ଏମିତି ଜଣେ ବୋଲର ଯିଏକି ରନ୍ ମେସିନଙ୍କୁ କରିଦେଇଥିଲେ ବୋକା, କୋହଲି କହିଲେ କାହା କଥା ?

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ, ୧୯|୦୫:  ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନେକ ବୋଲରଙ୍କ ପାଇଁ ଦୁସ୍ୱପ୍ନ ପାଲଟିଛନ୍ତି । ସେ ପ୍ରାୟ ସମସ୍ତ ବୋଲରଙ୍କୁ ପ୍ରହାର କରିଥାନ୍ତି । କିନ୍ତୁ ଏକଦା ନିଜ କ୍ୟାରିଅର ଆରମ୍ଭରେ ବିରାଟ ଜଣେ ବୋଲରଙ୍କୁ ସାମ୍ନା କରିବା ପାଇଁ ଭୟ କରୁଥିଲେ । ଏପରି ଏକ ଘଟଣା ବାବଦରେ କହିଛନ୍ତି କୋହଲି । ଯେତେବେଳେ ସେ ପୂର୍ବତନ ଲେଗ୍ ସ୍ପିନର ସେନ୍ ଓ୍ୱର୍ଣ୍ଣଙ୍କୁ ସାମ୍ନା କରିବା ସମୟରେ ବିଚଳିତ ହୋଇପଡୁଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ କେବେ ହେଲେ ବିରାଟ କୋହଲି ଓ ଓ୍ୱର୍ଣ୍ଣ ମୁହାଁମୁହିଁ ହୋଇ ନାହାଁନ୍ତି । କିନ୍ତୁ ଆଇପିଏଲରେ ଉଭୟ ସାମ୍ନା ସାମ୍ନା ହୋଇଛନ୍ତି । ବିରାଟ ରୟାଲ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର ତରଫୁ ଖେଳିଥାନ୍ତି । ଆଇପିଏଲ ଆରମ୍ଭରେ ଓ୍ୱର୍ଣ୍ଣ ରାଜସ୍ଥାନ ରୟାଲସର ଅଧିନାୟକ ମଧ୍ୟ ରହିଥିଲେ ।  

{"id":272623,"width":752,"height":470,"sizeSlug":"large"}
)

ବିରାଟ କହିଛନ୍ତି ଯେ, ୨୦୦୯ ଆଇପିଏଲରେ ସେନ୍ ଓ୍ୱର୍ଣ୍ଣଙ୍କ ବୋଲିଂରେ ସେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ୨୦୧୧ରେ ସେ ପୁଣି ଓ୍ୱର୍ଣ୍ଣଙ୍କ ବୋଲିଂର ସାମ୍ନା କରିଥିଲେ । କିନ୍ତୁ ସେ ତାଙ୍କୁ ଆଉଟ କରିନଥିଲେ ସୁଦ୍ଧା ବିରାଟ ରାଜସ୍ଥାନ ବିପକ୍ଷରେ ଭଲ ରନ୍ କରିପାରି ନଥିଲେ ।  ଓ୍ୱର୍ଣ୍ଣଙ୍କ ବଲକୁ ସେ ବୋକା ଭଲି ଚାହିଁଥିଲେ । ମ୍ୟାଚ ପରେ ଓ୍ୱର୍ଣ୍ଣ ତାଙ୍କ ନିକଟକୁ ଆସି ବୋଲରଙ୍କୁ କ୍ରିଜରେ କିଛି ନକହିବା ପାଇଁ କହିଥିଲେ । ତେବେ ବିରାଟ ତାଙ୍କ କଥାକୁ ଗୁରୁତ୍ୱ ନଦେଇ କେବଳ ହସିଦେଇଥିଲେ । ନିକଟରେ ଓ୍ୱର୍ଣ୍ଣ ମଧ୍ୟ ବିରାଟଙ୍କୁ କିପରି ଅସୁବିଧାରେ ପକାନ୍ତି କହିଥିଲେ ।

ଓ୍ୱର୍ଣ୍ଣ କହିଥିଲେ ଯେ, ସେ ବିରାଟଙ୍କୁ ଓ୍ୱିକେଟ୍ ବାହାରେ ବୋଲିଂ କରିଥିଲେ । ଯେଉଁଥିପାଇଁ ବିରାଟଙ୍କୁ ଖେଳିବାରେ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ସେ ବିରାଟଙ୍କୁ ଲେଗ୍ ଷ୍ଟମ୍ପ୍ ଓ ବେଳେବେଳେ ଅଫ୍ ଷ୍ଟମ୍ପ ବାହାରେ ବଲ୍ ପକାଉଥିଲେ । ଏହି ହିସାବରେ ଫିଲ୍ଡ ମଧ୍ୟ ସଜାଇବାକୁ ହେବ ବୋଲି ଓ୍ୱାର୍ଣ୍ଣ ଇଏସପିଏନକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.