Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାଂଲାଦେଶୀ କ୍ରିକେଟରଙ୍କ ଏ କି ପ୍ରକାର ରାଗ ? ଷ୍ଟମ୍ପକୁ ମାରିଲେ ଗୋଇଠା, ଅମ୍ପାୟାରଙ୍କୁ କଲେ ଖରାପ ବ୍ୟବହାର, ଶେଷରେ ମାଗିଲେ କ୍ଷମା

12/06/2021 at 8:49 AM

ଢାକା ୧୨/୬ : କୁହାଯାଏ ଗୋଟିଏ ମଣିଷର ରାଗ ବ୍ରହ୍ମ ଚଣ୍ଡାଳ । ଅର୍ଥାତ୍ ଜଣେ ରାଗିଗଲେ ନିଜର ଅସ୍ତିତ୍ୱ ହରାଇ ବସେ । ଆଉ କରିବସେ ଅନେକ ଭୁଲ । ଯେଉଁ ଭୁଲରେ ବେଳେବେଳେ କ୍ଷମା ବି ନଥାଏ । ଏମିତି କିଛି ଘଟଣା ଘଟିଛି ବାଂଲାଦେଶୀ କ୍ରିକେଟର ତଥା ଅଲରାଉଣ୍ଡର ସାକିବ୍ ଅଲ୍ ହାସନ । ଶୁକ୍ରବାର ଢାକାରେ ଚାଲିଥିବା ଟି-୨୦ ମ୍ୟାଚ୍ ସମୟରେ ଏଭଳି କିଛି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏମିତି ଏକ ଭିଡିଓ । ଯାହାକୁ ଯେ କେହି ଦେଖିଲେ ବି ରାଗିଯାଉଛି ।

ଭିଡିଓରେ ଦେଖଯାଉଛି ଯେ, କ୍ରୋଧିରେ ଜର୍ଜରିତ ହୋଇ ଏହି ଖେଳାଳୀ ଜଣଙ୍କ ଷ୍ଟମ୍ପକୁ ଗୋଇଠା ମାରୁଛନ୍ତି । କେବଳ ସେତିକି ନୁହେଁ ଅମ୍ପାୟାରଙ୍କୁ ମଧ୍ୟ ଖରାପ ବ୍ୟବହାର କରୁଛନ୍ତି । ତେବେ ଏନେଇ ସେ ପରେ ଅମ୍ପାୟାରଙ୍କୁ ନିଜର ଏପରି ଦୋଷ ପାଇଁ କ୍ଷମା ମାଗିଛନ୍ତି । ମ୍ୟାଚ୍ ପରେ ଶାକିବ ଏହାକୁ ମାନବୀୟ ତ୍ରୁଟି ବୋଲି କହିଛନ୍ତି । ସେ କହିଛନ୍ତି ମୋର ଏପରି କରିବା ଉଚିତ୍ଏ ନଥିଲା । ଭିଡିଓଟି ହେଉଛି ଢାକା ପ୍ରିମିୟର ଲିଗର ।

ଯଦିଓ ଏହି ମ୍ୟାଚରେ ଶାକିବ ଅଲ ହାସନଙ୍କ ଏହି ପ୍ରଭାବ ଦେଖିବାକୁ ମିଳିନାହିଁ । ଶାକିବଙ୍କ ଟିମ୍ ମହମେଡନ ସ୍ପୋର୍ଟିଂ କ୍ଲବ ଡାର୍କ ୱର୍ଥ ଲୁଇସ ପଦ୍ଧତିରେ ଆବାହାନି ଲିମିଟେଡକୁ ପରାସ୍ତ କରିଛି । ୩୪ ବର୍ଷୀୟ ପୂର୍ବତନ ବାଂଲାଦେଶ ଅଧିନାୟକ ହୁଏତ କ୍ଷମା ମାଗିଛନ୍ତି । କିନ୍ତୁ ଷ୍ଟମ୍ପକୁ ଗୋଇଠା ମାରିବା ଏକ ‘ସ୍ତର ତିନି’ ଅପରାଧ ଏବଂ ଏହି ଆଚରଣ ପାଇଁ ତାଙ୍କୁ ଏକ ଦଣ୍ଡ ମଧ୍ୟ ମିଳିପାରେ ।

ଶାକିବ ଫେସବୁକ ଜରିଆରେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଜଣେ ଅନୁଭବୀ କ୍ରିକେଟରଙ୍କୁ ଏଭଳି ଆଚରଣ ଶୋଭା ପାଏନି । କିନ୍ତୁ, ଖେଳରେ ପରିସ୍ଥିତି ଏପରି ଥିଲା ମୁଁ ରାଗକୁ କଣ୍ଟ୍ରୋଲ କରିପାରିନଥିଲି । ଆଯୋଜକଙ୍କୁ ଏବଂ ସମସ୍ତଙ୍କୁ ମୋର କ୍ଷମା ପ୍ରାର୍ଥନା । ଭବିଷ୍ୟତରେ ଯେଭଳି ଏମିତି ଭୁଲର ପୁନରା ବୃତ୍ତି ନହୁଏ ।

   Related Posts