Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କରୋନା ପାଇଁ ଅଟକିଲା ବାହାଘର : ଲୋକପ୍ରିୟ ଅଭିନେତ୍ରୀ ଶମା ସିକନ୍ଦର କହିଲେ ନିଜ ମନର ଦୁଃଖ

22/05/2020 at 9:28 PM

ମୁମ୍ବାଇ ୨୨/୫: କରୋନା ଭାଇରସର ବଢ଼ୁଥିବା ପ୍ରକୋପ ଯୋଗୁଁ ଅଭିନେତ୍ରୀ ଶମା ସିକନ୍ଦରଙ୍କୁ ନିଜ ବିବାହ ଘୁଞ୍ଚାଇବାକୁ ପଡ଼ିଛି। ସେ ଭାବୀସ୍ବାମୀ ଜେମ୍ସ ମିଲିରନଙ୍କ ସହ ବିବାହ କରିଥାନ୍ତେ କିନ୍ତୁ କୋଭିଡ-୧୯କାରଣରୁ ଲକଡାଉନ୍ ଯୋଗୁଁ ସେ ବିବାହକୁ ପୋଷ୍ଟପୋନ୍ କରିବାକୁ ଉଚିତ୍ ମଣିଲେ।

ଶମା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେମାନେ ସେପ୍ଟେମ୍ବର ଶେଷ ସୁଦ୍ଧା ବିବାହ କରିବାକୁ ଯୋଜନା କରିଥିଲେ। ବିବାହ ସ୍ଥାନଠୁ ନେଇ ସବୁକିଛି ଫାଇନାଲ୍ ହୋଇ ସାରିଥିଲା। ସେମାନଙ୍କ ପରିବାର ସବୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।  ଜେମ୍ସଙ୍କ ବାପା ମାଆ ଆମେରିକାରେ ରୁହନ୍ତି ଏବଂ ଇଣ୍ଡିଆ ଆସିବା ପାଇଁ ସେମାନେ ପାସପୋର୍ଟ କରିଥିଲେ।

ସେମାନେ କାଗଜପତ୍ର ବନାଇବା ଆରମ୍ଭ କରିଦେଇଥିଲେ ଯାହା ଦ୍ବାରା ପାସପୋର୍ଟ ହେବ କିନ୍ତୁ ସେମାନେ ସବୁ କିଛି ହୋଲ୍ହ କରିଦେଇଥିଲେ କାରଣ ଟ୍ରାଭେଲିଂ ପାଇଁ ଏହି ସମୟ ଠିକ୍ ନୁହେଁ। ଜେମ୍ସ ତାଙ୍କ ସହ ମୁମ୍ବାଇରେ ଅଛନ୍ତି କିନ୍ତୁ ତାଙ୍କୁ ଜେମ୍ସଙ୍କ ବାପା ମାଆଙ୍କ ଚିନ୍ତା ଘାରୁଛି।

କରୋନା ସମସ୍ତଙ୍କ ଜୀବନକୁ ପୂରା ପରିବର୍ତ୍ତନ କରି ଦେଇଛି। ଏବେ ଏପରି ସଙ୍କଟ ସମୟରୁ ବାହରିବାର ସମୟ। ବିବାହ ତ କେବେ ବି ହୋଇପାରିବ।

ଶମା ଜେମ୍ସଙ୍କ ସହ ୨୦୧୬ମସିହାରେ ନିର୍ବନ୍ଧ କରିଥିଲେ। ୩୮ବର୍ଷ ବୟସ୍କା ଶମା ଟିଭି ଶୋ ମେରି ଲାଇଫ ହେ,ଓ୍ବେବ ସିରିଜ ସେକ୍ସିହାଲିକ୍ ଏବଂ ୨୦୧୯ରେ ଫିଲ୍ମ ବାଇପାସ୍ ରୋଡରେ ଅଭିନୟ କରିଥିଲେ।

   Related Posts