ପରଦାରେ ଜିରୋ ବନାମ କେଜିଏଫ୍ ; ଜାଣନ୍ତୁ କିଏ ଆଗରେ କିଏ ପଛରେ

Published By : Prameya-News7 Bureau | December 21, 2018 IST

ଭୁବନେଶ୍ବର ୨୧|୧୨: ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିସ୍‌ମାସରେ ଦର୍ଶକଙ୍କ ଆଗକୁ ଆସିଛନ୍ତି କିଙ୍ଗ୍‌ ଖାନ୍ । ରିଲିଜ୍ ହୋଇଛି ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ‘ଜିରୋ’ । ଜୀରୋରେ ଶାହାରୁଖ୍ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ବାମନ ବଉଆ ସିଂ ଚରିତ୍ରରେ ଅଭିନୟ କରିଛନ୍ତି । ଉଚ୍ଚତା କମ୍ ଯୋଗୁଁ ବଉଆ ନିଜ ପସନ୍ଦର ଝିଅକୁ ନପାଇ ମାଟ୍ରିମୋନିଆଲ୍ ଏଜେନ୍ସିର ସାହାଯ୍ୟ ନିଏ । ମାଟ୍ରିମୋନି ସାଇଟ୍‌ରୁ ସେ ନାସା ସାଇଣ୍ଟିଷ୍ଟ ଆଫିଆ ଭିଣ୍ଡର୍‌ର ଠିକଣା ପାଏ । ଯିଏ ସେରେବ୍ରାଲ ପଲ୍ ସି ରୋଗରେ ପୀଡିତ । ଅନ୍ୟପଟେ ସୁପରଷ୍ଟାର ବବିତା କୁମାରୀର ମଧ୍ୟ ବଉଆ ସିଂ ସହିତ ଦେଖାହୁଏ। ସମୟକ୍ରମେ ଉଭୟ ବଉଆର ପ୍ରେମରେ ପଡିଯାଆନ୍ତି । ତେବେ କିଏ ବଉଆର ଜୀବନସାଥୀ ହୁଏ ତାହା ଜାଣିବା ପାଇଁ ଆପଣଙ୍କୁ ଜୀରୋ ଦେଖିବାକୁ ପଡିବ ।

{"id":66007}

ଫିଲ୍ମରେ ଆଫିଆ ଚରିତ୍ରରେ ଅନୁଷ୍କା ଶର୍ମା ଅଭିନୟ କରିଥିବା ବେଳେ କ୍ୟାଟ୍ରିନା ବବିତା କୁମାରୀ ଚରିତ୍ରରେ ଅଭିନୟ କରିଛନ୍ତି । ‘ଜିରୋ’କୁ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ.ରାୟ । ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି ଶାହାରୁଖ୍‌ଙ୍କ ଧର୍ମପତ୍ନୀ ଗୌରୀ ଖାନ୍ । ତେବେ ଏହି ୩ଜଣଙ୍କ ବ୍ୟତୀତ ଅଭୟ ଦେଓଲ୍, ଆର୍‌. ମାଧବନ୍, ତିଗ୍‌ମାଂଶୁ ଧୁଲିୟା, ମହମ୍ମଦ ଜିସାନ୍ ଆୟୁବ୍ ଓ ସିବା ଚଢା ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ନିଜ ପୂର୍ବ ଫିଲ୍ମ ଗୁଡିକ ଭଳି ଏହି ଫିଲ୍ମର ସଂଗୀତ  ଉପରେ ମଧ୍ୟ ନିର୍ଦ୍ଦେଶକ ଆନନ୍ଦ ବିଶେଷ ଧ୍ୟାନ ଦେଇଛନ୍ତି । ଅଜୟ ଅତୁଲଙ୍କ ସଂଯୋଜନାରେ ‘ଜିରୋ’ର ଗୀତକୁ ପ୍ରସ୍ତୁତ କରାଯାଇଛି । ଇସ୍କବାଜି ଗୀତରେ ଶାହାରୁଖ୍‌ଙ୍କ ସହିତ ଦର୍ଶକ ସଲମାନ୍‌ଙ୍କ ବି ଦେଖିପାରିବେ । ତେବେ କେବଳ ସଲମାନ୍ ନୁହଁନ୍ତି, ଫିଲ୍ମରେ ଅଡିଏନ୍ସ ସ୍ବର୍ଗତ ଶ୍ରୀଦେବୀ, କାଜୋଲ୍, ରାଣୀ ମୁଖାର୍ଜୀ, ଆଲିୟା ଭଟ୍ଟ, କରିସ୍ମା କପୁର, ଜୁହି ଚାୱଲା, ଦୀପିକା ପାଦୁକୋନ୍, କୋରିଓଗ୍ରାଫର ଗଣେଷ ଆଚାର୍ୟା ଓ ରେମୋ ଡିସୁଜା  କ୍ୟାମିଓ ରୋଲ୍ ରେ ଦେଖାଦେବେ । ୱେଲ୍ କ୍ରିସ୍‌ମାସ୍ ର ଏହି ଫେଷ୍ଟିଭ୍ ମାହୋଲ୍‌କୁ ଶାହାରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ଗୁଣ କରିବ ବୋଲି ଆଶା କରାଯାଉଛି।

{"id":66008}

‘ଜିରୋ’ ସହିତ ପରଦାକୁ ଓହ୍ଲାଇଛି କନ୍ନଡ ଫିଲ୍ମ କୋଲାର୍ ଗୋଲ୍ଡ ଫିଲ୍ଡ ଓରଫ୍ କେଜିଏଫ୍ ଚାପ୍ଟର ୱାନ୍ । ତେବେ ଏହି ଫିଲ୍ମ କନ୍ନଡ ଭାଷା ସହିତ ହିନ୍ଦୀ, ତେଲୁଗୁ ଓ ତାମିଲ୍ ଭାଷାରେ ମଧ୍ୟ ରିଲିଜ୍ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କନ୍ନଡ ସୁପରଷ୍ଟାର୍ ୟଶ୍ । ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ଲାର୍ଜ ସ୍କେଲରେ ତିଆରି କରାଯାଇଥିବା ଯୋଗୁଁ ଏହି ଫିଲ୍ମକୁ ଅନ୍ୟ ଭାଷାରେ ରିଲିଜ୍ କରାଯାଇଛି । ୟଶ୍ ଫିଲ୍ମରେ ଜଣେ ଗୋଲ୍ଡ ମାଫିଆ ଚରିତ୍ରରେ ଅଭିନୟ କରିଛନ୍ତି । କେଜିଏଫ୍ ରେ ୟଶ୍‌ଙ୍କ ସହ ଅଛନ୍ତି ଅଭିନେତ୍ରୀ ଶ୍ରୀନିଧି ସେଟ୍ଟି । ତେବେ ଫିଲ୍ମର ଏକ ଆଇଟମ୍ ଗୀତରେ ୟଶ୍‌ଙ୍କ ସହିତ ଅଭିନେତ୍ରୀ ମୌନି ରାୟଙ୍କୁ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.