ମକର ରାଶିରେ ଶନିଙ୍କ ଗୋଚର: ବଢିପାରେ ସମସ୍ୟା, କରନ୍ତୁ ଏହି ଉପାୟ

Published By : Prameya-News7 Bureau | August 29, 2020 IST

ଭୁବନେଶ୍ୱର ୨୯/୦୮ : ମକର ରାଶିରେ ଶନିଙ୍କ ସାଢେସାତି ଚାଲିଛି | ଆସନ୍ତା ନଭେମ୍ବର ମାସରୁ ଶନିଙ୍କ ଚଳନ ପରିବର୍ତ୍ତନ ହେବ | ଶନି ବର୍ତ୍ତମାନ ମକର ଆସିରେ ଭ୍ରମଣ କରୁଛନ୍ତି | ୨୦୨୦ ମସିହା ଜାନୁଆରୀ ୨୪ ତାରିଖରୁ ଶନି ମକର ରାଶିରେ ପ୍ରବେଶ କରିଛନ୍ତି | ଶନି ଗ୍ରହକୁ ଜ୍ୟୋତିଷଶାସ୍ତ୍ରରେ ନ୍ୟାୟ ଗ୍ରହ ବୋଲି କୁହାଯାଏ | ଶନିଦେବ ବ୍ୟକ୍ତିଙ୍କୁ ଶୁଭ-ଅଶୁଭ କାର୍ଯ୍ୟ ଆଧାରରେ ଫଳ ପ୍ରଦାନ କରନ୍ତି | ଶନିଙ୍କ ଚଳନ ବହୁତ ଧୀର | ମକର ରାଶିରେ ଶନିଦେବ ଅଢେଇ ବର୍ଷ ଅର୍ଥାତ ୨୦୧୨ ଏପ୍ରିଲ ୨୯ ଯାଏଁ ଭ୍ରମଣ କରିବେ |

୨୯ ବର୍ଷ ପରେ ଶନି ମକର ରାଶିରେ ପ୍ରବେଶ କରିଛନ୍ତି | ମକର ରାଶିକୁ ଶନିଦେବଙ୍କ ରାଶି ବୋଲି କୁହାଯାଏ | ଶନି ନିଜ ରାଶିରେ ଅଢେଇ ବର୍ଷ ଯାଏଁ ରହିବେ | ଶନିଙ୍କ ଚଳନ ବର୍ତ୍ତମାନ ବକ୍ରୀ ରହିଛି | ବକ୍ରୀ ଅବସ୍ଥାରେ ଶନି ଓଲଟା ଚଳନ କରନ୍ତି | ୨୦୨୦ ମସିହା ମେ ୧୧ ତାରିଖରୁ ୨୦୨୦ ସେପ୍ଟେମ୍ବର ୨୯ ତାରିଖ ଯାଏଁ ଶନି ମକର ରାଶିରେ ବକ୍ରୀ ରହିବେ |

ଶନିଙ୍କ କାରଣରୁ ମକର ରାଶିର ରାଶିଫଳ ବର୍ତ୍ତମାନ ମହତ୍ଵପୁର୍ଣ ରହିଛି | ଶନି ମକର ରାଶିକୁ ଅସୁବିଧାରେ ପକାଇ ପାରନ୍ତି | ମକର ରାଶିର ସ୍ୱାମୀ | କିନ୍ତୁ ଶନି ଯେତେବେଳେ ବକ୍ରୀ ଥାଆନ୍ତି ସେତେବେଳେ ଶୁଭ ପରିଣାମ ଦେଇନଥାନ୍ତି | ସେଥିପାଇଁ ଆଗାମୀ ଦିନରେ କାର୍ଯ୍ୟକ୍ଷେତ୍ରରେ ମକର ରାଶିର ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ | ଲଗାତାର ସମସ୍ୟ ସୃଷ୍ଟି ହେଉଥିବାରୁ ମନ ଅଶାନ୍ତ ରହିପାରେ | ଭାବନାତ୍ମକ ଭାବେ ନିଜକୁ ଦୁର୍ବଳ ଅନୁଭବ କରିପାରନ୍ତି | ଏହି ସମୟରେ ଗମ୍ଭୀର କ୍ଷତିର ଯୋଗ ନାହିଁ କିନ୍ତୁ ମାନସିକ ପୀଡା ଲାଗି ରହିବ | ଧନ ପ୍ରାପ୍ତି ଯୋଗ ମଧ୍ୟ ରହିଛି | କିନ୍ତୁ ସନ୍ତୋଷ ଭାବ କମ ରହିବ | ମନରେ କୌଣସି ଅଜ୍ଞାତ ଭୟ ଓ ଭ୍ରମ ସ୍ଥିତି ଉପୁଜିପାରେ |

ଶନିଙ୍କ ଅଶୁଭ ଯୋଗକୁ ଦୂର କରିବାକୁ ଶନିବାର ଦିନ ତେଲ ଓ କମ୍ବଳ ଦାନ କରନ୍ତୁ | ଅଶ୍ୱସ୍ଥ ବୃକ୍ଷ ନିକଟରେ ଦୀପ ଜଳାନ୍ତୁ | ମଙ୍ଗଳବାର ଓ ଶନିବାର ହନୁମାନ ଚାଳିଶା ପାଠ କରନ୍ତୁ | ସୁନ୍ଦରକାଣ୍ଡ ପାଠ କଲେ ସମସ୍ୟା ଦୂର କରିବାରେ ସାହାଯ୍ୟ ହେବ | ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରନ୍ତୁ | କାହାକୁ ଅପମାନ କରନ୍ତୁ ନାହିଁ ଏବଂ ଲୋକଙ୍କ ଖରାପ ଚିନ୍ତା କରନ୍ତୁ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.