ଚର୍ଚ୍ଚାରେ କୋଟିଏ ଟଙ୍କାର ବାହାଘର, ପୋଲିସ ଏବଂ ଆୟକର ବିଭାଗ ଆରମ୍ଭ କଲେ ଯାଞ୍ଚ

Published By : Prameya-News7 Bureau | June 25, 2021 IST

ସାମଲୀ ୨୫/୬ : ଉତ୍ତର ପ୍ରଦେଶ ସାମଲୀରେ ଏହି କୋଟିଏ ଟଙ୍କାର ବାହାଘରକୁ ନେଇ ଏବେ ଚର୍ଚ୍ଚା ଜୋର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ବହୁ ଚର୍ଚ୍ଚିତ ବିବାହ । ଭିଡିଓରେ ଦେଖିବାକୁ ମିଳିଥିଲା ନିକାହ ସମୟରେ ବର କନ୍ୟା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ପକାଇବା ସହ ପାଖରେ ଥୁଆ ହୋଇଛି ପୁଳା ପୁଳା ଟଙ୍କା । ତେବେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିବା ପରେ ପୋଲିସ ଆରମ୍ଭ କରିଛ ଖୋଳତାଡ ।

ସୂଚନା ଥାଉକି, ଭାଇରାଲ ବିଡିଓଟି ସାମଲୀ ଜିଲ୍ଲା ଥାନାଭବନ କରବା କ୍ଷେତ୍ରର । ଭିଡିଓରେ କନ୍ୟା ଘର ପକ୍ଷ ବର ଘରକୁ ଯୌତୁକରେ ନୋଟ ଭର୍ତ୍ତି ଗାଡି ଏବଂ ଗହଣା ଦେଇଥିଲେ । ଭିଡିଓରେ କନ୍ୟା ମଧ୍ୟ ସୁନାରେ ଛାଉଣୀ ହୋଇଥିବା ନଜର ଆସିଥିଲା ।  ଘଟଣା ଜଣାପଡିବା ପରେ ପୋଲିସ ଓ ଆୟକର ବିଭାବ ପକ୍ଷରୁ ଆରମ୍ଭ ହୋଇଥିଲା ଯାଞ୍ଚ । ପୋଲିସ ଅଧିକାରୀ କହିଛନ୍ତି ବିବାହରେ ଏତେ ପଇସା ଏବଂ ଗହଣା ଆସିବା ଆଶ୍ଚର୍ଯ୍ୟଜନକ ଘଟଣା । ଏହାର ତଦନ୍ତ ହେବା ନିହାତି ଆବଶ୍ୟକ । ତେବେ ଏସବୁ ନୋଟକୁ ଜବତ କରାଯିବ ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.