Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶାରଦୀୟ ନବରାତ୍ର : ଜାଣନ୍ତୁ ମାଆ ଦୁର୍ଗାଙ୍କ ପ୍ରଥମ ସ୍ବରୂପ ଦେବୀ ଶୈଳପୁତ୍ରୀଙ୍କ ସମ୍ବନ୍ଧରେ

10/10/2018 at 2:17 PM

ମାଆ ଦୁର୍ଗାଙ୍କର ପ୍ରଥମ ସ୍ବରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ  । ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭବବାନ ଶିବଙ୍କ ସହ ହୋଇଥିଲା ।

ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଦକ୍ଷ ଆମନ୍ତ୍ରଣ କରିନଥିଲେ । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହେଲେ ଏବଂ ପରେ ଶୈଳପୁତ୍ରୀ ବୋଲି ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ । ଯିଏ ଭଗବାନ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ ।

ମାଆଙ୍କ ଦିବ୍ୟ ସ୍ବରୂପର ଧ୍ୟାନ କରିବା ଦ୍ବାରା ମନ ପରିମାର୍ଜିତ ହୁଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଆଙ୍କ ଏହି ସ୍ବରୂପ  ଜୀବନରେ ଅନାସକ୍ତ ରହିବା ପାଇଁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧର୍ଯ୍ୟ, ଆଶା ଏବଂ ବିଶ୍ବାସର ସହ ଆଗକୁ ବଢିବାକୁ ପ୍ରରଣା ଦେଇଥାଏ । ମାଆଙ୍କ ଶ୍ବେତ ସ୍ବରୂପ ଆମକୁ ସତ୍ ପ୍ରବୃତି ପାଇଁ ମାର୍ଗଦର୍ଶନ କରିଥାଏ । ମାଆ ବୃଷଭ ଉପରେ ବିଦ୍ୟମାନ । ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ସତ୍ ପ୍ରବୃତି ହିଁ ଧର୍ମ । ତେଣୁ ଆମକୁ ତାହା କରିବାକୁ ସନ୍ଦେଶ ମିଳିଥାଏ । ବାମ ହାତରେ ପଦ୍ମ ଆମକୁ ପବିତ୍ର କାମ କରିବାକୁ ସନ୍ଦେଶ ଦେଇଥାଏ । ଡାହାଣ ହାତରେ ଥିବା ତ୍ରିଶୂଳ ମଣିଷ ମଧ୍ୟରେ ଥିବା ଦୈହିକ, ଦୈବିକ ଏବଂ ଭୌତିକ ବିକୃତିକୁ ନଷ୍ଟ କରିଥାଏ ।

   Related Posts