Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଏମାନେ ହେଉଛନ୍ତି ବଲିଉଡର ୫ଜଣ ଖଳନାୟକଙ୍କ ଝିଅ : ଜାଣନ୍ତୁ କିଏ?

25/10/2019 at 5:31 PM

ମୁମ୍ବାଇ ୨୫/୧୦: ସିନେମା ଜଗତରେ ଅନେକ ଅଭିନେତାମାନେ ଖଳନାୟକର ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଖଳନାୟକ ଏପରି ଅଛନ୍ତି ଯେଉଁମାନଙ୍କ ଭୂମିକା ଆଜି ବି ଲୋକେ ଭୁଲି ନାହାନ୍ତି। ଏହି ଖଳନାୟକଙ୍କ ମଧ୍ୟରେ ପ୍ରେମ ଚୋପ୍ରାଙ୍କଠୁ ଆରମ୍ଭ କରି ଶକ୍ତି କପୁରଙ୍କ ନାଁ ସାମିଲ ରହିଛି। ଆସନ୍ତୁ ଜାଣିବା ତାଙ୍କ ଝିଅଙ୍କ ବିଷୟରେ

୧. ଶକ୍ତି କପୁର: ଶକ୍ତି କପୁରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ନିଜର ଚମତ୍କାର ଅଭିନୟ ବଳରେ ନିଜର ବଲିଉଡ ଯାତ୍ରା ସଫଳ କରିଥିଲେ। ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଶ୍ରଦ୍ଧା ‘ଆଶିକୀ ୨ ’ଫିଲ୍ମରେ ଜବରଦସ୍ତ ଅଭିନୟ କରି ଲୋକଙ୍କ ମନରେ ନିଜ ସ୍ଥାନ ସୃଷ୍ଟି କରି ପାରିଥିଲେ। ‘ଏକ ଭିଲେନ୍’,‘ବାଗି’,‘ସ୍ତ୍ରୀ’ ଏବଂ ‘ହାଇଦର’ ଭଳି ଅନେକ ହିଟ୍ ଫିଲ୍ମରେ ଶ୍ରଦ୍ଧା ଅଭିନୟ କରି ସାରିଛନ୍ତି।

 ୨. ପ୍ରେମ ଚୋପ୍ରା : ପୁରୁଣା ଫିଲ୍ମରେ ଅଧିକାଂଶ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରେମ ଚୋପ୍ରା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ସେ ତାଙ୍କର ୫୦ବର୍ଷର ଫିଲ୍ମ କ୍ୟାରିୟରରେ ପାଖାପାଖି ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ପ୍ରେମଙ୍କର ୩ଝିଅ  ହେଉଛନ୍ତି ରିତିକା,ପୁନିତା ଏବଂ ପ୍ରେରଣା। ଏମାନଙ୍କ ମଧ୍ୟରୁ ପ୍ରେରଣା ବିବାହ କରିଛନ୍ତି ଅଭିନେତା ଶର୍ମନ ଜୋଶୀଙ୍କୁ।

୩.କୁଳଭୂଷଣ ଖରବନ୍ଦା : ହିନ୍ଦୀ ଫିଲ୍ମରେ ଅଧିକାଂଶ ବାପା ଭୂମିକାରେ ଅଭିନୟ କରିଥିବା କୁଳଭୂଷଣ ଖରବନ୍ଦାଙ୍କୁ ଫିଲ୍ମ ‘ଶାନ’ରେ ଶାକାଲ ଭୂମିକା ପାଇଁ ସମସ୍ତେ ଜାଣନ୍ତି। କୁଳଭୂଷଣଙ୍କୁ ବଡ଼ ବଡ଼ ଖଳନାୟକଙ୍କ ମଧ୍ୟରେ ଗଣାଯାଏ। କୁଳଭୂଷଣଙ୍କ ଝିଅ ଶ୍ରୁତି ଖୁବ୍ ସୁନ୍ଦର ଏବଂ ସେ ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାଆନ୍ତି।

୪. ରଞ୍ଜିତ : ଫିଲ୍ମରେ ପ୍ରାୟତଃ ମାରପିଟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରଞ୍ଜିତଙ୍କୁ ଭଲା କିଏ ନ ଜାଣନ୍ତି। ସେ ଆଜି ବି ଫିଲ୍ମରେ ନଜର ଆସୁଛନ୍ତି। ରଞ୍ଜିତଙ୍କ ଗୋଟିଏ ଝିଅ। ତାଙ୍କ ନାଁ ଦିବ୍ୟଙ୍କା ବେଦୀ। ଦିବ୍ୟଙ୍କା ଜଣେ ଫ୍ୟାଶନ ଡିଜାଇନର।

୫. ଡ୍ୟାନି ଡେନଜୋପା : ସୁପରହିଟ୍ ଫିଲ୍ମ ‘ଘାତକ’ରୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିବା ଅଭିନେତା ଡ୍ୟାନି ଡେନଜୋପା ନିଜର ଦମଦାର ଅଭିନୟ ପାଇଁ ବେଶ୍ ଜଣାଶୁଣା। ଡ୍ୟାନିଙ୍କ ଝିଅ ପେମା ଲାଇମଲାଇଟରୁ ଦୂରେଇ ରୁହନ୍ତି । ସେ ବି କୌଣସି ଅଭିନେତ୍ରୀଙ୍କଠୁ କମ୍ ନୁହଁନ୍ତି। ସେ କେତେକ ଖାସ୍ ଅବସରରେ ବାପାଙ୍କ ସହ ନଜର ଆସିଥାଆନ୍ତି।  

   Related Posts