Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ବାଂଲାଦେଶୀ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହସନଙ୍କୁ ଲାଇଭ୍‌ ଚାଟ୍‌ରେ ହତ୍ୟା ଧମକ…

16/11/2020 at 10:42 PM

ନୂଆଦିଲ୍ଲୀ ୧୬/୧୧: ଇଣ୍ଟରନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନସିଲ୍‌ ଦ୍ବାରା ଲାଗିଥିବା ପ୍ରତିବନ୍ଧ ପରେ ପୁଣି ଥରେ ଦଳକୁ ଫେରିବାକୁ ଯାଉଛନ୍ତି ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ ହସନ। ତେବେ ଏହା ପୂର୍ବରୁ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ମିଳିଛି।  ଫେସବୁକ୍‌ ଲାଇଭ୍‌ ଚାଟ୍‌ ସମୟରେ ଶାକିବଙ୍କୁ ଏହି ଧମକ ମିଳିଥିବା ସୂଚନା ମିଳିଛି।

ମୋହସିନ ତାଲୁକତାର ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ ଲାଇଭ୍‌‌ ସମୟରେ ତାଙ୍କୁ ଧମକ ଦେଇଛନ୍ତି। ପ୍ରଥମ ଥର ପାଇଁ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଏଭଳି ଧମକ ମିଳିଥିବା କୁହାଯାଉଛି। ନିଜର କ୍ରୋଧ ଜାହିର କରିବା ସହ ଅଭଦ୍ର ଭାଷାର ପ୍ରୟୋଗ ମଧ୍ୟ କରିଥିଲା ମୋହସିନ। ଏହା ସହ ଯଦି ଶାକିବଙ୍କୁ ମାରିବାକୁ ପଡ଼େ ତେବେ ସେ ଢ଼ାକା ଆସିବ ବୋଲି କହିବା ଆଜି ହେଉଥିବା ଲାଇଭ୍‌ ସେସନ୍‌ରେ ପୁରା ଦେଶକୁ କ୍ଷମା ମାଗିବାକୁ ବ୍ୟକ୍ତି ଜଣକ କହିଥିବା ଜଣାପଡ଼ିଛି।

ତେବେ କାହା ଚାପରେ ପଡ଼ି ନୁହେଁ ବରଂ ନିଜ ଇଚ୍ଛାରେ ସେ ଧମକ ଦେଇଥିବା କହିଛି ମୋହସିନ। ଦେଶବାସୀ ଶାକିବଙ୍କୁ ମଉକା ଦେବାକୁ ଚାହୁଁଛନ୍ତି। କିନ୍ତୁ ସେ ବାକି ଖେଳାଳିଙ୍କ ଭଳି ଭଲ ରାସ୍ତାକୁ ଫେରିଆସନ୍ତୁ ବୋଲି ମୋହସିନ୍‌ ଏକ ଭିଡିଓରେ କହିଛନ୍ତି। ଏଭଳି ଭିଡିଓ ଫେସବୁକ୍‌ରେ ଭାଇରାଲ୍‌ ହେବା ପରେ ଏହାକୁ ହଟାଇ ଦିଆଯାଇଛି। ତେବେ ଏଭଳି ଏକ ଭିଡିଓର ଯାଞ୍ଚ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

   Related Posts