Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ରାକେଶଙ୍କୁ ମିସ୍ କରୁଛନ୍ତି ଶମିତା : ଜୟ ଭାନୁଶାଲି ଦେଲେ ଭଲ ମରାଠୀ ପତ୍ନୀ ହେବାର ଟିପ୍ସ…

7/10/2021 at 8:59 AM

ମୁମ୍ବାଇ ୦୭/୧୦: ବିଗ୍‌ବସ୍‌ ଓଟିଟି ପରେ ଏବେ ଶମିତା ବିଗ୍‌ବସ୍‌-୧୫ରେ ନିଜର ଆସିଛନ୍ତି । ଓଟିଟିରେ  ରାକେଶ ବାପତ୍‌ଙ୍କ ସହ ତାଙ୍କ କେମେଷ୍ଟ୍ରୀ ଖୁବ୍‌ ଜମିଥିଲା । ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲେ । ଶୋ ଶେଷ ହେବା ପରେ ଦୁହେଁ ଡେଟ୍‌ରେ ଯାଇଥିଲେ । ଦୁହିଁଙ୍କୁ ଏକାଠି ସ୍ପଟ୍‌ ମଧ୍ୟ କରାଯାଇଥିଲା ।

ହେଲେ ଏବେ ଶମିତା ବିଗ୍‌ ବସ୍‌ ୧୫ ଓଟିଟି ପରେ ସିଜନ୍‌ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ ସେ ପ୍ରେମିକ ରାକେଶ ବାପତଙ୍କୁ ଖୁବ୍‌ ଝୁରୁଛନ୍ତି ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ଶମିତା ସେଟ୍ଟୀ।  ଶମିତା ଜୟ ଭାନୁଶାଲିଙ୍କ ସହ ନିଜର ଅନୁଭବ କୁ ସେୟାର କରିଛନ୍ତି । ଯାହାପରେ ଜୟ ତାଙ୍କୁ ଲାଜେଇ ବହୁ ବ ପତ୍ନୀ ହେବା ପାଇଁ କିଛି ରାକେଶଙ୍କୁ ବାର୍ତ୍ତା ଦେବାକୁ କହିଥିଲେ। ଶମିତା କ୍ୟାମେରା ଆଡକୁ ଅନାଇ ଲାଜରେ ‘ଆହୋ, ଆଇକା ନା..’ ବୋଲି କହିଥିଲେ। ଏହାର ଅର୍ଥ ହେଉଛି ‘ଶୁଣ ନା..’। ଏହା ପରେ  ବିଗ୍‌ବସ୍‌ ଘରେ ସମସ୍ତେ ଶମିତାଙ୍କୁ ଚିଡାଇବାରେ ଲାଗନ୍ତି ଏହା ସହ ସଭିଏଁ ମସ୍ତି ମୁଡ୍‌ରେ ଦେଖିବାକୁ ମିଳୁଥିଲା ।

 ଏହି ସମୟରେ ପ୍ରତିଯୋଗୀ ତେଜସ୍ବୀ ପ୍ରକାଶ ତାଙ୍କୁ ସକାଳେ ପୋହା ପ୍ରସ୍ତୁତ କରିବାକୁ ହେବ ବୋଲି କହିଥିଲେ। ଯାହାକୁ ଶୁଣି ଶମିତା ଲାଜେଇ ଯାଇଥିଲେକାରଣ ସେ ରାକେଶଙ୍କ ପାଇଁ ମଧ୍ୟ କୁକ୍‌ କରିଥିଲେ। ହେଲେ ଏହା ଦେଖିବାକୁ ଗଲେ ମୋଟାମୋଟି ଭାବେ ନୂଆ ନୂଆ ଆରମ୍ଭ ହୋଇଥିବା ଶମିତା-ରାକେଶଙ୍କ ପ୍ରେମକାହାଣୀରେ ବ୍ରେକ୍‌ ଲଗାଇଛି ବିଗ୍‌ ବସ୍‌। ଶୋ’ରେ ସାମିଲ ହେବା କାରଣରୁ ଉଭୟଙ୍କୁ ଅଲଗା ହେବାକୁ ପଡ଼ିଛି। ରାକେଶ ବାହାରେ ଥାଇ ସମିତାଙ୍କୁ ସମର୍ଥନ କରୁଛନ୍ତି। ସେହିଭଳି ସମିତା ଅନେକ ସମୟରେ ରାକେଶଙ୍କୁ ମନେ ପକାଉଥିବା ଦେଖାଯାଉଛି।

   Related Posts