୨୨ ଜାନୁଆରୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ଶନି, ଏହି ୫ ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ, ଅର୍ଥପ୍ରାପ୍ତିର ରହିଛି ସୁଯୋଗ

Published By : Prameya-News7 Bureau | January 08, 2021 IST

ଭୁବନେଶ୍ବର ୮।୧: ଜ୍ୟୋତିଷ ଶାସ୍ତ୍ର ଏବଂ ନବଗ୍ରହରେ ଶନିକୁ ଏକ ପ୍ରମୁଖ ସ୍ଥାନ ମିଳିଛି । ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ । ଶନି ଦେବତା ଯାହା ଉପରେ ପ୍ରସନ୍ନ ହୁଅନ୍ତି ତାଙ୍କୁ ଗରିବରୁ ଧନୀ କରିଦିଅନ୍ତି । ଯାହା ଉପରେ ତାଙ୍କର କ୍ରୁର ଦୃଷ୍ଟି ପଡେ ସେହି ବ୍ୟକ୍ତିଙ୍କ ସମସ୍ୟା ବଢିଯାଏ ବୋଲି ବିବେଚନା କରାଯାଏ । ଶନି ଦେବତା କର୍ମ ଅନୁସାର ଫଳ ପ୍ରଦାନ କରିଥାନ୍ତି । ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାଏ । ବର୍ତ୍ତମାନ ଶନି ମକରରାଶିରେ ରହିଛନ୍ତି ।

୨୦୨୧ରେ ଶନି ମକର ରାଶିରେ ହିଁ ରହିବେ । ୨୦୨୧ରେ ଶନି ରାଶି ପରିବର୍ତ୍ତନ ନକଲେ ବି ନକ୍ଷତ୍ର ପରିବର୍ତ୍ତନ କରିବ । ନକ୍ଷତ୍ର ପରିବର୍ତ୍ତନ ଆଧାରରେ ବିଭିନ୍ନ ରାଶି ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇବ । ବର୍ଷ ଆରମ୍ଭରେ ଶନି ଉତ୍ତରାଷାଢା ନକ୍ଷତ୍ରରେ ରହିବ । ୨୨ ଜାନୁଆରୀରେ ଶ୍ରବଣା ନକ୍ଷତ୍ରରେ ପ୍ରବେଶ କରିବ । ଏହାପରେ ଶନିଙ୍କ ଉତ୍ତରାଷାଢା ଏବଂ ଶ୍ରବଣ ନକ୍ଷତ୍ରରେ ଗୋଚର ହେବେ । ଫଳରେ ଏହି ୫ଟି ରାଶି ଉପରେ ଭଲ ପ୍ରଭାବ ପଡିବ ।

ବୃଷ ରାଶି : ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ । ଶନି ନକ୍ଷତ୍ର ପରିବର୍ତ୍ତନ କରିବା ଦ୍ବାରା ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ଏହା ପ୍ରଭାବରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇପାରେ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି ।

ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ସମ୍ପତ୍ତି ଲାଭର ସୁଯୋଗ ରହିଛି । ଯଦି ଆପଣ ସମ୍ପତ୍ତି କ୍ରୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ମଧ୍ୟରେ କ୍ରୟ କରନ୍ତୁ । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ । ଏହି ସମୟରେ ମା’ଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ । କାରଣ ତାଙ୍କୁ ସମସ୍ୟା ହୋଇପାରେ ।

ବିଛା ରାଶି : ବିଛା ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ସବୁ ପ୍ରକାରରେ ସମୟ ଉତ୍ତମ ରହିବ । ସାହାସ-ପରାକ୍ରମ ବୃଦ୍ଧି ହେବ । ଆପଣ ନିର୍ଣ୍ଣୟ ନେଇଥିବା ତଥା କରିଥିବା କାମ ସଫଳ ହେବ ।

ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । ଚାକିରୀ, କର୍ମକ୍ଷେତ୍ରରେ ସରକାରୀ ସହାୟତା ମିଳିବ । ଆବଶ୍ୟକ ଧନ ପ୍ରାପ୍ତିର ଯୋଗ ରହିଛି । ଅନେକ ଦିନରୁ ବାକି ରହିଥିବା ଧନ ମିଳିବାର ଆଶା ରହିଛି ।

ମୀନ ରାଶି : ମୀନ ରାଶି ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ । ଶନି ଦେବତା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ । ଚାକିରୀରେ ପଦୋନ୍ନତି ହେବ । ସନ୍ତାନ ସମ୍ବନ୍ଧୀୟ ଚିନ୍ତାରୁ ମୁକ୍ତି ମିଳିବ ।

ମିଥୁନ, ସିଂହ, ମକର, କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଖାସ୍ କରି ସତର୍କ ରହିବାକୁ ହେବ । ମେଷ, କର୍କଟ ଏବଂ କନ୍ୟା ରାଶି ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.