Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

୧୭ ଡିସେମ୍ବରରେ ଶନି ହେବେ ଅସ୍ତ, ଶନିଙ୍କ ସାଢେସାତି ଚାଲିଥିବା ବ୍ୟକ୍ତିଙ୍କୁ ମିଳିବ ନିସ୍ତାର ଓ ଶୁଭଫଳ

13/12/2018 at 8:59 AM

ନିର ସାଢେସାତି ଦ୍ବାରା ଚିନ୍ତିତ ଥିବା ବ୍ୟକ୍ତିମାନଙ୍କୁ ଚଳିତମାସରେ ଆଶ୍ବସ୍ତି ମିଳିପାରେ । ଶନିଙ୍କ ପିତା ରବି ୧୬ ଡିସେମ୍ବରରେ ଧନୁ ରାଶିରେ ପ୍ରବେଶ କରିବେ ଏବଂ ପୁତ୍ର ଶନିକୁ ଭେଟିବେ । ରବି ଏବଂ ଶନିଙ୍କ ମିଳନପରେ ଶନି ୧୭ ଡିସେମ୍ବରରେ ଅସ୍ତ ହୋଇଯିବେ ଶନି ଏବଂ ମାସେ ପର୍ଯ୍ୟନ୍ତ ସେଭଳି ସ୍ଥିତି ରହିବ । ଏହାଦ୍ବାରା ଶନିଙ୍କ ସାଢେସାତି ଓ ଅଢେୟା ଦ୍ବାରା ଚିନ୍ତିତ ଜାତକର ବ୍ୟକ୍ତିଙ୍କୁ ଆଶ୍ବସ୍ତି ମିଳିବ ।

ଶନିଦେବଙ୍କ ପ୍ରକୋପରୁ ବର୍ତ୍ତିବା ପାଇଁ କରନ୍ତୁ ଏହି ୫ଟି ଉପାୟ, କଷ୍ଟରୁ ମିଳିବ ମୁକ୍ତି :

ବର୍ତ୍ତମାନ ଶନି ପୂର୍ବରୁ ହିଁ ଧନୁ ରାଶିରେ ଅବସ୍ଥାନ କରିଛନ୍ତି । ୧୬ ତାରିଖରେ ରବି ମଧ୍ୟ ଏହି ରାଶିରେ ପ୍ରବେଶ କରିବେ । ଶନି ଏବଂ ରବିଙ୍କର ମିଳନ ବା ଏକତ୍ର ଅବସ୍ଥାନ କରିବା ଜ୍ୟୋତିଷଶାସ୍ତ୍ରରେ ଅଶୁଭ ଧରାଯାଏ । ଧନୁ ରାଶିରେ ରବିଙ୍କ ପ୍ରବେଶ ସହ ମଳ ମାସ ଆରମ୍ଭ ହୋଇଯିବ । ଏହାଦ୍ବାରା ଏକ ମାସ ପର୍ଯ୍ୟନ୍ତ ବିବାହ ଭଳି ଶୁଭକାର୍ଯ୍ୟ ମଧ୍ୟ ହୋଇପାରିବନାହିଁ । ପ୍ରାୟ ଏକ ମାସ ଏହି ରାଶିରେ ରହିବା ପରେ ରବି ୧୪ ଜାନୁଆରୀରେ ମକର ରାଶିରେ ପ୍ରବେଶ କରିବେ । ୧୭ ଜାନୁଆରୀରୁ ଶୁଭ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଯିବ ।

ଶନି ଅସ୍ତହେବା ପରେ ୫ଟି ରାଶିକୁ ମିଳିବ ଲାଭ :

ଜ୍ୟୋତିଷଶାସ୍ତ୍ର ଅନୁସାରେ ରବି ଧନୁ ରାଶିରେ ପ୍ରବେଶ ଫଳରେ କର୍କଟ, ତୁଳା ଏବଂ କୁମ୍ଭ ରାଶିର ଜାତକ ପାଇଁ ଏକମାସର ସମୟ ଶୁଭ ରହିବ । ଏହି ତିନି ରାଶିର ବ୍ୟକ୍ତିବିଶେଷଙ୍କର ଅଟକି ଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ । ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ । ରବି ଓ ଶନିଙ୍କର ମିଳନ ପିତୃଦୋଷ ନାମକ ଅଶୁଭ ଯୋଗ ମଧ୍ୟ ପଡିପାରେ । ଯେଉଁମାନଙ୍କର ଜନ୍ମକୁଣ୍ଡଳିରେ ରବି-ଶନି ଯୋଡି ଧନୁ ରାଶିରେ ରହିଥାଏ ତାଙ୍କ ପାଇଁ ଏହି ସମୟ ଅଶୁଭ ରହିଥାଏ । ସେମାନଙ୍କୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ । ଶନି ଗ୍ରହ ୧୭ ଡିସେମ୍ବର ୨୦୧୮ରୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅସ୍ତ ରହିବ । ବର୍ତ୍ତମାନ ଗୋଚର ଅନୁସାରେ ବିଛା, ଧନୁ ଏବଂ ମକର ରାଶି ପାଇଁ ଶନିଙ୍କ ସାଢେସାତି ଏବଂ ବୃଷ, କନ୍ୟା ରାଶିରେ ଶନିଙ୍କ ଅଢେୟା ଚାଲିଛି । ଏହି ୫ଟି ରାଶି ଶନି ଗ୍ରହର ଅସ୍ତ ହେବା ଦ୍ବାରା ଲାଭବାନ୍ ହେବେ ।

   Related Posts