Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ପଡିଆରେ ଅଭଦ୍ରାମୀର ସୀମା ଲଙ୍ଘିଥିବା ସାକିବ ୪ଟି ମ୍ୟାଚ୍‌ରୁ ବାସନ୍ଦ

12/06/2021 at 7:47 PM

ଢାକା ୧୨।୦୬: ଢାକା ପ୍ରିମିୟର ଲିଗ୍‌ର ମ୍ୟାଚ୍‌ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଅଭଦ୍ରାମୀର ସମସ୍ତ ସୀମା ଲଙ୍ଘିଥିବା ସାକିବ ଅଲ ହସନଙ୍କୁ ମହଙ୍ଗା ପଡିଛି। ଟୁର୍ଣ୍ଣାମେଣ୍ଟରୁ ଆଗାମୀ ଚାରୋଟି ମ୍ୟାଚ୍‌ରୁ ତାଙ୍କୁ  ବାସନ୍ଦ କରାଯାଇଛି। ସାକିବ ବାଂଲାଦେଶରେ ଖେଳାଯାଉଥିବା ଏହି ଟି-୨୦ ଲିଗ୍‌ର ଆଗାମୀ ଚାରୋଟି ମ୍ୟାଚ୍‌ରେ ପଡିଆରେ ନଜର ଆସିବେ ନାହିଁ। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସାକିବ କିଛି ନିଷ୍ପତ୍ତିକୁ ନେଇ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିବା ସହ ପଡିଆରେ ଅଶୋଭନୀୟ ଆଚରଣ କରିଥିଲେ। ଏପରିକି ସେ ଷ୍ଟମ୍ପକୁ ଗୋଇଠା ମାରିଥିଲେ। କିନ୍ତୁ ମ୍ୟାଚ୍ ପରେ ସାକିବ ନିଜର ଏହି ବ୍ୟବହାର ପାଇଁ କ୍ଷମା ମାଗିଛନ୍ତି।

ବାଂଲାଦେଶର ଖବରକାଗଜ ବିଡିକ୍ରିକଟାଇମ ଅନୁଯାୟୀ, ମହମ୍ମଦୀନ ସ୍ପୋର୍ଟିଂ କ୍ଲବର ଅଧିନାୟକ ସାକିବ ଅଲ ହାସନଙ୍କୁ ତାଙ୍କର ଖରାପ ବ୍ୟବହାର ପାଇଁ ଢାକା ପ୍ରିମିୟର ଲିଗ୍‌ର ଚାରୋଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସେ ଅଷ୍ଟମ, ନବମ, ଦଶମ ଏବଂ ଏକାଦଶ ମ୍ୟାଚ୍ ଖେଳି ପାରିବେ ନାହିଁ। ଏଥିସହ ବାଂଲାଦେଶ ମୁଦ୍ରା ଅନୁଯାୟୀ ତାଙ୍କ ଉପରେ ୫ ଲକ୍ଷ ଟାକା ଜରିମାନା ଲଗାଯାଇଛି।

ସାକିବ ଢାକା ପ୍ରିମିୟର ଲିଗ୍‌(ଡିପିଏଲ)ର ୪୦ତମ ମୁକାବିଲାରେ ପଡିଆରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହି ମୁକାବିଲା ମହମ୍ମଦୀନ ସ୍ପୋର୍ଟିଂ ଓ ଅବାହାମୀ ଲିମିଟେଡ୍ କ୍ଲବ ମଧ୍ୟରେ ଢାକାର ସେର ଏ ବାଙ୍ଗଲା ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ମହମ୍ମଦୀନ ସ୍ପୋର୍ଟିଂ ୨୦ ଓଭରରେ ୧୪୫ ରନ କରିଥିଲା। ସାକିବ ୩୭ ରନ କରିଥିବା ବେଳେ ମହମୁଦୁଲ ହସନ ୨୨ ବଲରୁ ୩୦ ରନ କରିଥିଲେ। ଏହାର ଜବାବରେ ଅବାହାମୀ କ୍ଲବର ଆରମ୍ଭ ଭଲନଥିଲା। ତିନି ଓଭରରେ ଦଳ ୯ ରନରେ ୩ଟି ଓ୍ଵିକେଟ୍ ହରାଇଥିଲା।

ଅମ୍ପାୟରଙ୍କ ସାମ୍ନାରେ ଷ୍ଟମ୍ପ ଉଖାଡି ଫିଙ୍ଗିଲେ

ଏହା ପରେ ସାକିବ ଅଲ ହସନ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ଏକ ସିଧା ବଲ ମୁସଫିକର ରହିମଙ୍କ ପ୍ୟାଡରେ ଯାଇ ବାଜିଥିଲା। ସେ ଜୋରଦାର ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ। ମାତ୍ର ଅମ୍ପାୟର ତାଙ୍କ ଅପିଲକୁ ଅଣଦେଖା କରି ରହିମଙ୍କୁ ନଟଆଉଟ୍ ଦେଇଥିଲେ। ଏଥିରେ ସାକିବ ଏତେ କ୍ଷୁବ୍ଧ ଥିଲେ ଯେ, ଷ୍ଟମ୍ପକୁ ଗୋଇଠା ମାରିଥିଲେ। କେବଳ ଏତିକି ନୁହେଁ ନିଷ୍ପତ୍ତିକୁ ନେଇ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। କୌଣସି ପ୍ରକାରେ ସାଥୀ ଖେଳାଳି ତାଙ୍କୁ ଶାନ୍ତ କରାଇଥିଲେ। ଏହାର ପରବର୍ତ୍ତୀ ଓଭରରେ ସାକିବ ପୁଣି ଥରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏଥର ସେ ଅମ୍ପାୟରଙ୍କ ପାଖକୁ  ଦୌଡି ତିନି ଷ୍ଟମ୍ପ ଉପାଡି ଫିଙ୍ଗି ଦେଇଥିଲେ। ତାଙ୍କର ଏହି ବ୍ୟବହାର ଦେଖି ସମସ୍ତେ ହତବାକ ହୋଇ ପଡିଥିଲେ।

ପଡିଆରେ ତାଙ୍କର ଏହି ଅଶୋଭନୀୟ ବ୍ୟବହାର ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥିଲା। ପ୍ରଶଂସକ ସାକିବଙ୍କ ଏମିତି ବ୍ୟବହାର ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିଛି ପ୍ରଶଂସକ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦେଇଥିଲେ। କାରଣ ସେ ନିକଟରେ ବାସନ୍ଦ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଛନ୍ତି। 

   Related Posts