ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଶାହରୁଖ ଖାନ୍ : ଆଜିଠୁ ଆରମ୍ଭ ହେଉଛି ତାଙ୍କୁ ସୁପରଷ୍ଟାର କରିଥିବା ସର୍କସ ଏବଂ ଡିଟେକ୍ଟିଭ ସିରିୟଲ୍ ବ୍ୟୋମକେଶ ବକ୍ସି‌

Published By : Prameya-News7 Bureau | March 28, 2020 IST

ମୁମ୍ବାଇ ୨୮/୩: ଏବେ ସାରା ଦେଶରେ ଲକଡାଉନ୍ ଘୋଷିତ ହୋଇଛି। ଏହା ପରଠୁ ଦେଶବାସୀ ଘରେ ବନ୍ଦ ଅଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ପୂରା ଠପ୍ ପଡ଼ିଯାଇଛି। ଏପରି ପରିସ୍ଥିତିରେ ଲୋକଙ୍କ ମନୋରଞ୍ଜନ ପାଇଁ କିଛି ନୂଆ ବିକଳ୍ପ ନାହିଁ, ଖାସ୍ କରି ଦୂର ଦୂରାନ୍ତରେ ରହୁଥିବା ଗାଁଲୋକଙ୍କ ପାଇଁ। ତେଣୁ ଲୋକେ ରାମାୟଣ ,ମହାଭାରତ ସହିତ ଅନେକ ପୁରୁଣା ଟିଭି ସିରିୟଲ୍ ପ୍ରସାରଣ କରିବାକୁ ଦାବି କରୁଥିଲେ। ଆଜିଠୁ ରାମାୟଣ ଏବଂ ମହାଭାରତର ଟେଲିକାଷ୍ଟ ଆରମ୍ଭ ହୋଇଯାଇଛି।

wp:core-embed/twitter {"url":"https://twitter.com/DDNational/status/1243811480731938816","type":"rich","providerNameSlug":"twitter","className":""}
https://twitter.com/DDNational/status/1243811480731938816
/wp:core-embed/twitter

ଏବେ ଶାହରୁଖ ଖାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର ରହିଛି। କାରଣ ଦୂରଦର୍ଶନରେ ପୁଣି ଥରେ ଶାହରୁଖ ଖାନଙ୍କ କାରିୟର ଆରମ୍ଭର ଟିଭି ସିରିୟଲ୍ ‘ସର୍କସ’(୧୯୮୯) ଟେଲିକାଷ୍ଟ ହେବାକୁ ଯାଉଛି। ଏହାର ପ୍ରସାରଣ ଆଜି ରାତି ୮ଟାରେ ହେବ।

wp:core-embed/twitter {"url":"https://twitter.com/DDNational/status/1243552547127693312","type":"rich","providerNameSlug":"twitter","className":""}
https://twitter.com/DDNational/status/1243552547127693312
/wp:core-embed/twitter

ଏହା ସହିତ ପ୍ରସିଦ୍ଧ ଡିଟେକ୍ଟିଭ ସିରିୟଲ୍ ବ୍ୟୋମକେଶ ବକ୍ସି(୧୯୯୩)ର ପ୍ରସାରଣ ମଧ୍ୟ ମାର୍ଚ୍ଚ ୨୮ତାରିଖ ଅର୍ଥାତ୍ ଆଜି ସକାଳ ୧୧ଟାରୁ ହୋଇଛି। ଏହି କ୍ରାଇମ୍ ସିରିଜ ଶରଦିନ୍ଦୁ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସ ଉପରେ ଆଧାରିତ। ଏଥିରେ ରଜିତ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଏବଂ ସେ ଏହି ଶୋ ର ଡାଇରେକ୍ଟର ଥିଲେ। ଦୂରଦର୍ଶନ ଏକ ଟ୍ବିଟ୍ ଜରିଆରେ ଏହି ସୂଚନା ଦେଇଛି।

wp:core-embed/twitter {"url":"https://twitter.com/DDNational/status/1243395856528596994","type":"rich","providerNameSlug":"twitter","className":""}
https://twitter.com/DDNational/status/1243395856528596994
/wp:core-embed/twitter

ରାମାୟଣର ପ୍ରସାରଣ ମଧ୍ୟ ଆଜିଠୁ ଆରମ୍ଭ ହୋଇଯାଇଛି। ଶୋ ର ପ୍ରଥମ ଏପିସୋଡ ସକାଳ ୯ଟାବେଳେ ଏବଂ ରାତି ୯ଟାବେଳେ ଅନ୍ୟ ଏପିସୋଡ ଟେଲିକାଷ୍ଟ ହେବ। ସେହିପରି ମହାଭାରତ ମଧ୍ୟ ଆଜିଠୁ ଡିଡି ଭାରତୀରେ ଦ୍ବିପ୍ରହର ୧୨ଟା ଏବଂ ସନ୍ଧ୍ୟା ୭ଟାରେ ପ୍ରସାରଣ ହେବ।

wp:core-embed/twitter {"url":"https://twitter.com/DDNational/status/1243544375080214534","type":"rich","providerNameSlug":"twitter","className":""}
https://twitter.com/DDNational/status/1243544375080214534
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.