୧୦ବର୍ଷ ପରେ ଶ୍ରାବଣ ମାସରେ ଶନି-ପ୍ରଦୋଷ ସଂଯୋଗ : ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅଜସ୍ର ଧନ

Published By : Prameya-News7 Bureau | July 18, 2020 IST

ଶ୍ରାବଣ ମାସ ଭଗବାନ ଶିବଙ୍କ ଉପାସନା ପାଇଁ ବିଶେଷ ହୋଇଥାଏ ଯିଏ ଶନି ଦେବତାଙ୍କ ଗୁରୁ। ଏବର୍ଷ ଶ୍ରାବଣ ମାସରେ ଶନି ପ୍ରଦୋଷର ସଂଯୋଗ ହେଉଛି। ଜୁଲାଇ ୧୮ ଏବଂ ଅଗଷ୍ଠ ୧ତାରିଖ ଶନି ପ୍ରଦୋଷର ସଂଯୋଗ ରହିଛି। ଏହା ପୂର୍ବରୁ ୨୦୧୦ମସିହାରେ ଅଗଷ୍ଟ ୭ ଏବଂ ଅଗଷ୍ଟ ୨୧ତାରିଖରେ ଏପରି ପରିସ୍ଥିତି ଉପୁଜିଥିଲା। ଜ୍ୟୋତିଷଙ୍କ ଅନୁସାରେ,ଏହି ସଂଯୋଗ କେତେକ ରାଶି ପାଇଁ ଅତ୍ୟନ୍ତ ଶୁଭ। ବୃଷ,ମିଥୁନ,ଧନୁ ଏବଂ ମକର ରାଶିରେ ଅନାୟାସ ଧନ ଲାଭର ଯୋଗ ହେଉଛି। ଆସନ୍ତୁ ଜାଣିବା ଶନି ପ୍ରଦୋଷର ଏହି ସଂଯୋଗ କେଉଁ ରାଶିର ବ୍ୟକ୍ତିଙ୍କୁ ଲାଭ ଦେଉଛି।

ମେଷ - ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ। ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ। ଚାକିରୀରେ ପରିବର୍ତ୍ତନ ଏବଂ ପଦୋନ୍ନତି ହେବ। ସହଜରେ ଧନ ମିଳିବ। ଆର୍ଥିକ ମାମଲାରେ ସାମାନ୍ୟ ଆଶ୍ବସ୍ତି ମିଳିବା ନଜର ଆସୁଛି। ରାଶିରେ ଧନ ଲାଭର ଯୋଗ ହେଉଛି। ଆପଣ ନିଜ ବାଣୀ ଦ୍ବାରା ନିଜ ଜୀବନସାଥୀଙ୍କୁ ଖୁସି କରିପାରିବେ।

ବୃଷ - ଶ୍ରାବଣରେ ଶନି ପ୍ରଦୋଷର ଏହି ଯୋଗ ଚାକିରୀରେ ଲାଭର ଅବସର ସୃଷ୍ଟି କରିବ। ସନ୍ତାନ ପ୍ରାପ୍ତି ସମସ୍ୟାର ସମାଧାନ ହେବ। ଫସିଥିବା ଧନ ମିଳିବ। ମାନସିକ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ,କିନ୍ତୁ କଥା ଏବଂ ବ୍ୟବହାର ଦ୍ବାରା ସବୁ କିଛି ଠିକ୍ କରି ପାରିବେ।  

ମିଥୁନ - ମିଥୁନ ରାଶି ଥିବା ବ୍ୟକ୍ତିଙ୍କୁ ଶନି ପ୍ରଦୋଷ ମିଶ୍ରିତ ଫଳାଫଳ ଦେବ। ସ୍ବାସ୍ଥ୍ୟ ଠିକ୍ ରହିବ। ଗାଡ଼ିର ଲାଭ ହୋଇପାରେ। ସନ୍ତାନକୁ ନେଇ ଚିନ୍ତିତ ରହିବେ। ଆପଣଙ୍କ ପ୍ରେମ ସମ୍ପର୍କରେ ଯେପରି କୌଣସି ପ୍ରକାରର କଠୋରତା ନଆସେ ସେଥିପ୍ରତି ଧ୍ୟାନ ରଖନ୍ତୁ। କଥା ଉପରେ ସଂଯମ ରଖନ୍ତୁ।

କର୍କଟ - ଶନି ପ୍ରଦୋଷ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ସଂଘର୍ଷମୟ ସ୍ଥିତି ଉତ୍ପନ୍ନ କରିପାରେ। ଦିନଟି ଆଳସ୍ୟମୟ ରହିବ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ଧନ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ହେବ। ପାର୍ଟନରଙ୍କ ସହ ଆନନ୍ଦଦାୟକ ସମ୍ପର୍କ କଟାଇବେ।

ସିଂହ - ଏହି ସମୟରେ ସିଂହ ରାଶିର ବ୍ୟକ୍ତିଙ୍କୁ ଟିକେ ସାବଧାନ ରହିବାର ଆବଶ୍ୟକତା ରହିଛି। ଯାତ୍ରାରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ପୁରୁଣା ସମସ୍ୟା ସମାଧାନ ହେବ। ଧନ ଖର୍ଚ୍ଚ ହୋଇପାରେ। ଜୀବନସାଥୀ ଏବଂ ସନ୍ତାନଙ୍କ ପ୍ରତି ଭାବନା ବଢ଼ିବ। ତାଙ୍କ ପ୍ରତି ଆପଣଙ୍କ ପ୍ରେମ ବଢ଼ିବ।

କନ୍ୟା - ଶନି ପ୍ରଦୋଷର ଯୋଗ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ। ବିବାହ ମାମଲାର ସମାଧାନ ହେବ। ନୂଆ ସମ୍ପତ୍ତି କିଣିବାର ଯୋଗ ରହିଛି। ପରିବାରର ସମସ୍ୟାର ସମାଧାନ ହେବ। ନିଜ ଜୀବନସାଥୀଙ୍କ ସହ ମଧୁର ସମୟ ବିତାଇବେ। ଆପଣଙ୍କ ନୂଆ ବିଚାରକୁ ଆପଣଙ୍କ ଜୀବନସାଥୀ ପ୍ରଶଂସା କରିବେ।

ତୁଳା - ଶ୍ରାବଣର ଶନି ପ୍ରଦୋଷ ଯୋଗ ତୁଳା ରାଶିର ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ଦେବ। ଦାୟିତ୍ବ ବଢ଼ିବ। ଅଟକି ରହିଥିବା କାମ ପୂରଣ ହେବ। ଆପଣଙ୍କ ପୂରା ଧ୍ୟାନ ନିଜ ପରିବାର ପ୍ରତି କେନ୍ଦ୍ରିତ ହେବ। ଆପଣଙ୍କ ଜୀବନସାଥୀଙ୍କ ପ୍ରତି ଆପଣଙ୍କ ଘନିଷ୍ଠତା ବଢ଼ିବ।

ବିଛା - ଶନି ପ୍ରଦୋଷରେ ବିଛା ରାଶିଙ୍କ ଉପରେ ଶନି ଭାରି ପଡ଼ିବ। ପରିବାରରେ ବାଦ ବିବାଦ ବଢ଼ିପାରେ। ଚାକିରୀରେ କାମର ଚାପ ବଢ଼ିବ। ନିଜ ଯୋଜନା ଗୋପନୀୟ ରଖନ୍ତୁ। ପ୍ରେମ ଜୀବନରେ ଏହାର କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ। ଏହି ସମୟକୁ ଆପଣ ଖୁବ୍ ରୋମାଣ୍ଟିକ୍ ଭାବେ ବିତାଇ ପାରିବେ।

ଧନୁ - ନୂଆ ଦାୟିତ୍ବ ଏବଂ ପରିବର୍ତ୍ତନର ଯୋଗ ରହିଛି। ଚାକିରୀରେ ପ୍ରତିଷ୍ଠା ହେବ। ଧନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କୁ କୌଣସି ମହିଳାଙ୍କ ସହଯୋଗ ଦ୍ବାରା ଆର୍ଥିକ ଲାଭ ମିଳିବ। ନିଜ କଥା ଦ୍ବାରା ନିଜ ଜୀବନସାଥୀଙ୍କୁ ପ୍ରସନ୍ନ କରିବାରେ ସକ୍ଷମ ହେବେ।

ମକର - ଦିନସାରା ଦୌଡ଼ାଦୌଡ଼ି କରିବାକୁ ପଡ଼ିବ। ଚାକିରୀରେ ପରିବର୍ତ୍ତନ ହେବ। ହଠାତ୍ ଧନ ପ୍ରାପ୍ତି ହେବ। ଜୀବନସାଥୀ ଦ୍ବାରା ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ। ଆପଣ ପୂର୍ବ ଅପେକ୍ଷା କମ୍ ଚିନ୍ତିତ ରହିବେ।

କୁମ୍ଭ - କୌଣସି ପୁରୁଣା ଇଚ୍ଛା ପୂରଣ ହେବ। ମୋକଦ୍ଦମା ସମାଧାନ ହେବ। ଖାଦ୍ୟ ପେୟ ପ୍ରତି ଧ୍ୟାନ ରଖନ୍ତୁ। ଆପଣଙ୍କ ଆତ୍ମବିଶ୍ବାସ ବହୁତ ବଢ଼ିବ।

ମୀନ - ଗୁରୁତ୍ବପୂର୍ଣ୍ଣ ଅବସର ଚାଲି ଯାଇପାରେ। ମାନସିକ ଅବସାଦଗ୍ରସ୍ତ ହେବେ। କୌଣସି ମିତ୍ରଙ୍କ ସହାୟତାରେ ଲାଭ ହେବ। ଆପରଙ୍କୁ ନିଜ ପରିବାର ଦ୍ବାରା ଲାଭ ହେବ। ନିଜ ସମ୍ପର୍କର ଗଭୀରତାକୁ ଅନୁଭବ କରି ପାରିବେ। ଆପଣଙ୍କ ଜୀବନସାଥୀଙ୍କ ଦ୍ବାରା ଆପଣଙ୍କ ଘନିଷ୍ଠତା ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.