ଅନନ୍ୟାଙ୍କ ପରେ ଏନସିବି ରାଡ଼ାରରେ ଜାହ୍ନବୀଙ୍କ ଭଉଣୀ ଶନାୟା କପୁର: ଶୀଘ୍ର ଜାରି ହୋଇପାରେ ସମନ

Published By : Prameya-News7 Bureau | October 22, 2021 IST

ମୁମ୍ବାଇ ୨୨/୧୦ : କ୍ରୁଜ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଏନସିବି ଟିମ ଆର୍ଯ୍ୟନ ଖାନଙ୍କ ସହ ଚାଟ ଆଧାରରେ ତାଙ୍କ ନିକଟ ବନ୍ଧୁଙ୍କୁ ଟାର୍ଗେଟ କରୁଛି। ଏଥିରେ ପ୍ରଥମ ନାଁ ଅନନ୍ୟା ପାଣ୍ଡେଙ୍କର ଅଛି। ଅକ୍ଟୋବର ୨୧ ତାରିଖ ଗୁରୁବାର ଦିନ ଏନସିବି ଅନନ୍ୟାଙ୍କ ଘରେ ରେଡ କରିଥିଲା ଓ ତାଙ୍କୁ ଜେରା ପାଇଁ ଏନସିବି କାର୍ଯ୍ୟାଳୟକୁ ଡାକିଥିଲା। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ ଆର୍ଥର ରୋଡ଼ ଜେଲରେ ଅଛନ୍ତି। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଅନନ୍ୟାଙ୍କୁ ଶୁକ୍ରବାର ଦିନ ମଧ୍ୟ ପଚରାଉଚୁରା ପାଇଁ ଡକାଯାଇଥିଲା। ମାମଲାରେ ବର୍ତ୍ତମାନ ଆଉ ଏକ ନୂଆ ନାଁ ସାମ୍ନାକୁ ଆସିଛି। ବର୍ତ୍ତମାନ ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁରଙ୍କ ନାଁ ସାମ୍ନାକୁ ଆସୁଛି।

ସୂତ୍ର ଅନୁଯାୟୀ, ଏନସିବି ନଜର ବର୍ତ୍ତମାନ ଶନାୟା କପୁରଙ୍କ ଉପରେ ଅଛି। କ୍ରୁଜ ରେଭ ପାର୍ଟି ମାମଲାରେ ଏନସିବି ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଦାଦା ଝିଅ ଭଉଣୀ ଶନାୟାଙ୍କୁ ପଚରାଉଚୁରା ପାଇଁ ସମନ ପଠାଇପାରେ। ଆର୍ଯ୍ୟନ, ଅନନ୍ୟା ଓ ଶନାୟା ଘନିଷ୍ଠ ବନ୍ଧୁ। ଶନାୟା କପୁର ବଲିଉଡରେ ଡେବ୍ୟୁ କରିବା ନେଇ ଖବର ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନାୟା କପୁର କରଣ ଜୋହରଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ତେବେ ଫିଲ୍ମର ଟାଇଟଲ ଏବେ ଯାଏଁ ନିଷ୍ପତ୍ତି ହୋଇନାହିଁ।

{"id":531377,"sizeSlug":"full","linkDestination":"none"}

ଡେବ୍ୟୁ କରିବା ପୂର୍ବରୁ ଶନାୟା କପୁର ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଫିଲ୍ମ 'ଗୁଞ୍ଜନ ସକ୍ସେନା-ଦ କାରଗିଲ ଗାର୍ଲ'ରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଭାବେ କାମ କରିସାରିଛନ୍ତି। ଫିଲ୍ମରେ ତାଙ୍କ ଭଉଣୀ ଜାହ୍ନବୀ ଗୁଞ୍ଜନ ଭୂମିକାରେ ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.