ଶନିଦେବଙ୍କ ଦୃଷ୍ଟିର ଅଶୁଭ ପ୍ରଭାବରୁ ରକ୍ଷା ପାଇଁ କରନ୍ତୁ ଏହିସବୁ ସରଳ ଉପାୟ

Published By : Prameya-News7 Bureau | February 23, 2019 IST

ଭୁବନେଶ୍ୱର ୨୩/୨ : ସବୁ ଗ୍ରହଙ୍କର ଦୃଷ୍ଟି ଥାଏ । ଯାହାକୁ ସପ୍ତମ ଦୃଷ୍ଟି ବୋଲି କୁହାଯାଏ | କିନ୍ତୁ ବୃହଷ୍ପତ୍ତି, ମଙ୍ଗଳ ଏବଂ ଶନିଙ୍କ ପାଖରେ ଅନ୍ୟ ଦୃଷ୍ଟି ମଧ୍ୟ ଅଛି | ଏହି ସବୁ ଗ୍ରହ ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ ଏବଂ କ୍ରୁର ଦୃଷ୍ଟି ଶନିଙ୍କର ବୋଲି ବିଶ୍ୱାସ କରାଯାଏ | ଶନିଙ୍କ ପାଖରେ ସପ୍ତମ ଦୃଷ୍ଟି ଛଡା ତୃତୀୟ ଏବଂ ଦଶମ ଦୃଷ୍ଟି ମଧ୍ୟ ରହିଛି | ଶନିଦେବଙ୍କ ଏହି ଦୃଷ୍ଟି ଅତ୍ୟନ୍ତ ଭୟଙ୍କର | ଶନିଦେବଙ୍କ ଅଶୁଭ ଦୃଷ୍ଟିର ପ୍ରଭାବ ଯେଉଁ ବ୍ୟକ୍ତିଙ୍କ ଉପରେ ପଡିଥାଏ ତାଙ୍କର ବିନାଶ ମଧ୍ୟ କରିଦେଇଥାଏ | ଶନିଙ୍କ ଦୃଷ୍ଟି ଅଲଗା ଅଲଗା ଗ୍ରହ ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ |

ଶନିଙ୍କ ଦୃଷ୍ଟିର ଅଶୁଭ ପ୍ରଭାବ ପାଇଁ କ'ଣ କରିବେ ପ୍ରତିକାର ଜାଣନ୍ତୁ :

{"id":87854}

୧. ପ୍ରତ୍ୟେକ ଶନିବାର ନାଲି ବସ୍ତ୍ର ଧାରଣ କରି ହନୁମାନଙ୍କ ସମ୍ମୁଖରେ ଛିଡା ହୋଇ ହନୁମାନ ଚାଳିଶା ପାଠ କରନ୍ତୁ

୨. ପ୍ରତିଦିନ ସନ୍ଧ୍ୟାରେ ପଶ୍ଚିମ ଦିଗ ଆଡକୁ ଦୀପ ଲଗାଇ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ

୩. ଘରର ଛୋଟ ପିଲା ଏବଂ ବୟସ୍କଙ୍କ ସହ ଭଲ ବ୍ୟବହାର କରନ୍ତୁ

୪. ଅଧିକାଂଶ ସମୟରେ ନୀଳ କିମ୍ବା ଆକାଶୀ ରଙ୍ଗର ପୋଷାକ ପରିଧାନ କରନ୍ତୁ

ଶନିଙ୍କ ଦୃଷ୍ଟି କେବେ ଶୁଭ ଫଳ ଦେଇଥାଏ ଜାଣନ୍ତୁ :

{"id":87855}

ଶନିଙ୍କ ରାଶି ମକର ଏବଂ କୁମ୍ଭ | ଶନି ଯେତେବେଳେ ନିଜ ରାଶି ମକର କିମ୍ବା କୁମ୍ଭରେ ଥାଆନ୍ତି କିମ୍ବା ନିଜର ଉଚ୍ଚ ରାଶି ତୁଳାରେ ଥାଆନ୍ତି ସେତେବେଳେ ଶୁଭ ଫଳ ଦେଇଥାନ୍ତି | ସେହିଭଳି

୧. ଯେତେବେଳେ ଶନି ମେଷ, କର୍କଟ କିମ୍ବା ସିଂହ ରାଶିରେ ଥାଆନ୍ତି

୨. ଯେତେବେଳେ ଶନିଙ୍କ ଉପରେ ବୃହଷ୍ପତ୍ତିଙ୍କ ଦୃଷ୍ଟି ରହିଥାଏ

୩. ଯେତେବେଳେ ଶନିଙ୍କ ଦୃଷ୍ଟି ଲାଭଦାୟକ ହୋଇଥାଏ ସେତେବେଳେ ବ୍ୟକ୍ତିଙ୍କୁ ଧନ ଏବଂ ପ୍ରଶଂସା ମିଳିଥାଏ

୪. ଶନିଙ୍କ ଦୃଷ୍ଟି ଭଲ ଥିଲେ ବ୍ୟକ୍ତି ଘରୁ ଦୂରକୁ ଯାଇ ସଫଳତା ହାସଲ କରିଥାଏ

ବହୁତ ସଂଘର୍ଷ ପରେ ସଫଳତା ବହୁତ ଉଚ୍ଚକୁ ନେଇଯାଇଥାଏ

୫. ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ଥାଏ ସେହି ବ୍ୟକ୍ତି ଅନ୍ୟ କାହାର ସମ୍ପତ୍ତି କିମ୍ବା ଧନ ହଡପ କରନ୍ତି ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.