Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆସନ୍ତାକାଲି ଶନି ପ୍ରଦୋଷ ବ୍ରତ: ରହିଛି ଅନେକ ମହିମା, ଜାଣନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ

7/05/2021 at 5:24 PM

ଭୁବନେଶ୍ୱର ୦୭/୦୫ : ହିନ୍ଦୁ ପାଞ୍ଜି ଅନୁସାରେ ମେ’ ୮ ତାରିଖ, ଶନିବାର ଦିନ ବୈଶାଖ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ତ୍ରୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ପାଳନ କରାଯାଏ । ଶନିବାର ଦିନ ତ୍ରୟୋଦଶ ତିଥିରେ ପ୍ରଦୋଷ ବ୍ରତ ପଡୁଥିବାରୁ ଏହି ବ୍ରତର ମହତ୍ତ୍ୱ ଆହୁରି ଅଧିକ ବଢି ଯାଇଛି । ଶନିବାର ଦିନ ତ୍ରୟୋଦଶୀ ତିଥି ପଡୁଥିବାରୁ ଏହାକୁ ଶନି ପ୍ରଦୋଷ କହାଯାଏ । ଶନି ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କ ସହ ଶନିଦେବଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

ଶନି ପ୍ରଦୋଷ ବ୍ରତ ପାଇଁ ମେ’ ୮ ତାରିଖ ସନ୍ଧ୍ୟା ୭ଟା ୧ ମିନିଟରୁ ରାତି ୯ଟା ୭ ମିନିଟ ଯାଏଁ ଶୁଭ ମୁହୂର୍ତ୍ତ ରହିଛି ।

ବୁଜ ବିଧି

ପ୍ରଦୋଷ ବ୍ରତରେ ପ୍ରାତଃ ସ୍ନାନ କରି ପୂଜା କରନ୍ତୁ । ଏହାପରେ ବ୍ରତ ସଂକଳ୍ପ ନିଅନ୍ତୁ । ବିଧି ଅନୁଯାୟୀ ଭଗବାନ ଶିବଙ୍କ ପୂଜା କରନ୍ତୁ। ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାପରେ ଧୂପ ଦୀପ ଲଗାଇ, ଫଳ, ମିଠା ଆଦି ଭୋଗ ଲଗାନ୍ତୁ । ସନ୍ଧ୍ୟାରେ ଶୁଭ ମୁହୂର୍ତ୍ତରେ ଶିବଙ୍କୁ ପୂଜା କରନ୍ତୁ । ଭଗବାନ ଶିବଙ୍କୁ ବେଲପତ୍ର, ଭାଙ୍ଗ, କ୍ଷୀର, ଗଙ୍ଗା ଜଳ, ମହୁ, ଫୁଲ, ଦୁଦୁରା ଫୁଲ, ଅରଖ ଫୁଲ ଆଦି ଅର୍ପଣ କରନ୍ତୁ । ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ସହ ଆଳତୀ ପାଠ କରନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

ଶନି ପ୍ରଦୋଷ ବ୍ରତ କଥା

ପୌରାଣିକ କଥା ଅନୁସାରେ, ବହୁ ସମୟ ଆଗରୁ ଏକ ନଗରରେ ଜଣେ ସେଠ ନିଜ ପରିବାର ସହ ରହୁଥିଲେ । ବିବାହର ଅନେକ ବର୍ଷ ପରେ ମଧ୍ୟ ତାଙ୍କର ସନ୍ତାନ ସୁଖ ପ୍ରାପ୍ତ ହୋଇନଥିଲା । ସେଥିପାଇଁ ସ୍ୱାମୀ-ସ୍ତ୍ରୀ ସବୁବେଳେ ଦୁଃଖୀ ରହୁଥିଲେ । ଦିନେ ଉଭୟେ ତୀର୍ଥ ଯାତ୍ରା କରିବାକୁ ଯୋଜନା କଲେ । ଯାତ୍ରା ସମୟରେ ରାସ୍ତାରେ ଜଣେ ମହାତ୍ମାଙ୍କ ସହ ତାଙ୍କର ସାକ୍ଷାତ ହେଲା । ମହାତ୍ମାଙ୍କ ଠାରୁ ସ୍ୱାମୀ-ସ୍ତ୍ରୀ ଆଶୀର୍ବାଦ ପ୍ରାପ୍ତ କଲେ । ମହାତ୍ମା ଦମ୍ପତିଙ୍କ ମନକଥା ଜାଣିପାରିଲେ । ସେ ଦମ୍ପତିଙ୍କୁ ବିଧି ପୂର୍ବକ ଶନି ପ୍ରଦୋଷ ବ୍ରତ ପାଳନ କରିବାକୁ କହିଥିଲେ । ତୀର୍ଥ ଯାତ୍ରାରୁ ଫେରିବା ପରେ ଶନିବାର ତ୍ରୟୋଦଶୀ ତିଥିରେ ଦମ୍ପତି ଶନି ପ୍ରଦୋଷ ବ୍ରତ ରଖିଲେ । କିଛି ଦିନ ପରେ ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥିଲା । ସେହିଦିନ ଠାରୁ ଏହି ବ୍ରତର ମହତ୍ତ୍ୱ ରହିଛି ।

ଶନି ପ୍ରଦୋଷ ବ୍ରତ ପାଳନ କଲେ ସମସ୍ତ ମନୋସ୍କାମନା ପୁରାଣ ହୋଇଥାଏ ବୋଲି କୁହାଯାଏ । 

   Related Posts