କରୋନା ଭାଇରସ୍ ଯୋଗୁଁ ଦୂରରେ ଥିଲେ ପତ୍ନୀ,୧୪ଦିନ ପରେ ପରିବାରକୁ ଦେଖି ଇନଷ୍ଟାଗ୍ରାମରେ ଜାହିର କଲେ ନିଜ ଖୁସି,ଫଟୋ ଭାଇରାଲ୍

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨/୪: ବାଙ୍ଗଲାଦେଶର ପୂର୍ବତନ ଅଧିନାୟକ ଏବଂ ଅଲରାଉଣ୍ଡର ଶାକିବ ଅଲ ହାସନ୍ ଏବେ ନିଜ ପରିବାର ସହ ଆମେରିକାରେ ଅଛନ୍ତି। କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ପୂର୍ବରୁ ସେ ବାଙ୍ଗଲାଦେଶରୁ ଆମେରିକା ଚାଲିଯାଇଥିଲେ। ନିଜ ପରିବାର ସହ ଦେଖା କରିବା ପାଇଁ ତାଙ୍କୁ ୧୪ଦିନ ଯାଏଁ ଆଇସୋଲେସନରେ ରହିବାକୁ ପଡ଼ିଲା। ଦୀର୍ଘ ଦିନ ପରେ ପରିବାର ସହ ଦେଖା କରିବାର ଖୁସି ସାକିବଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖା ଯାଇପାରିବ ଯେଉଁଠି ସେ ତାଙ୍କ ପତ୍ନୀଙ୍କ ସହ ଏକ ବ୍ୟକ୍ତିଗତ ଫଟୋ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/B-1YvrKg2Mf/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-1YvrKg2Mf/?utm_source=ig_embed
/wp:core-embed/instagram

ଏହି ଫଟୋରେ ଶାକିବ ତାଙ୍କ ପତ୍ନୀଙ୍କ ସହ ନଜର ଆସୁଛନ୍ତି। ଶାକିବଙ୍କ ପତ୍ନୀ ଶିଶିର କ୍ୟାମେରା ଆଡ଼କୁ ଦେଖି ଫଟୋ ଉଠାଉଥିବାବେଳେ ଶାକିବ ତାଙ୍କୁ କିସ୍ କରୁଛନ୍ତି। ଶାକିବ ଫଟୋର କ୍ୟାପସନରେ କିଛି ଲେଖିନାହାନ୍ତି। ତାଙ୍କ ଫଟୋକୁ କେତେକ ଫ୍ୟାନ୍ସ ଟ୍ରୋଲ୍ କରିଥିବାବେଳେ କେତେକ ବ୍ୟକ୍ତି ସୋସିଆଲ ଡିସଟ୍ୟାନ୍ସ ବଜାୟ ରଖିବା କଥା କହିଥିଲେ।

wp:core-embed/instagram {"url":"https://www.instagram.com/p/B-q2NE8ASdx/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-q2NE8ASdx/?utm_source=ig_embed
/wp:core-embed/instagram

କିଛି ଦିନ ତଳେ ଶାକିବ କହିଥିଲେ ଯେ ସେ ଦ୍ବିତୀୟ ଥର ବାପା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଝିଅଙ୍କ ଫଟୋ ସେୟାର କରିଥିଲେ,ଯେଉଁଥିରେ ଲେଖା ଥିଲା ଯେ ‘ଓ୍ବେଲକମ୍ ହୋମ୍’। ଫଟୋର କ୍ୟାପ୍ସନରେ ଶାକିବ ଲେଖିଥିଲେ,‘ବଡ଼ ଭଉଣୀର ଦାୟିତ୍ବ’। ଏହା ପରେ ଫ୍ୟାନ୍ସମାନେ ତାଙ୍କୁ ଶୁଭକାମନା ଜଣାଇଥିଲେ।

{"id":253029,"sizeSlug":"large"}

ଶାକିବଙ୍କ ପତ୍ନୀ ଅହମଦ ଶିଶିର ଝିଅଙ୍କ ସହ ଆମେରିକାରେ ରୁହନ୍ତି। ମାର୍ଚ୍ଚ୨୧ ତାରିଖରେ ସେ ପରିବାରକୁ ଭେଟିବା ପାଇଁ ଆମେରିକା ଯାଇଥିଲେ। ଏହା ସତ୍ବେ ପରିବାରକୁ ଭେଟିବା ପାଇଁ ତାଙ୍କୁ ୧୪ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ସେହି ସମୟରେ ସେ ନିଜ ଘରଠୁ ୫କିଲୋମିଟର ଦୂରରେ ଏକ ହୋଟେଲରେ ଆଇସୋଲେସନରେ ରହିଥିଲେ। ଏହି ସମୟରେ ତାଙ୍କୁ କାହା ସହ ଭେଟିବାର ଅନୁମତି ନଥିଲା।

{"id":253027,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.