Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭାରତ ଆଫଗାନିସ୍ତାନ ମଧ୍ୟରେ କାଣ୍ଟେକା ଟକ୍କର : ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ରେ ଆଫଗାନିସ୍ତାନକୁ ହରାଇଲା ଭାରତ

23/06/2019 at 8:06 AM

ଇଂଲଣ୍ଡ ୨୩/୬: ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ରେ ଆଫଗାନିସ୍ତାନକୁ ହରାଇଲା ଭାରତ । ଆଫଗାନିସ୍ତାନକୁ ୧୧.ରନ୍ ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ଆଗରେ ମାତ୍ର ୨୨୫ ରନ୍ ର ଟାର୍ଗେଟ୍ ଦେଇଥିଲେ ଟିମ୍ ଇଣ୍ଡିଆ । ହେଲେ ଆଫ ଗାନିସ୍ତାନ ୨୧୩ ରନ୍ ରେ ଅଲ୍  ଆଉଟ୍ ହୋଇଯାଇଥିଲା । ଶେଷ ଓଭରରେ ସାମ୍ ହାଟ୍ରିକ୍ ନେଇ ଭାରତକୁ ମ୍ୟାଚ୍ ଜିତାଇଥିଲେ । ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲେ ବି ଆଫଗାନିସ୍ତାନ ବ୍ୟାଟସମ୍ୟାନ୍ ଭାରତୀୟ ବୋଲିଂକୁ ସାମ୍ନା କରିପାରିନଥିଲେ । ମିଡିଲ ଅର୍ଡର ଫେଲ୍ ମାରିଥିଲା ।

ଶେଷ ଆଡକୁ ମହମ୍ମଦ ନବି ଭାରତୀୟ ବୋଲରଙ୍କୁ କଡା ଟକ୍କର ଦେଇ ଯୋରଦାର ସଂଘର୍ଷ କରିଥିଲେ ବି ମ୍ୟାଚ୍ ଜିତାଇପାରିନଥିଲେ । ଶେଷ ଦୁଇ ଓଭରରେ ଆଫଗାନିସ୍ତାନକୁ ୨୧ ରନ୍ ଆବଶ୍ୟକ ଥିଲା । ହେଲେ ଦଳ ୯ ରନ୍ କରିପାରିଥିଲା । ଆଫଗାନିସ୍ତାନ ପକ୍ଷରୁ ରହମତ ଶାହା ୩୬, ହାସମାତୁଲ୍ଲା ସାହିଦ୍ ୨୧ ରନ୍ କରିଥିଲେ । ସାଉଥହମ୍ପଟନରେ ଖେଳାଯାଉଥିବା ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାରକୁ ସକ୍ଷମ ହୋଇଥିଲା । ମାତ୍ର ୧ ରନ୍ କରି ଓପନର୍ ରୋହିତ ଶର୍ମା ମୁଜୀବ ଉର୍ ରହମାନଙ୍କ ବଲରେ ବୋଲଡ୍ ହୋଇଥିଲେ । ଏହାପରେ ପରେ ୩୦ ରନ୍ କରି କେ.ଏଲ ରାହୁଲ ଆଉଟ୍ ହୋଇଥିଲେ ।

କୋହଲି କ୍ରିଚରେ ଅଟକ ରହି ଅର୍ଦ୍ଧଶତକ ସହ ୬୭ ରନ୍ କରିଥିଲେ । ସେହିପରି ବିଜୟ ଶଙ୍କର ୨୯, ଧୋନୀ ୨୮, କେଦାର ଯାଦବ ୫୨ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ କୌଣସି ଜଲୱା ଦେଖାଇ ପାରିନଥିଲେ । ମାତ୍ର ୭ ରନ୍ କରି ପାଭିଲିଅନ୍ ଫେରିଥିଲେ । ଭାରତ ଧିମା ବ୍ୟାଟିଂ କରିବା ସହ ନିୟମିତ ୱିକେଟ୍ ହରାଇବାରୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ ଗୁଲାବଦ୍ଦିନ ଓ ମୋହମ୍ମଦ ନବି ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମୁଜିବୁର ରେହମାନ୍, ଅଫତାବ ଆଲମ୍, ରସିଦ୍ ଖାନ ଓ ରହମତ୍ ଶା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ସଂଘର୍ଷପୂର୍ଣ୍ଣ ଭାବରେ ଶେଷରେ ଭାରତ ମ୍ୟାଚ ଜିତିନେଇଥିଲା । ..

   Related Posts