ପ୍ରଖ୍ୟାତ ସାହିତ୍ୟିକ ଶମସୁର ରହମାନ ଫାରୁକିଙ୍କ ପରଲୋକ, ସରସ୍ବତୀ ସମ୍ମାନରେ ହୋଇଥିଲେ ସମ୍ମାନିତ

Published By : Prameya-News7 Bureau | December 25, 2020 IST

ଆହ୍ଲାବାଦ ୨୫/୧୨: ସରସ୍ବତୀ ସମ୍ମାନରେ ସମ୍ମାନିତ ପ୍ରଖ୍ୟାତ କବି ଶମସୁର ରହମାନ ଫାରୁକିଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ୨୦୦୯ରେ ରହମାନ ଫାରୁକିଙ୍କୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶମସୁର ରହମାନଙ୍କ ଜନ୍ମ ୧୯୩୫ରେ ଉତ୍ତରପ୍ରଦେଶରେ ହୋଇଥିଲା। ଫାରୁକି ଇଂରାଜୀରେ ଏମଏ ଡିଗ୍ରି ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ୧୯୫୫ରେ ହାସଲ କରିଥିଲେ।

୧୯୮୬ରେ ଫାରୁକି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଲୋକପ୍ରିୟ ଉର୍ଦ୍ଧୁ ଲେଖକ ତଥା ଆଲୋଚକ ଶମସୁର ଫାରୁକିଙ୍କ ଉପନ୍ୟାସ ‘କଇ ଚାନ୍ଦ ଥେ ସେର ଆସମାଁ’ ହିନ୍ଦୁସ୍ତାନ ସାହିତ୍ୟ ଜଗତରେ ଏକ ନୂଆ ଶିଖରରେ ପହଞ୍ଚିଥିଲା। ଏମିତି ଅନେକ ରଚନା ଶମସୁର ଫାରୁକିଙ୍କୁ ଅମର କରିଦେଇଛି।

wp:embed {"url":"https://twitter.com/DastangoiTheArt/status/1342355608561831938","type":"rich","providerNameSlug":"twitter","responsive":true,"className":""}
https://twitter.com/DastangoiTheArt/status/1342355608561831938
/wp:embed

ଫାରୁକି ଜଣେ ଭାରତୀୟ କବି ଓ ଉର୍ଦ୍ଧୁ ସମୀକ୍ଷକ ଥିଲେ। ଶମସୁର ଫାରୁକି ୧୯୬୦ରୁ ଲେଖା ଆରମ୍ଭ କରିଥିଲେ। ପ୍ରଥମେ ଭାରତୀୟ ଡାକ ପାଇଁ କାମ କରୁଥିଲେ ଫାରୁକି। ପରେ ସେ ପୋଷ୍ଟମାଷ୍ଟର ଜନେରାଲ୍‌ ଓ ପୋଷ୍ଟାଲ୍‌ ସର୍ଭିସେସ୍‌ ବୋର୍ଡରେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ପେନସିଲ୍‌ଭେନିଆର ଏକ ବିଶ୍ବବିଦ୍ୟାଳୟରେ ପ୍ରଫେସର ମଧ୍ୟ ଥିଲେ ଶମସୁର ରହମାନ ଫାରୁକି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.