ଲଜ୍ୟା: ପୁରୀରେ ପୁଲିସ ପରିଚୟ ଦେଇ ସରକାରୀ କ୍ୱାଟର୍ସ ମଧ୍ୟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ – ନିମାପଡାରେ ଲିଫ୍ଟ ଦେଇ ପୁରୀରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

ପୁରୀ ୦୨।୧୨ – ହାଇଦ୍ରାବାଦ ପରେ ପୁରୀରେ ଲଜ୍ୟା ଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ପୁଲିସ ପରିଚୟ ଦେଇ ଏକ ସରକାରୀ କ୍ୱାଟର୍ସ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି । ଏଥିରେ , ସେ ଜଣେ ପୁଲିସ କର୍ମଚାରୀ ସାମିଲ ଥିବା ଅଭିଯୋଗ କରଛନ୍ତି । ସେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ବୋଲି ପୁରୀ ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି କନେଷ୍ଟବଳ ଜିତେନ୍ଦ୍ର ସେଠୀ ଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଛି । ଯୁବତୀଙ୍କର ବୟାନ ରେକର୍ଡ କରାଯାଇଛି । ୪ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୁରୀ କୁମ୍ଭାରପଡା ଥାନାରେ ଏ ନେଇ ଅଭିଯୋଗ ହୋଇଛି । ନିମାପଡା ବସ୍ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଏହି ପୁଲିସ କର୍ମଚାରୀ ନିଜର ଆଇ କାର୍ଡ ଦେଖାଇ ଯୁବତୀଙ୍କୁ କାର୍ରେ ଲିଫ୍ଟ ଦେଇଥିଲେ ।
ପୁରୀର ପୁଲିସ ଲାଇନ୍ ନିକଟସ୍ଥ ଏକ ସରକାରୀ କ୍ୱାଟର୍ସରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା । ଯୁବତୀ ଜଣଙ୍କ କହିଛନ୍ତି । ସେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ଥିବା ମହିଳା ପୁଲିସ କର୍ମୀ ସାହାଯ୍ୟ କରି ନ ଥିବା ପୀଡିତା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ସହ ପୁରୀ ଏସ୍ପି ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯାଉଛି ବୋଲି ଏସ୍ପି ସୂଚନା ଦେଇଛନ୍ତି ।
914 Views