Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭଗବାନ ଶନିଦେବ ଏବଂ ମା’ଲକ୍ଷ୍ମୀଙ୍କ ମଧ୍ୟରେ କିଏ ସର୍ବୋତ୍ତମ ? ଶନିଦେବଙ୍କ ଏହି ପ୍ରଶ୍ନର କ’ଣ ଜବାବ ରଖିଥିଲେ ଭଗବାନ ବିଷ୍ଣୁ ଜାଣନ୍ତୁ

26/01/2019 at 11:46 AM

ଭୁବନେଶ୍ୱର ୨୬/୧ : ଭଗବାନ ବିଷ୍ଣୁ, ଶନିଦେବ ଏବଂ ମା ଲକ୍ଷ୍ମୀଙ୍କ ସହ ଜଡିତ କିଛି ତଥ୍ୟ ଆମେ ଆପଣଙ୍କୁ ଜଣେଇବୁ | ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବୁ ଯାହା କଦବା କ୍ଵଚିତ କିଏ ଜାଣିଥିବେ |


ଥରେ ଶନିଦେବ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ | ଶନିଦେବ ପ୍ରଥମେ ଭଗବାନ ବିଷ୍ଣୁଙ୍କୁ ଅଭିବାଦନ ଜଣାଇଲେ | ଏହାପରେ ମା ଲକ୍ଷ୍ମୀଙ୍କ ଆଡକୁ ଦେଖି ଭଗବାନ ବିଷ୍ଣୁଙ୍କୁ ଶନିଦେବ ପ୍ରଶ୍ନ କଲେ ଯେ, ହେ ପ୍ରଭୁ ଆମେ ଦୁଇଜଣ (ଶନିଦେବ ଏବଂ ମା ଲକ୍ଷ୍ମୀ) ଆପଣଙ୍କୁ କେମିତି ଲାଗୁ ? ଶନିଦେବଙ୍କ କଥା ଶୁଣି ଭଗବାନ ବିଷ୍ଣୁ କିଛି ସମୟ ପାଇଁ ଚୁପ ହୋଇଗଲେ | ଭଗବାନ ବିଷ୍ଣୁ ଏହି ପ୍ରଶ୍ନ କଣ ଉତ୍ତର ଦେବେ ଜାଣିପାରିନଥିଲେ | କାରଣ ଏହି ପ୍ରଶ୍ନର ଉତ୍ତର ଏତେ ସହଜ ନଥିଲା |

ଏଭଳି ପ୍ରଶ୍ନରେ ଉତ୍ତର ଦେବା ପରେ ଭଗବାନ ବିଷ୍ଣୁଙ୍କ ଉପରେ ଯିଏ ହେଲେ ଜଣେ ଅଭିମାନ କରିବା ସୁନିଶ୍ଚିତ ଥିଲା | ଭଗବାନ ବିଷ୍ଣୁଙ୍କୁ ମୌନ ଦେଖି ଶନିଦେବ ପୁଣି ପ୍ରଶ୍ନ କଲେ | ଭଗବାନ ବିଷ୍ଣୁଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା | ସେ ଶନିଦେବଙ୍କୁ କହିଲେ, ଆପଣ ଏବଂ ମା ଲକ୍ଷ୍ମୀ ଉଭୟ ସାମ୍ନାରେ ଥିବା ବୃକ୍ଷ ଯାଏଁ ଯାଆନ୍ତୁ ଏବଂ ବୃକ୍ଷକୁ ସ୍ପର୍ଶ କରି ଗଛର ଗୋଟିଏ ପତ୍ର ପ୍ରମାଣ ସ୍ୱରୂପ ମୋ ପାଖକୁ ଆଣି ଆସନ୍ତୁ | ଭଗବାନ ବିଷ୍ଣୁଙ୍କ କଥାରେ ରାଜି ହୋଇ ଉଭୟ ଶନିଦେବ ଏବଂ ମା ଲକ୍ଷ୍ମୀ ବୃକ୍ଷ ଆଡକୁ ଗଲେ | ଶନିଦେବ ଏବଂ ମା ଲକ୍ଷ୍ମୀ ବୃକ୍ଷ ପାଖକୁ ଯିବାବେଳେ ଭଗବାନ ବିଷ୍ଣୁ ଉଭୟଙ୍କୁ ନିରୀକ୍ଷଣ କରୁଥିଲେ | କିଛି ସମୟ ମଧ୍ୟରେ ଉଭୟ ବୃକ୍ଷକୁ ପ୍ରଣାମ କରି ପ୍ରମାଣ ସ୍ୱରୂପ ଗୋଟିଏ ଗୋଟିଏ ପତ୍ର ନେଇ ଭଗବାନ ବିଷ୍ଣୁଙ୍କ ପାଖକୁ ଫେରି ଆସିଲେ |


ଏହାପରେ ଭଗବାନ ବିଷ୍ଣୁ ଶନିଦେବଙ୍କ ପ୍ରଶ୍ନର ଅତି ସରଳ ଉତ୍ତର ଦେଇଥିଲେ | ଭଗବାନ ବିଷ୍ଣୁଙ୍କ ଯେଉଁ ଉତ୍ତର ଦେଲେ ତାହା ଶୁଣି ଆପଣ ମଧ୍ୟ ଚକିତ ରହିଯିବେ | ସେ କହିଲେ “ହେ ଶନିଦେବ, ଆପଣ ଯାଉଥିବା ବେଳେ ବହୁତ ଭଲ ଲାଗୁଥିଲେ, ଆଉ ମା ଲକ୍ଷ୍ମୀ, ଆପଣ ଆସୁଥିବାବେଳେ ବହୁତ ଭଲ ଲାଗିଲେ |”


ଭଗବାନ ବିଷ୍ଣୁଙ୍କ ଏହି ଜବାବ ଶୁଣି ଉଭୟ ଶନିଦେବ ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଇଥିଲେ | ଏହି କଥାରେ ଜୀବନର ଏକ ଗୁଢ ତତ୍ୱ ଲୁଚି ରହିଛି | ଆମେ ଜାଣିଛେ ଯେ, ମଣିଷ ଜୀବନରେ ଥରେ ସମସ୍ତଙ୍କ ଜୀବନରେ ଶନିଗ୍ରହଙ୍କ ଦୋଷ ଲାଗିଥାଏ | ଏହି ଶନି ଗ୍ରହ ଯିବାକୁ ହିଁ ସମସ୍ତେ ଆଗ୍ରହ କରିଥାନ୍ତି | ଅପରପକ୍ଷରେ ମା ଲକ୍ଷ୍ମୀଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରିଥାନ୍ତି | ମା ଲକ୍ଷ୍ମୀ ଧନର ଦେବୀ । ସେ ମଧ୍ୟ ପରିବାରକୁ ସୁଖ ଶାନ୍ତି ଦେଇଥାନ୍ତି |

   Related Posts