ମେ ୧୧ ତାରିଖରୁ ଶନିଙ୍କ ବକ୍ରୀ : ମିଥୁନ, ତୁଳା ସମେତ ଏହି ୫ ରାଶି ଉପରେ ପଡିବ ପ୍ରଭାବ

Published By : Prameya-News7 Bureau | May 11, 2020 IST

ଭୁବନେଶ୍ୱର ୧୧/୦୫ : ମେ ୧୧ ତାରିଖରୁ ଶନି ବକ୍ରୀ ରହିବେ | ୧୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ ୨୯ ସେପ୍ଟେମ୍ବର ଯାଏଁ ଶନି ବକ୍ରୀ ରହିବେ | ଏହାପରେ ସେ ପୁଣି ମାର୍ଗୀ ରହିବେ | ଜ୍ୟୋତିଷଙ୍କ ଅନୁସାରେ, ଶନିଙ୍କ ଏହି ଚଳନ ପରିବର୍ତ୍ତନ ଯୋଗୁଁ ଜନତାଙ୍କ ସମସ୍ୟା ବଢିପାରେ | ଶନିଙ୍କ ବକ୍ରୀ ଜନତାଙ୍କ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି | ସାଧାରଣତଃଅ ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ଯାଏଁ ବାସ କରନ୍ତି | ଜାନୁଆରୀ ୨୪ ତାରିଖରେ ଶନି ଧନୁରୁ ମକର ରାଶିରେ ପ୍ରବେଶ କରିଥିଲେ | ଶନିଙ୍କ ରାଶି ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥିଲା | ତେବେ ଶନିଙ୍କ ବକ୍ରୀ କେଉଁ ରାଶିରେ କଣ ପ୍ରଭାବ ପକାଇବା ଜାଣନ୍ତୁ |

ଅନେକ ଜ୍ୟୋତିଷଙ୍କ ବିଶ୍ୱାସ ରହିଛି ଯେ ଶନି ବକ୍ରୀ ଅବସ୍ଥାରେ ରହିଲେ ଅନେକ ଦୁଃଖ ଦିଅନ୍ତି | ଯେଉଁ ରାଶି ଉପରେ ଶନିଙ୍କ କୋପ ଦୃଷ୍ଟି ପଡିଥାଏ ତାଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ | କହିବାକୁ ଗଲେ ତାଙ୍କ ଜୀବନର ସୁଖ ଶାନ୍ତି ଭଙ୍ଗ ହୋଇଯାଇଥାଏ |

ହିନ୍ଦୁ ଧର୍ମରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ | ଯେତେବେଳେ ଶନି ବକ୍ରୀ ହୁଅନ୍ତି ସେତେବେଳେ ତାଙ୍କର କୁପ୍ରଭାବ ସେହି ରାଶି ଉପରେ ପଡିଥାଏ ଯେଉଁମାନଙ୍କ ସାଢେସାତି କିମ୍ବା ଢେୟା ଚାଲିଥାଏ | ଯଦି ଆପଣଙ୍କ ଜନ୍ମ କୁଣ୍ଡଳୀରେ ଶନି ଅଶୁଭବ ଭାଗରେ ଅଛନ୍ତି ତାହେଲେ ତାହେଲେ ଜାଣନ୍ତୁ ଆପଣଙ୍କୁ ଅନେକ ସମସ୍ୟା ସାମ୍ନା  କରିବାକୁ ପଡିବ | ଯଦି ଶନି ଆପଣଙ୍କ ଜନ୍ମ କୁଣ୍ଡଳୀର ଶୁଭ ଭାଗରେ ଅଛନ୍ତି ତାହେଲେ କେହି ବି ଆପଣଙ୍କ ଅମଙ୍ଗଳ କରିପାରିବ ନାହିଁ |

{"id":268025,"sizeSlug":"large"}

ବର୍ତ୍ତମାନ ଧନୁ, ମକର ଓ କୁମ୍ଭ ରାଶି ଉପରେ ଶନିଙ୍କ ସାଢେସାତିର ପ୍ରଭାବ ରହିଛି | ମିଥୁନ ରୁଲ ରାଶିରେ ଶନିଙ୍କ ଢେୟା ଚାଲିଛି | ଶନିଙ୍କ ବକ୍ରୀ ଯୋଗୁଁ ଏହି ୫ଟି ରାଶି ଉପରେ ଅଧିକ ପ୍ରଭାବ ପଡିବ | ଅନ୍ୟ ୭ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ |

ଶନିଦେବଙ୍କ କୃପା ପାଇବା ପାଇଁ ଆରମ୍ଭ କରନ୍ତୁ ଉପାୟ | ଫଳରେ ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ | ଶନିବାର ଦିନ ଶନିଦେବଙ୍କ ବ୍ରତ ପାଳନ କରନ୍ତୁ | ମଙ୍ଗଳବାର ଓ ଶନିବାର ଦିନ ଅଶ୍ୱସ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ରାଶି ତେଲ କିମ୍ବା ସୋରିଷ ତେଲରେ ଦୀପ ଜଳାନ୍ତୁ | ଦୀପ ଲଗାଇବା ପରେ ସେଠାରେ ବସି ଶନିଙ୍କ ମନ୍ତ୍ର ଜପ କରନ୍ତୁ | ଓଁ ସଂ ଶନିଶ୍ଚରାୟ ନମଃ : ଶନିବାର ଦିନ କଳା ବସ୍ତ୍ର ଧାରଣ କରନ୍ତୁ | ଗରିବଙ୍କୁ କିଛି ଭୋଜନ ଦାନ କରନ୍ତୁ | କଳା କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ | ସମସ୍ତଙ୍କ ମଙ୍ଗଳ ଚିନ୍ତା କରନ୍ତୁ | କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ କିମ୍ବା କାହାର ଅମଙ୍ଗଳ ମଧ୍ୟ କରନ୍ତୁ ନାହିଁ | 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.