କଡା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରେ ପହଁଚିଲେ ଶାହରୁଖ ଖାନ

Published By : Prameya-News7 Bureau | November 27, 2018 IST

ଭୁବନେଶ୍ୱରରେ ୨୭/୧୧ : ଭୁବନେଶ୍ୱରରେ ପହଁଚିଲେ ଶାହରୁଖ ଖାନ | ସନ୍ଧ୍ୟା ୫ଟାରେ କିଙ୍ଗ ଖାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିଥିଲେ | ପ୍ରିୟ ଆଭିନେତାଙ୍କୁ ଦେଖିବା ପାଇଁ ବିମାନ ବନ୍ଦର ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ ଜମିଥିଲା | କଡା ସୁରକ୍ଷା ବଳୟ ଭିତରେ ଶହରୁଖ ବିମାନବନ୍ଦରରେ ପହଂଚିଥିଲେ | ଆଜି ହକି ୱାର୍ଲଡ କପର ଉଦଘାଟନୀ ଉତ୍ସବରେ ଶାହରୁଖ ତାଙ୍କର ଡ୍ୟାନ୍ସ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି | ଏଥିପାଇଁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି | ସୂଚନାଯୋଗ୍ୟ ଯେ, ଶାହରୁଖ କୌଣସି ହୋଟେଲରେ ରହିବେ ନାହିଁ | ସେ ନିଜ ଭ୍ୟାନିଟି ଭ୍ୟାନରେ ହିଁ ରେଷ୍ଟ ନେବେ ଏବଂ ସେଥିରେ ହିଁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବେ | କାର୍ଯ୍ୟକ୍ରମ ପରେ ସେ ତାଙ୍କର ସେହି ଭ୍ୟାନିଟି ଭ୍ୟାନରେ ହିଁ ପୁଣି ଏୟାରପୋର୍ଟ ଯିବେ ଏବଂ ମୁମ୍ବାଇ ଫେରିଯିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.