Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଅଷ୍ଟ୍ରେଲିଆରେ ଶାହାରୁକ ଖାନ୍‌ଙ୍କୁ ମିଳିଲା ଡକ୍ଟରେଟ ଉପାଧି, ପୂର୍ବରୁ ପାଇ ସାରିଛନ୍ତି ୪ଥର

9/08/2019 at 9:53 PM

ମେଲବୋର୍ନ୯|୮: ଅ​‌ଷ୍ଟ୍ରେଲିଆ ମେଲବୋର୍ନରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲରେ ଶାହାରୁକଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଅଷ୍ଟ୍ରେଲିଆ ଆୟୋଜିତ ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଆଫ୍ ମେଲବୋର୍ନ’ ରେ ବଲିଉଡ ଅଭିନେତା ଶାହାରୁକ ଖାନ ଉପସ୍ଥିତ ଥିଲେ। ଶାହାରୁକଙ୍କୁ ପଞ୍ଚମଥର ପାଇଁ ଏହି ଉପାଧି ମିଳିଛି।ଗରିବ ପିଲାଙ୍କୁ ସାହାର୍ଯ୍ୟ କରିବା ଓ ମହିଳା ସଶକ୍ତିକରଣରେ ଶାହାରୁକଙ୍କ ଯୋଗଦାନ ପାଇଁ ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।ଅଷ୍ଟ୍ରେଲିଆ ‘ଲ’ ଟ୍ରୋବ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୯ ତାରିଖରେ ଶାହରୁକ ଖାନଙ୍କୁ ଡକ୍ଟରେଟ ଅଫ୍ ​‌ଲେଟର୍ସ ପ୍ରଦାନ କରାଯାଇଛି।ଶାହରୁକଙ୍କ ଉଚ୍ଚକୋଟ୍ଟୀର ଅଭିନୟ ପାଇଁ ମଧ୍ୟ ତାଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା।

ଅଷ୍ଟ୍ରେଲିଆର ମେଲବୋର୍ନରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ ଶାହରୁକ ଯୋଗ ଦେଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି। ଶାହରୁକ କହିଛନ୍ତି. ଡକ୍ଟରେଟ ଉପାଧି ତାଙ୍କୁ  ପ୍ରଦାନ କରାଯାଇଥିବାରୁ ସେ ଗର୍ବିତ।ଏଥିସହ ‘ଲ’ ଟ୍ରୋବ ବିଶ୍ବ ବିଦ୍ୟାଳୟକୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି।


ଏହି ସଂସ୍ଥା ଦୀର୍ଘଦିନ ଧରି  ଭାରତୀୟ ସସ୍କୃତି ସହ ଜଡ଼ିତ ରହିଛି। ମହିଳାମାନଙ୍କୁ ସମାନ ଅଧିକାର ଦିଗରେ ‘ଲ’ ଟ୍ରୋବ ବିଶ୍ବବିଦ୍ୟାଳୟ ରେକର୍ଡ କରିଛି।ଏହିଭଳି ସମ୍ମାନଜନକ ଉପାଧି ତାଙ୍କୁ ପ୍ରଦାନ କରିଥିବାରୁ ଶାହାରୁକ ନମ୍ରତାର ସହ  ‘ଲ’ ଟ୍ରୋବ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହାପୂର୍ବରୁ ଶାହାରୁକଙ୍କୁ ଚାରିଥର ଡକ୍ଟରେଟ୍ ଉପାଧି ମିଳିସାରିଛି। ୨୦୦୯ରେ ବିଟ୍ରିଶ ୟୁନିର୍ଭସିଟି ଆଫ୍ ବେଡଫୋର୍ଡଶାୟର ତାଙ୍କୁ ପ୍ରଥମେ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା  ୨୦୧୫ରେ ଏଣ୍ଡିନବର୍ଗ ୟୁନିର୍ଭସିଟି ପକ୍ଷରୁ ତାଙ୍କୁ ଦ୍ବିତୀୟ ଥର ଡକ୍ଟରେଟ ଉପାଧି ମିଳିଥିଲା।ତୃତୀୟ ଥର ୨୦୧୬ ମସିହାରେ ହାଇଦ୍ରାବାଦର ମୌଲାନା ଆଜାଦ୍ ଉର୍ଦ୍ଦୁ ୟୁନିର୍ଭସିଟି ମଧ୍ୟ  ତାଙ୍କୁ ଏହି ଉପାଧି ପ୍ରଦାନ କରିଥିଲା ।  ଚତୁର୍ଥଥର ୨୦୧୯ ମସିହା ଏପ୍ରିଲ ମାସରେ ଲଣ୍ଡନ ବିଶ୍ବବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲା।

   Related Posts