Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ଆଜି ଶେଷ ହେଲା ଶନିଙ୍କ ସାଢେସାତି : ଏହି ୬ରାଶି ଉପରେ ପଡିବ ପ୍ରଭାବ

22/06/2019 at 5:53 PM

ଭୁବନେଶ୍ୱର ୨୨/୬ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜୁନ ୨୨ ତାରିଖ ଅର୍ଥାତ ଆଜି ଶନିଙ୍କ ସାଢେସାତି ସମାପ୍ତ ହୋଇଛି । ସାଢେସାତି ସମାପ୍ତ ହେବା ଯୋଗୁଁ କିଛି ରାଶି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ । କିଛି ରାଶି ପାଇଁ ଭଲ ସମୟ ଆସୁଛି । ଏମାନଙ୍କ ଜୀବନ ଉଜ୍ଜ୍ୱଳମୟ ହୋଇଯିବ । ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ :

ମିଥୁନ ଓ କନ୍ୟା – ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଆଜି ଶନିଙ୍କ ସାଢେସାତି ସମାପ୍ତ ହେଉଛି । ଏହି କାରଣରୁ ମିଥୁନ ଓ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଆନନ୍ଦ ଦେଖାଦେବ । ଏହି ଉଭୟ ରାଶିର ଜାତକ ଏକ ସଫଳ ଜୀବନର ଆନନ୍ଦ ନେଇପାରିବେ । ଏମାନଙ୍କୁ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ହେବା ସହ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ଉଭୟ ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଶନିଦେବଙ୍କ ଆରାଧନା କରିବା ମିଥୁନ ଏବଂ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଫଳଦାୟକ ପ୍ରମାଣିତ ହେବ ।

ବୃଷ ଓ ମୀନ – ଶନିଙ୍କ ସାଢେସାତି ସମାପ୍ତ ହେବା ଯୋଗୁଁ ବୃଷ ଓ ମୀନ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ । ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି । ଏହି ଉଭୟ ରାଶିର ଜାତକ ଆର୍ଥିକ ସ୍ଥିତି ମଜବୁତ ଥାଏ । କ୍ୟାରିଅରରେ ମଧ୍ୟ ସଫଳତା ମିଳିବ । ଶନିଙ୍କ ସାଢେସାତି ସମାପ୍ତ ହେବ ଯୋଗୁଁ ଏମାନଙ୍କ ବିବାହ ଯୋଗ ମଧ୍ୟ ରହିଛି । ଶନିଦେବଙ୍କ ଆରାଧନା କରିବା ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ ।

ତୁଳା ଓ କର୍କଟ – ଶନିଙ୍କ ସାଢେସାତି ସମାପ୍ତ ହେବା ଯୋଗୁଁ ତୁଳା ଓ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଖୋଲିଯିବା । ଏମାନଙ୍କ ଜୀବନ ଉଜ୍ଜ୍ୱଳମୟ ହୋଇଯିବ । ପରିଶ୍ରମର ସହ କାମ କରୁଥିବା ଲୋକଙ୍କୁ ପରିଶ୍ରମର ଫଳ ମିଳିବ । କ୍ୟାରିଅରରେ ସଫଳତା ମିଳିବ । ଶନିଦେବଙ୍କ ପୂଜାର୍ଚ୍ଚନ କରିବା ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ।

   Related Posts