Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବହୁତ ଦିନ ପରେ ସତ ମାନିଲେ ଓ୍ୱର୍ଣ୍ଣ: ‘ମୁଁ ଅହଂକାରୀ ଥିଲି, ମୋ ପାଇଁ ମୋ ପରିବାରର ସମ୍ମାନ କ୍ଷୁର୍ଣ୍ଣ ହୋଇଥିଲା’

15/05/2020 at 3:22 PM

ସିଡନୀ, ୧୫|୦୫: ମହାନ ଲେଗ୍ ସ୍ପିନର୍ ସେନ୍ ଓ୍ୱର୍ଣ୍ଣଙ୍କ କ୍ୟାରିଅର ମୁଦ୍ରାର ଦୁଇ ପାର୍ଶ୍ୱ ଭଳି । ସେ ଗୋଟିଏ ପଟେ କ୍ରିକେଟ ମଇଦାନରେ ଅନେକ କୀର୍ତ୍ତି ହାସଲ କରିଥିବା ବେଳେ ତାଙ୍କ କ୍ୟାରିଅର ମଧ୍ୟ ଅନେକ ବିବାଦ ଘେରରେ ରହିଥିଲା । ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ ହାସଲକାରୀ ଓ୍ୱର୍ଣ୍ଣ କିଛି ଭୁଲ ପାଇଁ ସେ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଅନୁତାପ କରିଛନ୍ତି ବୋଲି କହିଛନ୍ତି ।

ଡ୍ରଗ୍ ଟେଷ୍ଟ ପଜିଟିଭରୁ ଆରମ୍ଭ କରି ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ପିଥ୍ ଓ ରିକି ପଣ୍ଟିଂଙ୍କ ସହ ବିବାଦ ପାଇଁ ଓ୍ୱର୍ଣ୍ଣ ଚର୍ଚ୍ଚାରେ ରହିଥିଲେ । ୫୦ ବର୍ଷୀୟ ଓ୍ୱର୍ଣ୍ଣ ଫାକ୍ସ୍ କ୍ରିକେଟକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ନିଜର ସମସ୍ତ ନିଷ୍ପତ୍ତିକୁ ନେଇ ଗର୍ବ କରିନଥାନ୍ତି । ସେ ଅନେକ ବଡ ଭୁଲ କରିଛନ୍ତି । ଯେଉଁ ସବୁ ଜିନିଷ ସେ ବାଛିଥିଲେ ତାହା ମଧ୍ୟ ଭୁଲ ଥିଲା । କିନ୍ତୁ ସେ ସର୍ବଦା ସତ କହିଛନ୍ତି । ଏହି ସତକୁ ନେଇ ସେ ଗର୍ବ କରୁଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କିଛି ଜିନିଷକୁ ବାଛିବା ବହୁତ କଠିନ ଥିଲା । ସେ ତାଙ୍କ ପରିବାରକୁ ମଧ୍ୟ ଭୁଲ ଦର୍ଶାଇଥିଲେ । ଏଫରିକି ନିଜ ସନ୍ତାନଙ୍କୁ ଲଜ୍ଜିତ କରିଥିଲ । ଏହା ଏପିର ଘଟଣା ଯାହାକୁ ନେଇ ତାଙ୍କୁ ବଞ୍ଚିବାକୁ ହେବ । ଏତେ ସବୁ ଭୁଲ ପରେ ମଧ୍ୟ ସେ ସର୍ବଦା ସତ କହିଥାନ୍ତି । ଯାହାକୁ ନେଇ ସେ ଗର୍ବ କରନ୍ତି । ବହୁତ କିଛି ଭଲ ପଦକ୍ଷେପ ମଧ୍ୟ ସେ ନେଇଛନ୍ତି । କିନ୍ତୁ ଅଧିକାଂଶ ସମୟରେ କିଛି ଲୋକ ଏହି ଭୁଲ କଥାକୁ ନେଇ ଆଲୋଚନା କରିଥାନ୍ତି । କାରଣ ଏଥିରୁ ସେମାନଙ୍କୁ ଭଲ ହେଡଲାଇନ୍ ମିଳିଯାଏ ।

ସେ ଆହୁରି କହିଛନ୍ତି ଯେ, କ୍ୟାରିଅର ଆରମ୍ଭରୁ ସେ ଅଧିକ ଅହଂକାରୀ ଥିଲେ । ସେ ଅହଂକାରର ବଶବର୍ତ୍ତୀ ହୋଇ ଅନେକ ଭୁଲ ପଦକ୍ଷେପ ଉଠାଇଥିଲେ । ଏହାକୁ ନେଇ ଅନେକ ସମସ୍ୟାକୁ ସେ ଏବେ ବି ସାମ୍ନା କରୁଥିବା ପ୍ରକାଶ କରିଛନ୍ତି ।

   Related Posts