ପୁଣି ଲଜ୍ଜା: ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇମାସର ଗର୍ଭବତୀ

Published By : Prameya-News7 Bureau | December 03, 2021 IST

ଦାରିଙ୍ଗବାଦଡ଼ି ୦୩/୧୨: କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା। ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ  । ଷଷ୍ଠ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀ ଦୁଇମାସର ଗର୍ଭବତୀ  ହୋଇଛନ୍ତି। ଦାରିଙ୍ଗବାଡି ଥାନା  ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଜନକ ଘଟଣାର ଅଭିଯୋଗ । କୋରୋନା ପାଇଁ ଦୀର୍ଘ ଦିନ ହେଲା ବିଦ୍ୟାଳୟ ଗୁଡ଼ିକ ବନ୍ଧ ରହିଥିଲା । ସରକାରଙ୍କ ଗାଇଡ଼ଲାଇନ ଆସିବା ପରେ ଗତ ନଭେମ୍ବର ୧୫ ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଛି ।

ଆଉ ଏଭଳି ସ୍ଥଳେ ସମ୍ପୃକ୍ତ ନାବାଳିକା ଜଣକ ମଧ୍ୟ  ଆଶ୍ରମ ବିଦ୍ୟାଳୟକୁ ଆସିଥିଲେ । ତେବେ ଗତ ୩୦ ତାରିଖରେ ଆଶ୍ରମ ବିଦ୍ୟାଳୟରେ ରୁଟିଂ ଚେକିଙ୍ଗ ବେଳେ ଛାତ୍ରୀ ଜଣକ ଦୁଇମାସର ଅନ୍ତଃସତ୍ତ୍ଵା ବା ଗର୍ଭବତୀ ରହିଥିବା ଜଣାପଡ଼ିଥିଲା । ଯାହାରି ଫଳରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷ ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଏନେଇ ମାମଲା ରୁଜୁ କରି ପୀଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଛି । ଅନ୍ୟପଟେ ନାବାଳିକା ଛାତ୍ରୀ ଜଣକ କିଭଳି ଆଉ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ସେ ଦିଗରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଡାକି ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.