Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ରିଜର୍ଭ ବ୍ୟାଙ୍କ୍ ବୋର୍ଡ ବୈଠକ ; ଗଭର୍ଣ୍ଣର ଭାବେ ପ୍ରଥମ ଥର ଯୋଗଦେବେ ଶକ୍ତିକାନ୍ତ ଦାସ

14/12/2018 at 9:26 AM

ନୂଆଦିଲ୍ଲୀ ୧୪|୧୨:  ଆଜି ରିଜର୍ଭ ବ୍ୟାଙ୍କ୍ ବୋର୍ଡ ବୈଠକ । ଗଭର୍ଣ୍ଣର ଭାବେ ପ୍ରଥମ ଥର ଯୋଗ ଦେବେ ଶକ୍ତିକାନ୍ତ ଦାସ । ବଜାରରେ ଏବେ ନଗଦ ସଂକଟ ଉତ୍କଟ ଥିବା ବେଳେ ଏହାକୁ ଦୂର କରିବା ତାଙ୍କର ପ୍ରଥମ ଦାୟିତ୍ବ। ଏହି ଅବସରରେ ଆରବିଆଇର ଶାସନ ପଦ୍ଧତିରେ ସଂସ୍କାର ଆଣିବା ନେଇ ବୋର୍ଡ ତରଫରୁ କିଛି ଘୋଷଣା ମଧ୍ୟ ହୋଇପାରେ । ମୁଖ୍ୟତଃ ଆଜିର ବୈଠକରେ ୩ରୁ ୪ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ । ବଜାରେ କେତେ ପରିମାଣର ନଗଦ ସଙ୍କଟ ରହିଛି । ସେ ସମ୍ପର୍କରେ ଜାଣିବା ପରେ ହିଁ ଶକ୍ତିକାନ୍ତ ନିଷ୍ପତି ନେଇ ପାରିବେ । ଏହାଛଡ଼ା ରିଜର୍ଭ ବ୍ୟାଙ୍କର ବଳକା ନଗଦ ଅର୍ଥ ପ୍ରଦାନ ନେଇ  ନଭେମ୍ବର ୧୪ରେ ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତି ଉପରେ ଶକ୍ତିକାନ୍ତ ମଧ୍ୟ ପଚାରି ବୁଝିବେ ।

   Related Posts