଉପୁଜିପାରେ। ବୁଝି ବିଚାରି ଅର୍ଥ ଖର୍ଚ୍ଚ କରନ୍ତୁ। ଏହି ସମୟରେ କାହାଠାରୁ ଋଣ ନିଅନ୍ତୁନି କି କାହାକୁ ଋଣ ଦିଅନ୍ତୁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.